ବିନତୀ ପ୍ରାର୍ଥନା
ଡ଼ ଲଷ୍ମୀକାନ୍ତ ଦାଶ
*************************
ଦୁଇ ହାତ ଟେକି ଡାକୁଛି ହେ ପ୍ରଭୁ
ତୁମ ଦୟା ଟିକେ ହେଉ
ପାରି କରିଦିଅ ଏ ଭବ ସଂସାରୁ
ତୁମ କୃପା ଝରୁ ଥାଉ (1)
ଏ ଭବ ସଂସାର ଭାରି କଷ୍ଟ ଦିଏ
ମାୟା ବନ୍ଧନରେ ପଶି
ମୁକୁଳାଅ ମୋତେ କାଳ ଭଉଁରୀରୁ
ପାଉନାହିଁ ବଳ କଷି (2)
ଦୁର୍ବଳ ହେଉଛି ଅସ୍ଥି ମଜ୍ଜା ସ୍ନାୟୁ
ଭରଷା କା ପାଶେ ନାହିଁ
ତୁମ ଚିନ୍ତା ଆସୁ ଶେଷ ସମୟରେ
ରହିଛି ତୁମକୁ ଚାହିଁ (3)
ତୁମେ ତ ମୋହର ଭାବଗ୍ରାହୀ ରୂପ
କୋଳେଇ ନିଅ ଏ ଭବେ
ଅନ୍ୟ ଆଶା କିଛି ନ ଆସୁ ହୃଦୟେ
ଏତିକି ବିନତି ମାଗେ (4)
ଡ଼ ଲଷ୍ମୀକାନ୍ତ ଦାଶ