June 10, 2023
11 11 11 AM
ଏକତା ହିଁ ବଳ – ବିନୋଦିନୀ ଦାଶ
ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର
ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ
ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ
କାଳିଆ ଭରଷା – ଅଶୋକ କୁମାର ପତି
କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ
ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର
ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ
‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର 
କବିତା – ନଳିନୀ ପ୍ରଭା ମିଶ୍ର
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
Latest Post
ଏକତା ହିଁ ବଳ – ବିନୋଦିନୀ ଦାଶ ଆତ୍ମା ନନ୍ଦିଘୋଷେ ଶ୍ରୀ ଜଗନ୍ନାଥ -ନଳିନୀ ପ୍ରଭା ମିଶ୍ର ଉଠ ଉଠ ନୀଳମଣି – ବିଜୟ କୁମାର ସ୍ବାଇଁ ପ୍ରକୃତି –  ଡଃ ପ୍ରିୟମ୍ବଦା ସାମଲ କାଳିଆ ଭରଷା – ଅଶୋକ କୁମାର ପତି କାମନାର ବିନାଶରେ ଦୁଃଖର ବିନାଶ – ଭାସ୍କର ରାଉତ ସେ ତ ଭକତ ଭାବରେ ବନ୍ଧା – ତରୁଣ କୁମାର ମିଶ୍ର ଝିଅ ଜନମ ପର ଘରକୁ – ଡଃ ପ୍ରିୟମ୍ବଦା ସାମଲ ‌ଅପରାହ୍ନ – ନଳିନୀ ପ୍ରଭା ମିଶ୍ର  କବିତା – ନଳିନୀ ପ୍ରଭା ମିଶ୍ର ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

ଦାୟିତ୍ୱ — ବନଲତା ଜାଲି

ଦାୟିତ୍ୱ

ଜୀବନର ମୂଲ୍ୟବୋଧରେ ଅଟଇ
ଦାୟିତ୍ୱ ଗୋଟିଏ ଅଙ୍ଗ
ସବୁ ସମୟରେ ଦାୟିତ୍ୱର ସଂଜ୍ଞା
ଶୃଙ୍ଖଳାର ଏକ ସଙ୍ଗ।

ପ୍ରତ୍ୟେକ କାର୍ଯ୍ୟରେ ନିୟମକାନୁନ
ଦାୟିତ୍ୱ ପର୍ଯ୍ୟବେସିତ
ନିଷ୍ଠାର ସହିତ କଲେ ସମ୍ପାଦନ
ହେବାନାହିଁ ହରକତ।

ଉତ୍ତମ ସନ୍ତାନ ଗଢିବା କ୍ଷେତ୍ରରେ
ପିତାମାତାଙ୍କ ଦାୟିତ୍ୱ
ସାମାଜିକ ଆଉ ନୈତିକତା କ୍ଷେତ୍ରେ
ଦିଅନ୍ତି ବେଶୀ ଗୁରୁତ୍ୱ।

ଯୋଗ୍ୟ ନାଗରିକ ଗଢିବା କ୍ଷେତ୍ରରେ
ଗୁରୁଙ୍କ ଗୁରୁ ଦାୟିତ୍ୱ
ଶାରୀରିକ ଅବା ଆଧ୍ୟାତ୍ମିକ କ୍ଷେତ୍ରେ
ବଢ଼ାଇଥାନ୍ତି ମହତ୍ତ୍ୱ ।

ଦେଶର ସମ୍ମାନ ଅଖଣ୍ଡତା ରକ୍ଷା
ନାଗରିକର ଦାୟିତ୍ୱ
ସମାଜସେବାରେ ବ୍ରତୀହୋଇ ନର
ଦେଖାଏ ତା’ର କୃତିତ୍ୱ।

ସବୁ କାର୍ଯ୍ୟକ୍ରମେ ରହିଲେ ଦାୟିତ୍ୱ
କାର୍ଯ୍ୟ ହୁଅଇ ସୁବିଧା
ସମସ୍ୟା ଆସେନି କର୍ତ୍ତବ୍ୟର ପଥେ
ହଟିଯାଏ ବିଘ୍ନ ବାଧା।

ଦାୟିତ୍ୱର କ୍ଷେତ୍ର ଅନେକ ବିସ୍ତୃତ
ସୁରକ୍ଷାର ସେ ବଳୟ
ଆତ୍ମା ଆଉ ପ୍ରାଣ ହୁଏ ଉଲ୍ଲସିତ
ଯେହ୍ନେ ଫଗୁଣ ମଳୟ।

ବନଲତା ଜାଲି
କୃଷ୍ଣପ୍ରସାଦ, ପୁରୀ

 312 total views,  1 views today

One thought on “ଦାୟିତ୍ୱ — ବନଲତା ଜାଲି

Leave a Reply

Your email address will not be published. Required fields are marked *