April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଦାଦନର ଦୁଃଖ— ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର

🙏🙏🙏ଦାଦନର ଦୁଃଖ 🙏🙏🙏

=======================

ତତଲା କଢେଇରେ ଅଧାଜଳା ଯୌବନ

ଡହ ଡହ ନିଆଁଧାସରେ ଦରସିଝା ଜୀବନ

ପଖାଳ କଂସାରେ ବନ୍ଧା ଅସହାୟ ଆୟୁଷ

ମୁହଁମାଡି ପେଟେଇ ପଡିଛି ଭାଗ୍ୟଭବିଷ୍ୟ !!

ଭିଟାମାଟିର ଶାଶ୍ୱତ ବନ୍ଧନକୁ ତୁଛ କରି

ଦେଶାନ୍ତର ହେବାକୁ ହୁଏ ଉଷ୍ମଲହୁ ନିଗାଡ଼ି

ଭୁଲିବାକୁ ହୁଏ ଚଉଦପୁରୁଷର ବୁନିଆଦ

ଦାଦନର ମୋହରରେ ପରିଚୟ ନିବିଡ !!

ଯେମିତି ବି ହେଉ କର୍ମସଂସ୍ଥାନ ପାଇଁ

ଆଗକୁ ବଢିବାକୁ ହୁଏ ଅଣ୍ଟା ସଳଖି

ଦାଦନର ମାଦଳାରେ ନାମ ନଥିଭୁକ୍ତ କରି

ମାନିନେବାକୁ ହୁଏ ବାବୁଭୈୟାଙ୍କ ସର୍ତ୍ତ !!

ଆଖି ଫେରାଇବାକୁ ନଥାଏ ଜୁ କି ସାମର୍ଥ୍ୟ

ହୁଏତ ଏଇଠି ହିଁ ଅଟକିଯିବ ପୈତୃକପ୍ରାଣ

କାହିଁ କେଉଁ ଅଫେରା ଅମଡ଼ାବାଟର ପଥିକ

କ୍ରୀତଦାସ ପ୍ରଥାରେ ବିକ୍ରିବଟା ଜୀବନ !!

ଆକ୍ୱାରିଅମର ଚାରିକାନ୍ଥରେ ନିରୁଦ୍ଧ ସ୍ବପ୍ନ

ପକ୍ଷୀଡେଣାରେ ପେଟପାଟଣାର ମୋହ

ବୁଢ଼ୀଅସୁରୁଣୀର ସାତତାଳ ପଙ୍କରେ

ଫରୁଆ ଭିତରେ ଅଣନିଶ୍ୱାସୀ ଜୀବିକା!!

ଯୁଆଡେ ଚାହିଁଲେ ନୈରାଶ୍ୟର ଧୂଳିଝଡ

ଦୁଃଖର ବଳୟରେ ପରିବ୍ୟାପ୍ତ ଆକାଶ

ନାଦାନ ଆତ୍ମଦାହରେ ବତୁରେ ତାରୁଣ୍ୟ

ଅସ୍ପଷ୍ଟ କପାଳରେଖାକୁ ନିନ୍ଦିବା ଯା ସାର!!

ପାସୋରିବାକୁ ହୁଏ ମାଟି ମଟାଳର ମୋହ

ନାର୍ଯ୍ୟ ପ୍ରାପ୍ୟପାଇଁ କାକୁସ୍ଥ ଗୁହାରିକଲେ

ଅବା ବଞ୍ଚିବାର ଅଧିକାରରେ ଦାବିକଲେ

ସହିବାକୁ ପଡେ ଗୋଇଠା ଅବା ବନ୍ଧୁକ ଢିଅ!!

ନିଶ୍ୱାସ ଟିକିଏ ପାଇଁ ବଳିପଡ଼େ ଈଛା

ବୃହନ୍ନଳା ଏଠି ମନ ଆଉ ବିବେକ

ଦାନାପାଣି ମରୁଦ୍ୟାନର ଅସହ୍ୟ ଝାଞ୍ଜି

ଦାଦନର ହୁକୁମନାମାରେ ସୁଖସ୍ୱାଛନ୍ଦ !!

——————————————–

ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର (ପ୍ର. ଶି )

ସାନକୁଆଁଲ ସରକାରୀ ଉ. ପ୍ରା. ବିଦ୍ୟାଳୟ

ମଙ୍ଗଳପୁର, ଯାଜପୁର, ଓଡିଶା

ଫୋନ -9438064908

Loading

One thought on “ଦାଦନର ଦୁଃଖ— ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର

  1. I received it at noon. The color was severely faded when I washed it with conditioner at night. There was a pungent smell of hair dye. I threw it in the trash can, wasting 31 yuan, and the logistics were too slow. It’s not real hair at all.

Leave a Reply to cheap wigs Cancel reply

Your email address will not be published. Required fields are marked *