🌹🌹ସ୍ବପ୍ନ 🌹🌹
ଡ଼ ଲଷ୍ମୀକାନ୍ତ ଦାଶ
🌹🌹🌹🌹🌹
ହାତ ପାହାନ୍ତର ରୂପାଜନ୍ନ ସ୍ବପ୍ନ
ଅକଳ୍ପିତ ହୋଇଥାଏ
କେତେବେଳେ ପୁଣି ଭବିତବ୍ୟ ସାଜି
ଅତର୍କିତ ମନ ହୁଏ (1)
ସ୍ବପ୍ନ କେତେବେଳେ ଆକର୍ଷଣ ହୁଏ
ଯୌବନର ମଧୁକାଳେ
ରୋମାଞ୍ଚିତ ହୋଇ ମନ୍ତ୍ରଧ୍ୱନି କରେ
ମୁହୂର୍ମୁହୁ ମନ ତଳେ (2)
ସ୍ବପ୍ନ କେବେ ସାଜେ ଅନ୍ଧାରି ଉଆସ
କୌତୁହଳ ଦୂର କରେ
ଅଭିଳାଷ ସ୍ବପ୍ନ ଦେଖିତ ପାରେନା
ଅପୂର୍ଣ୍ଣତା ମନେ ଭରେ (3)
ସ୍ବପ୍ନ କେତେବେଳେ ଶ୍ୱାସରୁଦ୍ଧ କରେ
କେବେ ଢାଳେ ପ୍ରୀତିଜ୍ୟୋସ୍ନା
ପୁଲକିତ ହୁଏ ମନର ଯମୁନା
ପ୍ରାପ୍ତ ହୁଏ ମଧୁବାସ୍ନା (4)
ଡ଼ ଲଷ୍ମୀକାନ୍ତ ଦାଶ