ଦେ ଜବାବ ଦେ
ହେ ମୋର ମାତୃଭୂମି ଭାରତ ମା
ଦେ ଜବାବ ଦେ
ତୋ ବକ୍ଷରେ ବହିଯାଉଛି
ଅୟୁତ ପବିତ୍ର ଚିରସ୍ରୋତା
ଯୁଗ ଯୁଗ କାଳ କାଳଧରି
ସେ ତ କେବେ ବିଲୁପ୍ତ ହୋଇନାହିଁ
କିନ୍ତୁ କାହିଁକି ବିଲୁପ୍ତ ହୋଇଯାଉଛି
ସେ ନିଃସହାୟ ନାରୀର ଲୁହ ଆଉ ଲହୁ l
ବାରମ୍ବାର ଧର୍ଷିତ ହେବା ପରେ
ପୁଣି ଫିଙ୍ଗାଯାଏ ତୋ ବକ୍ଷକୁ
ତୋ ବକ୍ଷରେ ସେ ନାରୀର ଲୁହ ଆଉ ଲହୁକଣ ଚିରସ୍ରୋତା ନୁହେଁ?
ପବିତ୍ର ନୁହେଁ?
କାହିଁକି ହଜିଯାଉଛି ତାର ଅସ୍ତିତ୍ବ ଓ ପରିଚୟ
ଏ ସଂସାରରୁ? କାହିଁକି…
କାହିଁକି ଖବର କାଗଜରେ ପୃଷ୍ଠାମଣ୍ଡନ କରୁଛି ଏ ନାରକୀୟ ଯାତନା
ଦେ ଜବାବ ଦେ
ହେ ମୋର ମାତୃଭୂମି ଭାରତ ମା ।
ଦିନେଶ ଅଗ୍ରୱାଲ
ଅଭିନନ୍ଦନ
ଧନ୍ୟବାଦ ଭାଇ