🦀👣ସାଗର 👣🦀
ଶ୍ରୀମତୀ ମମତା ଶତପଥୀ
🖌️🖌️🖌️🖌️🖌️🖌️
ଆଗୋ ବେଳାଭୂମି ପ୍ରେୟସୀ ମୋର
ଦୁଃଖେ କିଆଁ ହୁଅ ଅଧୀର?
କିପରି ସହିବ ତୁମ ଦୁଃଖ ସତେ
ପ୍ରିୟତମ ତୁମ ସାଗର!!
ଆମ ପ୍ରେମ ଦେଖି ଜଳୁଛି ଜଗତ
ଜାଣନାକି ପ୍ରାଣସହୀ?
ଜଳୁ ଏଜଗତ ଆମର କିଯାଏ
ମୁଁ ଯେ ଝୁରେ ତୁମ ପାଇଁ
ପ୍ରକ୍ଷାଳଇ ତବ ଚରଣ ସଦା ମୁଁ
ନିଜକୁ ମଣଇ ଧନ୍ୟ
କେଉଁ ଦୋଷ ମୋର ଦେଖିଲ ପ୍ରିୟାହେ
ମୁଁ ଛାର ଅଟେ ନଗଣ୍ୟ
ତୁମ ଛଡା ସାଥୀ ଆଉ କାରେ କେବେ
ବଳି ନାହିଁ ମୋର ଆଶ
ହସି ଦିଅ ମୋର ସୁନ୍ଦରୀ ସଖୀଗୋ
ମନୁ ତେଜ ରାଗରୋଷ
ବେଳାଭୂମି ବିନା ସାଗରକି କେବେ
ଜୀବନ ପାରିବ ଧରି
ଫେଡ ମୋ କଷଣ ନୋହି ନିଦାରୁଣ
ଆଗୋ ମେର ପ୍ରାଣେଶ୍ୱରୀ
ଏ କି କଥା କୁହ ହେ ପ୍ରାଣ ବାନ୍ଧଵ
ମୁଁ ଯେ ତୁମ ବେଳାଭୂମି
ଆମ ପ୍ରେମ ପରା ଚିର ଅମଳିନ
ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ ଧରଣୀ
ଆଧୁନିକ ମଣିଷଙ୍କ ମତିଗତି ଦେଖି
ଭୟ ଜାଗୁଛି ଅନ୍ତରେ
ଆବର୍ଜନା ସ୍ତୂପ ନିମିଷେ ସୃଜନ୍ତି
ଫିଙ୍ଗି ଦିଅନ୍ତି ସାଗରେ
ପ୍ଲାଷ୍ଟିକ ଆବର୍ଜନା ବଡ ଭୟଙ୍କର
ବିଘଟିତ ହୁଅଇ ନାହିଁ
ଜଳଚର ଜୀବ କେତେଯେ ମରନ୍ତି
ଅଖାଦ୍ୟ ପଦାର୍ଥ ଖାଇ
ସେହି କଥା ଭାବି ଦୁଃଖୀ ହୁଏ ମୁହିଁ
ତୁମ ପ୍ରତି ନାହିଁ ଦ୍ୱେଷ
ଏକମାତ୍ର ଏବେ ଈଶ୍ୱର ସହାୟ
ସଦ୍ ବୁଦ୍ଧି ପାଉ ମନୁଷ୍ୟ
ସଯନୀରେ ମୋର ଭବିତବ୍ୟ ଭାବି
ମ୍ରିୟମାଣ ହୁଅ ନାହିଁ
ସୃଷ୍ଟିକର୍ତ୍ତା ପରା ପରମ ଦୟାଳୁ
ମଙ୍ଗଳ କରିବେ ସେହି
ସୁଚତୁର ବିନ୍ଧାଣି ପ୍ରଭୂଯେ ଅଟନ୍ତି
ସୃଜିଛନ୍ତି ସସାଗରା ଧରା
ଇଚ୍ଛାମୟଙ୍କର ଇଛା ପୂର୍ଣ୍ଣ ହେଉ
ସବୁ ତାଙ୍କ ଲୀଳା ପରା
ଶ୍ରୀମତୀ ମମତା ଶତପଥୀ se
⛲⛲🛥️🛥️⛲⛲