April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*

ମୁଁ ଶିଶୁଟିଏ କହୁଛି

କଳ୍ପନା ରାୟ

 

ମୁଁ ଶିଶୁଟିଏ କହୁଛି

କହିପାରିବ କି ସୁଧିଜନେ

କାହିଁକି ମୋ ପାଇଁ ସମୟ ନାହିଁ

ନା ବାପାର କି ମାଆର

ନା ଜେଜେବାପା ନାମ ଜେଜମାଆର

ଧରାଇ ଦିଅନ୍ତି ହାତରେ ମୋବାଇଲ୍

ଛଡାଇ ନିଅନ୍ତି ମୋ ଶୈଶବ

ଦାଣ୍ଡରେ ଖେଳିବାକୁ ମନା

ପାଖ ଘରକୁ ଯିବାକୁ ମନା

ଚାରିପାଖରେ ଦୁଷ୍କର୍ମ ଭୟ

ବୋଧହୁଏ ଚୋରାଇଛି ଶୈଶବ

 

ମୁଁ ଶିଶୁଟିଏ କହୁଛି

କାହିଁକି ଖେଳିପାରିଵିନି ଧୂଳିରେ

ଏକା ବୁଲି ପାରିବିନି ଦାଣ୍ଡରେ

ମାଆ ଖୁଆଇ ପାରିବନି ମୋତେରେ

କେହି କହିପାରିବେ ନାହିଁ ଗପ

ଦାଣ୍ଡପିଣ୍ଢାରେ ପଡ଼ିବନି ସପ

ଶୁଆଉନାହିଁ କେହି ଗାଇ ଗୀତ

ଖାଲି ଏ ଫର୍, ବି ଫର୍ ଶିଖିବି

ଟୁଆଁ ଟୁଇଁ ଖଟରୁ ତ ମୁଁ ଶିଖନ୍ତି

ଜନି ଜନି ୟେସ୍ ପାପା……..

ତୁମ ପରି ଛୋଟ ପିଲାଟିଏ କାହିଁ ଗଲା

ଆମ ଓଡ଼ିଆ ଭାରି ବଢିଆ କାହିଁ ଲୁଚିଲା

ଓଡ଼ିଆରେ ପଢିଲେ କ’ଣ ହେବିନି ବଡ଼

 

ମୁଁ ଶିଶୁଟିଏ କହୁଛି

କାହିଁକି କୁହନି ପୂର୍ବପୁରୁଷଙ୍କ କଥା

କାହିଁକି ଚିହ୍ନାଅନି ଗୋପବନ୍ଧୁ ଭାଷା

ଆମ ଓଡ଼ିଶାର ପର୍ବପର୍ବାଣୀ

ଆମ ଓଡ଼ିଶାର ପ୍ରଥା ପରମ୍ପରା

କୁଟୀର ଶିଳ୍ପ ଆଉ ଲୋକକଥା

ଯେଉଁଥିରେ ଶିଖିବି ମୁଁ ନୈତିକତା

ମୋବାଇଲରେ ଛାଇଯାଏ ନୀରବତା

ଦୂର ହୋଇଯାଆନ୍ତି ମୋ ବାପାମାଆ

ବାଡି ବାଇଗଣ ଓ ପୋଥି ବାଇଗଣ

ଭିତରେ ଥାଏ ପ୍ରଭେଦ ଅନେକଟା

ଯେଉଁଥିପାଇଁ ମୁଁ ହେବି ପୁସ୍ତକକୀଟ

ନ ଥିବ ମୋଠାରେ ମଣିଷପଣିଆ

ବାପାମାଆଙ୍କୁ ଵୃଦ୍ଧାଶ୍ରମରେ କରିବି ଠିଆ

ମୋତେ ଛି ଛା କରିବ ଦେଶଦୁନିଆଁ

 

ମୁଁ ଶିଶୁଟିଏ କହୁଛି

ମୋତେ ନେଇ ଏକା ରଖନ୍ତି ବାପାମାଆ

ଚିହ୍ନେନି ଜାଣେନି ମୁଁ ମୋ ଗାଁ ଛୁଆ

ଭେଦେନି କାହା ଦୁଃଖ କଷ୍ଟ ନାଆ

ଵୁଝେନି ମୁଁ ବନ୍ଧୁଙ୍କ ଅନ୍ତରଙ୍ଗତା

ବନ୍ଧୁବାନ୍ଧବ ସାଙ୍ଗସାଥି ମୋତେ ମନା

ମୋର ବହି ହିଁ ମୋର ହୁଏ ଠିକଣା

ମୋଟୁ ପତଲୁ ଟିଭି ହୁଅନ୍ତି ଭାଇନା

ମୋବାଇଲ ଅହରହ ହାତରେ ଥାନା

କ’ଣ କ’ଣ ଦେଖେ ମୁଁ କିଏ ଦେଖେନା

କୁହ ତ ମୋର ଶୈଶବ କାହିଁ ଗଲା

କୁଆଁର ପୁନେଇଁ ଜହ୍ନ ଆଲୋକ ରେ

କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାରେ

ଗହ୍ମା ପୂର୍ଣ୍ଣିମାର ଚଳଚଞ୍ଚଳତାରେ

ମୋର କାହିଁକି ଵୁଲିଵା ମନା

ଏ କ’ଣ ସ୍ବାଧୀନ ଭାରତର ଆଇନା ??

 

କଳ୍ପନା ରାୟ

Loading

22 thoughts on “*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*

  1. I really like what you guys are up too. This sort of clever work
    and exposure! Keep up the wonderful works guys I’ve incorporated you guys to my
    own blogroll.

  2. I wanted to thank you for this very good read!! I definitely enjoyed every bit of it. I have you book-marked to check out new things you postÖ

Leave a Reply to Little Italy Cancel reply

Your email address will not be published. Required fields are marked *