*ଡାକି ଡାକି ଚକାଆଖି ପଡିଲିଣି ଥକି*
***************************
ଡାକି ଡାକି ଚକାଆଖି ପଡ଼ି ଲିଣି ଥକି
ଆଉକେତେ ଡାକିବିମୁଁ ନପାରକିଦେଖି,
ଜଗତର ବନ୍ଧୁବୋଲି
ମନକଥା କହିଦେଲି
କେତେଜଣାଇବିଆଉ ହୋଇନିରିମାଖି।
ସବୁତ ରହିଛି ଭରି ଏହି ଧରା ଧାମେ
ଦରକାର ଜାଣି ରଖି ଦେଇଛ ଯତନେ,
ବିପଦପଡ଼ିବା କାଳେ
ଡାକନ୍ତି ପ୍ରଭୁ ସକଳେ
ବିପତ୍ତିରୁ ରଖ ତୁମେ ଅବେଳର ସାଥୀ।
ସମ୍ପଦବେଳାରେ ସବୁହୋଇଥାନ୍ତି ସାଥୀ
ବିପଦ କାଳରେ ପରା ନ ଆସନ୍ତି ଦେଖି,
ସଂସାର ସୁରକ୍ଷା ପାଇଁ
ତୁ ପରା ରହିଛୁ ଚାହିଁ
ତୁହି ଆଶା, ତୁଭରସା,ସଂସାରର ସାକ୍ଷୀ।
ସବୁ ପାରଇ କି ନର ଅଛି କି ଶକତି?
ସକଳ ଶକତି ଅନ୍ତେ ତୁ ମହା ଶକତି,
ତୁ ପରା ଶକତି ଦାତା
ତୁହି ଗତି ମୁକ୍ତି ଦାତା
ଶରଣ ରଖ ଧରତୀ ରଖ ମହାଶକ୍ତି।
****************************
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ**********************
610 total views, 1 views today