March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଦେଇ ର ଦିଅର- ପ୍ରେମଲତା ସାହୁ

ଦେଇ ର ଦିଅର

କେତେ ଦିନ ହେଲା ପଡିଶା ଗାଁ ରେ
ଦେଖିଛି ପୁଅ ଗୋଟିଏ,
ରୂପ ରେ ଗୁଣ ରେ ଅତୀବ ସୁନ୍ଦର
ଚିକିନିଆ ଟୋକା ଟିଏ।।
ନିଇତି ଆସୁଛି ଆମରି ଗାଁ କୁ
ସଞ୍ଜ ଆଉ ସକାଳ ରେ,
ଘଡ଼ିଏ ବୁଲୁଛି ଘିରି ଘିରି ହେଇ
ନୂଆ ବୁଲେଟ୍ ଗାଡ଼ି ସାଙ୍ଗରେ।।
ମତି ଗତି ତାର ଜଣା ପଡୁ ନାହିଁ
ଆସୁଛି ସେ କଣ ପାଇଁ,
ଆମରି ଗାଁ ରେ ଦେଖିବା ପାଇଁକି
ସେମିତି ତ କିଛି ନାହିଁ?।।
ଦିନେ ମୁଁ ଛକିଲି ସେଇ ପୁଅ ଟା ର
ଦେଖିବାକୁ ହରକତ,
ପରେ ଜାଣିଲି ଟୋକା ସବୁଦିନ
ଅନଉଛି ଘର କବାଟ।।
ଦଉଡି ଯାଇ ମୁଁ କବାଟ ଖୋଲିଲି
ଟୋକା ଆଡେ ଦେଲି ଚାହିଁ,
ଆମ ଘର ଆଡେ ବୁଲି ଯିବା ପାଇଁ
କହିଛନ୍ତି ତୁମ ଦେଇ।।
କିଛି କ୍ଷଣ ପାଇଁ ଅବାକ୍ ହେଲି ମୁଁ
କହିଲି ଏ କି କଥା,
ତୁମ କଥା ଶୁଣି ଦେଖ ହୋ କେମିତି
ଘୁରାଉଛି ମୋର ମଥା।।
ମତେ ଦେଖି ଟୋକା ହାଉଲେ ହସିକି
କହିଲା ଟିକିଏ ଶୁଣ,
ମୁଁ ଯେ ହେଉଛି ତୁମ ଦେଇ ଙ୍କ ର
ଦିଅର ମଣି ହେ ଜାଣ।।
ଦେଇ କଥା ଭାରି ମନେ ପଡ଼ୁଥିଲା ବୋଲି
ଯାଇଥିଲି ତାଙ୍କ ଘର କୁ,
ଏଇ ବାହାନା ରେ ଦଶହରା ବୁଲିକି
ଫେରି ଆସିଥାନ୍ତି ଘର କୁ।।
ସକାଳୁ ଉଠିକି ନିତ୍ୟକର୍ମ ସାରି
ମେକ୍ ଅପ୍ ହେବାକୁ ବସିଲି,
ଭେଣେଇ ସାଙ୍ଗରେ ଦେଇ ଘରେ ଯାଇ
ଦିନ ଦଶ ରେ ପହଞ୍ଚିଲି।।
ଯାଉ ଯାଉ ବାଟେ ଭେଟ ହେଲା ଜଣେ
ଦେଖିକି ମୁରୁକି ହସିଲା,
ହାତ ଠାରି ସିଏ ଟା ଟା କରି
ଖଣ୍ଡି କାଶ ଟିଏ ମାରିଲା।।
ରୁମାଲ୍ ରେ ମୁହଁ ଘୋରେଇ ଥିଲା ସେ
ଦେଖି ଜାଣି ପାରିଲିନି,
ପରେ ଜାଣିଲି ଦେଇ ର ଦିଅର
ମନେ ମନେ ହେଲା ଚଇନି।।
ଦେଇ ର ଦିଅର କାହିଁକି କେଜାଣି
କଣେଇ କଣେଇ ଚାହିଁ
ହସି ଦଉଥାଏ ଦେଖା ହେଲା ବେଳେ
ପାରୁ ନାହିଁ ଜାଣି ମୁହିଁ।।
ଭେଣେଇ ସାଙ୍ଗରେ କଥା ହେଲା ବେଳେ
ପାଖକୁ ମୋହରି ଆସି,
ଥଟ୍ଟା ଟାପରା ରେ ମତେ ସେ ଚିଡାଏ
ହଉ ଥାଏ ଘଷି ନେଶି।।
ଦେଇ ସାଙ୍ଗେ ଯେବେ ରୋଷେଇ ଶାଳ ରେ
ରୋଷେଇ ମୁଁ କରୁଥାଏ,
ପାଣି ବାହାନା ରେ ରୋଷେଇ ଘରେ ସେ
ଆସି ଡିଆଁ ମାରୁ ଥାଏ।।
ଯୁଆଡ଼େ ଗଲେ ମୁଁ ପଛେ ପଛେ ମୋର
ଜୋକ ପରି ଲାଗି ଥାଏ
ବୋଧେ ସିଏ ମତେ ଭଲ ପାଏ ବୋଲି
ଆଖିରେ ଈଶାରା ଦିଏ।।
ହେଲେ ମୁଁ ସେମିତି କା ଝିଅ ନୁହେଁ
ଦେଇ ର ଦିଅର ପାଲେ ଫସି ଯିବି
ସିଏ ଯେମିତି ପ୍ରକାର ଚାହେଁ।।
ଭଲ ଯଦି ମତେ ପାଉ ଅଛି ସିଏ
ସାମ୍ନା ରେ ଆସି କହୁ,
ଏଇ ଲଗ ନ ରେ ନେଇ ଯାଉ ମତେ
କରି ତା ଘର ର ବୋହୂ।।।

ଦେଇ ର ଦିଅର ଭାରି ପାରିବାର
ଦେଖିଛି ମୁଁ ଯେଉଁ ଦିନୁ,
ମୋ ପାଖରେ ଆଉ ମୋ ମନ ରହୁନି
ହଜି ଅଛି ସେଇ ଦିନୁ।।
ଲାଇନ୍ ମାରୁଛି ଯେବେ ଠୁ ସେ ମତେ
ଭଲ ମୁଁ ପାଇ ଯାଇଛି,
ହେଲେ କିନ୍ତୁ ଜମା ମୁହଁ ଖୋଲି କେବେ
କହି ମୁଁ ପାରୁନି କିଛି।।
ଯାଉଣୁ ଆସୁଣୁ ମୋ ପଛରେ ଧାଏଁ
ଗଲେ କି ଆସିଲେ ଯୁଆଡେ,
ମୋ କାମ ଦାମ ଯେଉଁଠି ରହୁଛି
ତା କାମ ମଧ୍ୟ ସିଆଡେ।।
ମୁଁ ବି ତାହାକୁ ଭଲ ପାଏ ବୋଲି
କେମିତି ମୁହଁ ଖୋଲିବି,
ବିଭା ହେବା ପାଇଁ ଘରେ ଏବେ କୁହ
କେମିତି ତାକୁ କହିବି।।
ଭାବୁଛି ଦେଇ କି କହି ଦେବି ଆଜି
ତୋ ଦିଅର ଙ୍କୁ ଭଲ ପାଉଛି,
ତାଙ୍କରି ପାଇଁ କି ମୋ ମନ ଭିତରେ
କିଛି କିଛି ଗୋଟେ ଅଛି।।
ହେଲେ କିନ୍ତୁ ଭାରି ଡର ଲାଗେ ମତେ
କାଳେ କିଏ ଜାଣି ଦେବ,
ଜାଣି ଦେଲା ପରେ ମତେ ସବୁବେଳେ
ଭାରି ଲାଜ ମାଡିବ।।।
ଦେଇ ତୋ ଦିଅର ଏଡେ ଠକ ବୋଲି
ଜାଣି ମୁଁ ନଥିଲି କେବେ,
ଅତଳ ଜଳ ରେ ଭାସି ଗଲି ଦେଇ
ବିଭା ହେଲି ତାକୁ ଯେବେ।।
ମିଠା ମିଠା ତାର କଥା ଦି ପଦ ରେ
ଫସିଗଲି ଯୋଉ ଦିନ,
ବୁଡିଲା ମୋ ଭେଳା ଉଡ଼ିଲା ହୋସ୍
ଭାଙ୍ଗି ଗଲା ମୋର ମନ।।
ମଦୁଆ ଗଞ୍ଜଡ ଗୋଟା ପଣେ ବୋଲି
ଜାଣି ମୁଁ ନଥିଲି ଦେଇ,
ତା ପ୍ରେମ ରେ ପାଗଳୀ ନି ସାଜି ଗଲି
ପ୍ରେମ ପାଲେ ଫସି ଯାଇ।।
ଅଧ ରାତି ଟାରେ ମଦ ପିଇ କରି
ଫେରୁଛି ଘରକୁ ନିଇତି,
ପୁରୁଣା ପ୍ରେମିକା ଫୋଟ କୁ ଏବେ ବି
ରଖିଛି ଲୋ ଦେଇ ସାଇତି।।
ରାତିରେ ଶୋଉ ନି ପାଖରେ ମୋହର
ସଉପ ତକିଆ କୁ ନେଇ,
ତଳେ ପାରି କରି ଏକୁଟିଆ ଶୁଏ
ମୁଁ ରହିଥାଏ ତାକୁ ଚାହିଁ।।
ଭଲ ପାଉନି ଲୋ ଦେଇ ମତେ ଆଉ
ପାଏ ଆଉ କୋଉ ଝିଅ କୁ,
ବିଭା ହେବା ଆଗୁ ସୁରଟ ରେ ସିଏ
ଭଲ ପାଇଥିଲା କାହାକୁ।।
ସକାଳୁ ଉଠି କି ଭାଟି କି ଯାଉଛି
ଆସେ ମଦ ପିଇ କରି ,
ବାଡ଼ା ମାରା କରେ ଯାଉଣୁ ଆସୁଣୁ
ହେଲିଣି ଲୋ କେତେ ସରି।।

ଦେଇ ତୋ ଦିଅର ସୁଧୁରି ଯିବ ଲୋ
ଆଉ କିଛି ଦିନ ପରେ,
କବାଟ କିଳିକି ଉତ୍ତମ ମଧ୍ୟମ
ଭଲ କି ଥୋଇଲା ପରେ।।
ପେଟେଣ୍ଟ ମେଡିସିନ ଦରକାର ତାକୁ
ଯାଉଣୁ ଆସୁଣୁ ଦେଇ,
ଖରାପ ବାଟ ରୁ ଭଲ ବାଟ କୁ ତାକୁ
ଆଣିବି ଲୋ ଦେଇ କଢ଼େଇ।।
ପ୍ରସ୍ ଛଡେଇ ରଖି ବି ତାହାଠୁ
ଦେବିନି ଟଙ୍କା ଟେ ପଇସା,
ତାଲା ପକେଇବି ଏକୁଟିଆ ଘରେ
ଉଡ଼ି ଯାଉ ତାର ହଁସା।
ପୁରୁଣା ପ୍ରେମିକା ଫଟୋ କୁ ଦେଇ ଲୋ
ଦେବି ମୁଁ ହାତରେ ଚିରି,
ଭଲ ପାଉଥିବା ଫୋନ କୁ ତାର
ପଥର ରେ ଦେବି ଚୁରି।।
କାନ ଧରି ତାକୁ ବସ ଉଠୁ
କରିବି ଦିନକୁ ଦି ଥର,
ସାବା ଡ୍ କରିବି ନିଜ ହାତେ ତାକୁ
ଦେଖେ ଲୋ ଦେଇ ଏଥର।।
ଦେଖିଥିଲା ସିଏ ମୋର ଲକ୍ଷ୍ମୀ ରୂପ
ଦେଖିନି ଲୋ ଚଣ୍ଡୀ ରୂପ,
ମୁଁ ବି କାହାଠୁ କମ୍ ନୁହେଁ ଲୋ
ଦେବି ତାକୁ ଗୋଟେ ଧୁପ।।।

ପ୍ରେମଲତା ସାହୁ(ଖୁକୁନି)
ନୂଆ ବନ୍ଧ,ଆଠଗଡ,କଟକ

 431 total views,  1 views today

Leave a Reply

Your email address will not be published. Required fields are marked *