“ମୃତ୍ୟୁ”(ଜୟ କୁମାର ମିଶ୍ର )
ଜନମ ମରଣ, ଜୀବନେ ଦୁଇଟି
ସୁଖ, ଦୁଃଖ ସାଥି ସେହି,
ଅତି ଆପଣାର, ହୋଇସେ ନିଜର
ଅଦୂର୍ଷ୍ୟ ଶକତି ହୋଇ ll(1)
ସବୁଛାଡି ଦିନେ, ବିଦାୟ ଘେନିବା
ଦୁଃଖ ସାଗରେ ଭସାଇ,
ଜୀବନ ପକ୍ଷୀଟି ଘଟର ପିଞ୍ଜରା
ଛାଡି ଉଡିଯିବ ସେହି ll(2)
ପ୍ରେମର ବନ୍ଧନ, ହୋଇଯିବ ଛିନ୍ନ
ଦୁନିଆକୁ ପର କରି
ଅନୁତାପ, ବିରହେ ଝୁରି ହେଉ ଥିବ
ବିରହ ବେଦନା ଧରି ll(3)
ଧନ, ଜନ,ଅବା ସମ୍ପତି, ସମ୍ପର୍କ
ସାଥି ହୋଇ ଯିବେ ନାହିଁ,
କରିଥିବା ଧର୍ମ, କରିଥିବା କର୍ମ
ନିତି ଝୁରୁଥିବ ସେହି ll(4)
ଗାଆଁ ଘର ମାଟି ଜୀବନ ଜୀବିକା
ଛାଡି ଚାଲିଗଲା ପରେ,
ମୃତ ମଢା ପାଶେ, ଝୁରି କାନ୍ଦୁଥିବେ
ବାହୁନି ବାହୁନି ଘରେ ll(5)
ସଂଚିତ, ସଂଚୟ, କରାଇଵ ମୋହ
ଭାଗ ବଣ୍ଟାପାଇଁ ସଜ,
ବିରହ ବେଦନା, ସବୁ ଭୁଲି ଯାଇ
ବଢ଼ାଇବେ ନିଜ ତେଜ ll(6)
************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206, ଯୋଗାଯୋଗ
6372127449
*********************
ବୁଦୁରା,କାଶୀନଗର, ଗଜପତି
+++++++++++++++++