“ନର ରାକ୍ଷସ”
ସୁଜାତା ରାଉତ
************************
ଅତି ଲୋଭକରି ରାବଣ ମରିଛି
କଂସ ମରିଥିଲା ଦିନେ
ଅତି ଅନ୍ୟାୟରୁ ରାଜା ଦୁର୍ଯୋଧନ
ନାଶ ହୋଇଥିଲା ଦିନେ ।
କ୍ଷମତା ବଳରେ ପାପକୁ ଲୁଚେଇ
ହୁଏନାହିଁ କେତେବେଳେ
ଅତି ଅଧର୍ମକୁ ଧରମ ସହେନି
ସ୍ଥାନନାହିଁ ମହୀତଳେ ।
ଆଇନ୍ଆଗରେ ସମସ୍ତେ ସମାନ
ସିଏତ ପଡ଼ିଛି ଶୋଇ
ଟଙ୍କା ଓ କ୍ଷମତା ମୁଠାରେ ଆଇନ୍
ନ୍ୟାୟ, ନୀତିଏଠି କାହିଁ?
କେତେଦିନ ଆଉ ଚାଲିବ ଏମିତି
କୁହହେ ଈଶ୍ୱର କୁହ
ନରାଧମଙ୍କର ଅତ୍ୟାଚାରେ ଆଉ
ଝରିବ ଏମିତି ଲୁହ?
ଟଙ୍କା, ମଦ ସ୍ଵାର୍ଥ, ଲୋଭ ପ୍ରପୀଡ଼ିତ
ନର ରାକ୍ଷସଙ୍କ ଦାଉ
ସମାଜକୁ ନର୍କ କରି ଦେଇଛନ୍ତି
ସବୁକିଛି ଥାଉଥାଉ ।
ମଣିଷ କରିଛି ଶୃଙ୍ଖଳା ତିଆରି
ଶାନ୍ତିରେ ବଞ୍ଚିବା ପାଇଁ
ବିଶୃଙ୍ଖଳା ଆଜି କରୁଛି ରାଜୁତି
ସବୁଠି ଅଶାନ୍ତି ଛାଇ ।
କେତେଦିନ ଆଉ କ୍ଷମତା ଖଟାଇ
ଆଇନ୍ ର ଗଳାବାଟେ
ଖସି ଯାଉଥିବେ ଟଙ୍କା ଫିଙ୍ଗିଦେଇ
ନରାଧାମ ମାନେସତେ ।।
ସୁଜାତା ରାଉତ
163 total views, 1 views today