ଦର୍ପଣ ବିକିବା ମନା
“””””””””””””””””””””””
ଅନ୍ଧାରୀ ଗଡ଼ ର ରଜା ହୋ
ଅନ୍ଧ ତୁମ ରାଜନୀତି
ଆଖି ବନ୍ଦ କରି ପ୍ରଜାଙ୍କୁ ଶୋଷୁଛ
ଆଉକେ ଶୁଣିବ ତାଙ୍କ ବିନତି ?
ସଡ଼ଚାଳିଶି ସାଲେ ସ୍ୱାଧୀନ ଆମ୍ଭେ ଯେ
ଭୋଗୁଛୁ କିମ୍ପାଇଁ ଏ ଦୃର୍ଗତି ?
ଆଜିବି ହା..ଅନ୍ନ ହା..ଅନ୍ନ ଡାକ ଶୁଭୁଅଛି
ନଗଡ଼ାରେ ଶିଶୁ କାମୁଡୁଛି ମାଟି।
ନ୍ୟାୟ ଦରବାରେ ଅନ୍ୟାୟ ରାଜୁତି
ନିର୍ଦୋଷ ଚାଷୀ ପାଏ ଏଠି ଫାଶୀ
ମା କାନ୍ଦେ ଏଠି ମମତା କାନ୍ଦେ ମଥା ପିଟି
ବଳତ୍କାରୀ ଏଠି ନିର୍ଭୟେ ବୁଲନ୍ତି ଫୁଲାଇ ଛାତି
ପାଣି ରେ ଦୁର୍ନୀତି,ଖଣି ରେ ଦୁର୍ନୀତି
ଦୁର୍ନୀତି ର ନାଗଫାସେ ପଡିଛି ସମାଜ ଏଠି
ଶିକ୍ଷା ବ୍ୟବସ୍ଥା ର ଦୁରାବସ୍ଥା ଆଜି
ଦାଦନରେ ସମାଧାନ ଟି…!
ସବୁଥିରେ ଚାଲେ ଟଙ୍କା କାରବାର
ବନ୍ଧ ଭାଙ୍ଗି ଆସେ ମଦର ଜୁଆର
ନିଜ ପେଙ୍କାଳି ନିଜେ ଯେ ବଜେଇ
ମୂର୍ଖ ରାଜ୍ୟେ ହୁଅ ତୁମେ ଅଧୀଶ୍ଵର ।
ଋଣ ରେ ମରୁଛି,ଲୁଣ ରେ ମରୁଛି
ଗରିବ-ମୂଲିଆ ର ମରିବା ଥୟ
ଜନତା ଙ୍କ ମୁଖେ ନପଡେ ଖୁଦ କୁଣ୍ଡା ମୁଠେ
ରଜା ହେଲେ ଯେ ନିର୍ଦୟ……।
ଅନ୍ଧାରି ଗଡ଼ କୁ ଜିତିବା ପାଇଁ କି
ଅନ୍ଧlରେ କରୁଛ ଲୀଳା ଖେଳା
ଅନ୍ଧ ଏ ଶାସକ, ଅନ୍ଧ ଏ ଶାସନ
ଏଠି ଦର୍ପଣ ବିକିବା ମନା ।
✍️ ମାନସ କୁମାର ସେନାପତି,ବସ୍ତା
ବାଲେଶ୍ବର,☎️ଦୂରଭାଷା-୯୧୭୮୩୭୭୦୬୧
333 total views, 1 views today