March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Dambarudhara

ସାମ୍ପ୍ରତିକ ପଦ୍ୟ ସାହିତ୍ୟରେ କବି ଓ କବିତାର ସ୍ୱର

((ସାମ୍ପ୍ରତିକ ପଦ୍ୟ ସାହିତ୍ୟରେ କବି ଓ କବିତାର ସ୍ୱର ))



ସ୍ବାଧିନତା(୧୯୪୭)ପରବର୍ତ୍ତୀ କାଳ ଠାରୁ ଆଜି ପର୍ଯ୍ୟନ୍ତ ବିସ୍ତୃତ କାଳ ମଧ୍ୟରେ ଆଧୁନିକ ଓଡ଼ିଆ ସାହିତ୍ୟର ଯେଉଁ ପର୍ଯ୍ୟାୟ ବିକଶିତ,ତାହାକୁ ‘ସ୍ବାଧିନତୋତ୍ତର ସାହିତ୍ୟ’ ନାମରେ ନାମିତ କରାଯାଏ।ଏହାକୁ କେହି କେହି ସାମ୍ପ୍ରତିକ ସାହିତ୍ୟ ଭାବରେ ଗ୍ରହଣ କରିଥାନ୍ତି।
ସେ ଯାହାହେଉ ନା କାହିଁକି ପଦ୍ୟ ଓ ଗଦ୍ୟ ଭେଦରେ ସାହିତ୍ୟ ସାଧାରଣତଃ ଦୁଇ ପ୍ରକାରର।ପଦ୍ୟର ପରମ୍ପରା ବହୁ ପ୍ରାଚୀନ।ଭାଷା ସୃଷ୍ଟି ପରେ ପୃଥିବୀରେ ସର୍ବତ୍ର ସାହିତ୍ୟ କ୍ଷେତ୍ରରେ ପଦ୍ୟ ହିଁ ସର୍ବପ୍ରଥମେ କବି ଲେଖାରେ ଆତ୍ମପ୍ରକାଶ କରିଛି।ପୃଥିବୀର ପ୍ରାଚୀନତମ ଗ୍ରନ୍ଥ ବେଦର ପ୍ରାଚୀନତମ ଅଂଶ ହେଉଛି ପଦ୍ୟାନିବଦ୍ଧ ରଚନା।ଭାରତର ଆଦି କବି ବାଲ୍ମିକୀ ‘ ରାମାୟଣ ‘ କାବ୍ୟ ରଚନା କରିଥିଲେ ଓ ତାପରେ ବ୍ୟାସଦେବ ରଚନା କରିଥିଲେ ‘ ମହାଭାରତ ‘ କାବ୍ୟ।ଏହି ଦୁଇଟି କାବ୍ୟ ମଧ୍ୟ ପଦ୍ୟର ପ୍ରାଚୀନତମ ନିଦର୍ଶନ।ପଦ୍ୟ ସାହିତ୍ୟ କହିଲେ କାବ୍ୟକବିତାକୁ ବୁଝାଏ।
ଆମ ସମୃଦ୍ଧ ଓଡ଼ିଆ ସାହିତ୍ୟର ଆଦ୍ୟ ଉନ୍ମେଷ ଘଟିଛି କାବ୍ୟକବିତାରୁ।କାବ୍ୟକବିତାର ଆଦି ଓଁକାର ଓଡ଼ିଆ ଲୋକଗୀତରୁ ଜନ୍ମଲାଭ କରିଛି। କ୍ରମଶଃ ଚର୍ଯ୍ୟାଗୀତି ଓ ଦୋହା,ନାଥ ଧର୍ମର କେତକ ସାହିତ୍ୟକ,ସାରଳା ଯୁଗ,ପଞ୍ଚସଖା ଯୁଗ, ରୀତିଯୁଗ,ଆଧୁନିକ ଯୁଗ,ସତ୍ୟବାଦୀ ଗୋଷ୍ଠୀର ସାହିତ୍ୟକଗଣ,ସବୁଜ ଗୋଷ୍ଠୀ, ପ୍ରଗତି ଯୁଗ ଆଦି ମଧ୍ୟ ଦେଇ ପ୍ରାକ – ସ୍ଵାଧୀନ ଯୁଗ ପର୍ଯ୍ୟନ୍ତ ଏହାର ଶାଖା ପ୍ରଶାଖା ସୁବିସ୍ତୃତ ଲାଭ କରି ସାମ୍ପ୍ରତିକ ଯୁଗ ପର୍ଯ୍ୟନ୍ତ ବ୍ୟାପି ପଦ୍ୟ ସାହିତ୍ୟକୁ ସମୃଦ୍ଧ କରି ଆସିଅଛି କହିବା ବାହୁଲ୍ୟ ମାତ୍ର।
ମୋ ନିଜସ୍ଵ ମତରେ ସାମ୍ପ୍ରତିକ ପଦ୍ୟ ସାହିତ୍ୟରେ କବିତା ଲେଖିବା ଆଜି କୌଣସି ନିର୍ଦ୍ଦିଷ୍ଟ ଗଣ୍ଡି ମଧ୍ୟରେ ଆବଦ୍ଧ ନୁହଁ।ଆନ୍ତର୍ଜାତିକ ଭାବଧାରାରେ ଉଦବୋଧ ହୋଇ ଏହା ପ୍ରତୀକ,ଚିତ୍ରକଳ୍ପ,ରୂପକ(ମେଟାଫର) ଆଦିର ଅନୁସରଣ ଓ ଅନୁକରଣରେ ଲିଖିତ ହୋଇ ସମଗ୍ର ବିଶ୍ବ କବିତାର କୋଟିରକୁ ଅତିକ୍ରମ କରିବାର ପ୍ରୟାସ ଜାରି ରହିଛି।
ଆଧୁନିକ ସ୍ଵାଧୀନ ମଣିଷର ମନରେ ପ୍ରଶାସନ କ୍ଷେତ୍ରରେ ଦେଖାଦେଇଥିବା ସନ୍ଦେହ,ଅବିଶ୍ବାସ,ସଙ୍କଟ,ଦୁର୍ନୀତି ଓ ବିଶୃଙ୍ଖଳା ଆଦି ଆଜି ଆଧୁନିକ କବି ମାନଙ୍କୁ ପ୍ରେରଣା ଦେଉଛି ନୂର୍ତନ ଜୀବନଧର୍ମୀ କବିତା ରଚନା ପାଇଁ।ସ୍ବାଧୀନତାର ମୋହଭଙ୍ଗ ଜନିତ ମାନସିକତା ତଥା ସାମାଜିକ ପ୍ରତିକ୍ରିୟାର ବିରୋଧ ସ୍ୱର କ୍ରମଶଃ ସେମାନଙ୍କ କବିତାରେ ସ୍ଵଷ୍ଟ ବାରି ହୋଇ ପଡ଼ୁଛି।
ଆଧୁନିକ କବିତା ଧିରେ ଧିରେ ଛନ୍ଦହୀନତା, ବାକ୍ ରୀତି, ଗଦ୍ୟଛନ୍ଦ ଓ ପଦବନ୍ଧ ଆଡ଼କୁ ଗତିକରିଛି।ଆନ୍ତର୍ଜାତିକ କାବ୍ୟାଦର୍ଶକୁ ଓଡ଼ିଆ କବିତାରେ ପ୍ରୟୋଗ କରିବାର ପ୍ରଚେଷ୍ଟା କରାଯାଇଛି।ଫଳରେ ଆବେଗଧର୍ମିତା ଅପେକ୍ଷା ବୌଦ୍ଧିକତାର ପରିପ୍ରକାଶ ଘଟିଛି।ଅନ୍ତରଙ୍ଗ ଅନୁଭୂତିର ଅଭାବ ସହିତ ଭାବପ୍ରକାଶରେ ପରିଛନ୍ନତାର ଅଭାବ ଦେଖାଦେଇଛି।ଏସବୁର ସମ୍ମିଶ୍ରଣ କବିତାକୁ ଦୂର୍ବୋଧ୍ୟ କରିଛି ।ଅତି ଲେମ୍ବୁ ଚିପୁଡିଲେ ପିତା ଭଳି ମିଥ୍ ପ୍ରୟୋଗରୀତି ସାମ୍ପ୍ରତିକ କବିତାରେ ଅନୁସୃତ ହୋଇଛି।

ଅଧିକନ୍ତୁ ସାମ୍ପ୍ରତିକ ଓଡ଼ିଆ କବିତା ଆନ୍ତର୍ଜାତିକ ମାର୍କସବାଦି ଚେତନା ଦ୍ଵାରା ସଂକ୍ରମିତ ହୋଇଛି।ଏହି ଚେତନାରେ ଯେଉଁ କବି ମାନେ ଅନୁପ୍ରାଣିତ ମୂଳତଃ ରୋମାଣ୍ଟିକ ହୋଇଥିବାରୁ ସେମାନଙ୍କ କବିତାରେ ରୁକ୍ଷ ବାସ୍ତବତା ସହିତ ରୋମାଣ୍ଟିକ ଭାବ ପ୍ରବଣତାର ସମନ୍ୱୟ ଘଟିଛି।ଯାହାକୁ କେହି କେହି ରୋମାଣ୍ଟିକ ବାସ୍ତବବାଦୀ କାବ୍ୟ ଧାରା ରୂପେ ଗ୍ରହଣ କରିଥାନ୍ତି।
ଓଡ଼ିଆ ପଦ୍ୟ ସାହିତ୍ୟରେ ‘ସନେଟ’ ରଚନା ଧାରାଟି ମଧ୍ୟ ଅବହେଳିତ ନ ହୋଇ କେତେଜଣ କବିଙ୍କ ଲେଖନୀରେ ବିକଶିତ ହୋଇଛି।ଏସବୁସତ୍ତ୍ୱେ ଆଧୁନିକ କାବ୍ୟଚିନ୍ତାରେ ଜୀବନ ଓ ମୃତ୍ୟୁପ୍ରତି ମାନସିକ ଆଲୋଡନ ବୃଦ୍ଧି ପାଇଛି।କହିବାକୁ ଗଲେ ଆନ୍ତର୍ଜାତିକ ସ୍ତରରେ ସାମ୍ପ୍ରତିକ ପଦ୍ୟ ସାହିତ୍ୟରେ ନାରୀସତ୍ତାର ସ୍ୱାଧିକାର ପ୍ରତିଷ୍ଠା ପାଇଁ ଫେମିନିଜିମ୍(ବାମାବାଦ) ନାମରେ ତୀବ୍ର ସ୍ୱର କେତେକ ସାମ୍ପ୍ରତିକ ଓଡ଼ିଆ କବିତାରେ ବହୁ ନାରୀ କବିଙ୍କର ଲେଖାରେ ଦେଖିବାକୁ ମିଳୁଛି।
ସମୟକ୍ରମେ ସାମ୍ପ୍ରତିକ ଓଡ଼ିଆ କବିତା ଭାବ ଓ ଭାଷାରେ ଅଧିକ ସରଳ ହେଉଛି।ବାକଛନ୍ଦ,ମୁକ୍ତଛନ୍ଦ ବା ଗଦ୍ୟାଛନ୍ଦରେ କବିତା ଲେଖୁଥିଲେ ହେଁ ସାଂପ୍ରତିକ କବିମାନେ କବିତାରେ ଶୃତିମଧୁର ଲାଳିତ୍ୟପ୍ରତି ଅଧିକ ସଚେତନ ମନେ ହୁଅନ୍ତି।ପ୍ରତୀକ,ଶୈଳୀ ଓ ମିଥର ବ୍ୟବହାରକୁ ସେମାନେ ଗ୍ରହଣ କରନ୍ତି ସତ ; କିନ୍ତୁ ନିଜର ବକ୍ତବ୍ୟ ଉପରେ ଗୁରୁତ୍ବ ଦିଅନ୍ତି।ଯଦ୍ୱାରା ଆଜିକାଲି କବିତାର ସ୍ୱର ଅପେକ୍ଷାକୃତ ମଧୁର, ଭାବ ଗର୍ଭକ,
ପରିଚ୍ଛନ୍ନ, ସହଜ ଓ ସରଳ ମନେ ହୁଏ,ଏଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ କହିଲେ ଚଳେ।
ଆଜିର ବହୁ ଯୁବ କବିଙ୍କର ଆବିର୍ଭାବ ଓଡ଼ିଆ ପଦ୍ୟ ସାହିତ୍ୟର କାବ୍ୟ ଜଗତରେ ଏକ ନୂର୍ତନ ସ୍ୱର ଝଙ୍କାର ସୃଷ୍ଟି କରିପାରିଛି।ସେମାନେ ନିଜ ଜୀବନର ଅଙ୍ଗେନିଭା,ଅନୁଭବ ତଥା ଅନୁଭୂତିର କଥାକୁ ନିଜ କବିତାରେ ରୂପାୟନ କରି ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।ନଗର ଓ ପଲ୍ଲୀ ଉଭୟ ଜୀବନର ଚିତ୍ର ଫୁଟାଇବାକୁ ଚେଷ୍ଟା କରୁଛନ୍ତି।ସମାଜର ଦିନମଜୁରିଆ , କୁଲି,ଦରିଦ୍ର,ଅବହେଳିତ ମଣିଷ ଜୀବନର ସମସ୍ୟା ଓ ଦୁଃଖଭରା କାହାଣୀର ଚିତ୍ର ନିଜ କବିତାରେ ଆଙ୍କୁଛନ୍ତି।ଅନୁଭବର ଏହି ମାର୍ମିକ ଉଚ୍ଚାରଣ ଆଜିର ପଦ୍ୟ ସାହିତ୍ୟକୁ ନୂଆ ରୂପ,ନୂଆ ଛନ୍ଦ ଓ ନୂଆ ପରମ୍ପରାଟିଏ ଦେଇଛି।
ବିଂଶ ଶତାବ୍ଦୀର କବି ମାନେ ଆଉରି ପାଦେ ଆଗେଇ ଆସିଛନ୍ତି।ସେମାନଙ୍କ କବିତା ଗତାନୁଗତିକର କୁମ୍ଭାର ଚକରୁ ବିଚ୍ୟୁତ ହୋଇ ; ସହରୀ ଜୀବନକୁ ଭଲ ପାଇ ବଞ୍ଚିବାର ଇଛା ଥିଲେ ହେଁ କ୍ରମଶଃ ଭୁଲିଯିବାକୁ ବସିଥିବା ଗାଁପ୍ରତି ମୁହଁ ଫେରାଇଛନ୍ତି।ନିଜ ନିଜ ଗାଁର ସାମାଜିକ ରୀତି,ନୀତି,ପରମ୍ପରା,ଲୋକ ଚଳନି ଆଦିକୁ ନିଜ କାବ୍ୟ କବିତାରେ ରୂପ ଦେବା ଆରମ୍ଭ କରିଛନ୍ତି।ଗାଁର ଚିତ୍ର ସ୍ଥାନ ପାଇ ଗ୍ରାମ୍ୟ ଚିତ୍ରକୁ ଅଧିକ ପ୍ରାଣବନ୍ତ କରି କବିତାକୁ ସହଜ ବୋଧ୍ୟ କରିପାରିଛି।ସାମାଜିକ ଅବ୍ୟବସ୍ଥା ବିରୋଧରେ ସେମାନଙ୍କ ବିଦ୍ରୋହର ସ୍ୱର ତୀବ୍ର ରୁ ତୀବ୍ରତର ହେବାରେ ଲାଗିଛି।


ସର୍ବୋପରି ସାମ୍ପ୍ରତିକ ପଦ୍ୟ ସାହିତ୍ୟରେ ଗୀତିକବିତାର ଭୂମିକାକୁ ଅସ୍ବୀକାର କରାଯାଇ ନ ପାରେ।ଏହା ଅବଶ୍ୟ ସ୍ଵୀକାର୍ଯ୍ୟ ଯେ , ଓଡ଼ିଆ ଗୀତିକବିତା ଧାରାଟି ଅତି ପ୍ରାଚୀନ।ପୂର୍ବେ କବିମାନେ ଏହାକୁ ଛାନ୍ଦ,ଚଉତିଶା,ଚଉପଦୀ ଆଦି ବିଭିନ୍ନ ନାମରେ ନାମିତ କରି ଆସୁଥିଲେ।ସାମ୍ପ୍ରତିକ କାଳରେ ପାଶ୍ଚାତ୍ୟ
ସନେଟ (ଚତୁର୍ଦ୍ଦଶୀ ପଦି କବିତା), ଓଡ୍ (ସମ୍ଭୋଧନ ଗୀତି), ଏଲିଜି (ଶୋକ ଗୀତି), ବାଲାଡ (ଗାଥା କବିତା) ଆଦି ‘lyric ‘ ଧର୍ମୀ କବିତାର ସମାର୍ଥକ ଭାବେ ‘ ଗୀତିକବିତା ‘ ଗୃହୀତ ।
ସଙ୍ଗୀତ ଓ ସାହିତ୍ୟର ସମନ୍ୱିତ ରୂପ ହିଁ ଏହାର ନାମକରଣ ର ସାର୍ଥକତା।ପ୍ରେମ,ଭକ୍ତି, ପ୍ରକୃତି ପ୍ରୀତି ଇତ୍ୟାଦି ବିଭିନ୍ନ ଭାବାବେଗକୁ ଭିତ୍ତିକରି ଏହା ଭିନ୍ନ ଭିନ୍ନ ରୂପରେ ପ୍ରକାଶିତ।ଏହି ଭାବଟି ସ୍ରଷ୍ଟାର ବ୍ୟକ୍ତିଗତ,କିନ୍ତୁ ଏହାର ଆବେଦନ ସାର୍ବଜନୀନ।
ଗାନଧର୍ମୀତା,ମନ୍ମୟତା,ସ୍ୱତଃସ୍ଫୁର୍ତ୍ତତା ଓ ସଂକ୍ଷିପ୍ତତା ଏହାର ଧର୍ମ ଏବଂ ଏହି କାରଣରୁ ସାମ୍ପ୍ରତିକ କାଳରେ ଓଡ଼ିଆ ପଦ୍ୟ ସାହିତ୍ୟ ଜଗତରେ ଏହାର ଲୋକ ପ୍ରିୟତା ଢେର ବେଶୀ।ବହୁ ପ୍ରବୀଣ ତଥା ନବୀନ ଗୀତିକବିଙ୍କ ସାଧନା ବଳରେ ଓଡ଼ିଆ ପଦ୍ୟ ସାହିତ୍ୟରେ ଗୀତିକବିତା ଆଜି ଋଦ୍ଧିମନ୍ତ ।
ଉପସଂହାରରେ ଏତିକି କୁହାଯାଇପାରେ ଯେ ଉପଯ୍ୟୁକ୍ତ ବିଶେଷତ୍ଵ , କାବ୍ୟଧାରା ,ସ୍ୱର ଝଙ୍କାର ତଥା କାବ୍ୟ ଚେତନାକୁ ଅନୁସାରୀ ସାମ୍ପ୍ରତିକ କବିତା ରଚନା କ୍ଷେତ୍ରରେ ବହୁ ନବାଗତ ତରୁଣ କବିଙ୍କ ଭିଡ଼।ସାମ୍ପ୍ରତିକ କାଳରେ ପଦ୍ୟ ସାହିତ୍ୟରେ ଲେଖନୀ ଚାଳନା କରୁଥିବା ପ୍ରାକ୍ – ସ୍ଵାଧୀନତା କାଳୀନ କବିମାନଙ୍କ ସହିତ ଏମାନଙ୍କ ଯୋଗଦାନ ଫଳରେ ଆଜିର ଓଡ଼ିଆ କବିତା ଜଗତ ଋଦ୍ଧିମନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ ।

@ଡମ୍ବରୁଧର ବେହେରା (ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ସମ୍ପର୍କ – ୯୪୩୭୭୮୮୪୬୪

Loading

5 thoughts on “ସାମ୍ପ୍ରତିକ ପଦ୍ୟ ସାହିତ୍ୟରେ କବି ଓ କବିତାର ସ୍ୱର

  1. Oh my goodness! Extraordinary posting dude! Thank you, On the other hand I’m obtaining problems with your RSS. I don’t know why I’m able to’t be a part of it. Is there anybody else owning equivalent RSS concerns? Anyone who appreciates The solution will you kindly answer? Thanks!! oreiep.se/map4.php tabletter mot ledv?¤rk

  2. Location on with this particular compose-up, I basically believe that this Web-site demands considerably more focus. I’ll probably be back once more to discover extra, many thanks for the recommendation!

Leave a Reply

Your email address will not be published. Required fields are marked *