ଡଙ୍ଗା
ତଟିନୀରକୂଳେ
ପାରିହେବା ପାଇଁ
ନଉକା ହୁଅଇ ସରି
କାଠ ନାବ ସାଥେ
ମଙ୍ଗ ଧରି ହାତେ
ନାଉରିଆ କରେ ପାରି ।
ଧୀବର ଭାଇନା
ମୀନ ଧରିବାକୁ
ଜାଲ ବୁଣେ ନାବ ସାଥେ
ଧିରେଧିରେ ବାହି
କ୍ଷୁଦ୍ର ଡଙ୍ଗା ଧରି
ଜୀବିକା ଅର୍ଜନ ମତେ।
ବୋଇତ ବନ୍ଦାଣ
କରି ଆଗମନ
ଦୂର ଦେଶୁ କାରବାର
ଧନରତ୍ନ ଧରି
ସାଧବପୁଅ ଯେ
ବୋଇତରେ ବଣିଜର।
କାଗଜ ଡଙ୍ଗାଟି
ଭାସିଭାସି ଯାଏ
ଶିଶୁଙ୍କ ମନ ଉଚ୍ଛନ୍ନ
କେଡେ ଆନନ୍ଦରେ
ଖୁସି ମନ ଭରେ
ଜଳକ୍ରୀଡା ପାଇଁ ମନ ।
ଜୀବନ ଡଙ୍ଗାରେ
ଦୁଃଖ କ୍ଳେଶ ସହି
ତପ୍ତ ବୈତରଣୀ ପାରି
ଜୀବନ ଜୀବିକା
ଜୀବନର ବ୍ରତ
ଆତ୍ମ ଉପଲବ୍ଧି କରି।
ଦିଗଶିରା, ସୁବର୍ଣ୍ଣପୁର