ସମୟର ସଂଘର୍ଷ
ଡ଼ ଲଷ୍ମୀକାନ୍ତ ଦାଶ
**************************
ସମୟ ସୁଅରେ ଜୀବନ ଭାସୁଛି
ଅସରନ୍ତି ଆଶା ନେଇ
ଠିକଣା ଖୋଜୁଛି ବାଟବଣା ହୋଇ
ସ୍ନେହ, ଶ୍ରଦ୍ଧା, ପ୍ରୀତି ପାଇଁ (1)
ଆଖିରେ ଭରିଛି କେତେ ସ୍ବପ୍ନ ତାର
ପରସ୍ତ ପରସ୍ତ ହୋଇ
ମଧୁଶାଳା ଆଜି ସମାପ୍ତ ହୋଇଛି
ଭଗ୍ନ ପାନ୍ଥଶାଳା ପାଇଁ (2)
ମିଠା ମିଠା ସ୍ମୃତି ପାସୋରି ଯାଇଛି
ଅଗମ୍ୟର ଠିକଣାରେ
ଅଭିନୟ ସବୁ ପ୍ରତାରଣା ସାଜେ
ମିଥ୍ୟା ବିଶ୍ୱାସ ଆଶାରେ (3)
ପ୍ରୀତିର ସ୍ପନ୍ଦନ ବାଜେନାହିଁ କାନେ
ଚାପଗ୍ରସ୍ତ ଜୀବନରେ
ବଞ୍ଚିବା ପାଇଁ ସେ ସଂଘର୍ଷ କରୁଛି
ଅସହାୟେ ଆଶଙ୍କାରେ (4)
ସଂସାର ଜୀବନ ଦେଉଛି କଷଣ
ସୁଖର ମେଲାଣି ନେଇ
ପ୍ରୀତିପ୍ରତ୍ୟାଶା ଯେ ସ୍ବପ୍ନପରି ଲାଗେ
ଆତଙ୍କିତ ମନ ହୋଇ (5)
ପ୍ରତିକ୍ଷଣ ଲାଗେ ଦୁର୍ବିସହ ସମ
ମୁହୁର୍ମୁହୁ ଜଳେ ମନେ
ସର୍ବଂସ୍ୱାହା ପରି ନିଥର ହୁଅଇ
ଭାରାକ୍ରାନ୍ତା ରାତିଦିନେ (6)
ଭାବିଥିଲା କିନ୍ତୁ ନିଷ୍ପାପ ମନଟା
ଦୁଃଖ କଷ୍ଟେ ବଞ୍ଚିଯିବ
ପ୍ରଶଂସାର ଆଶା ନରଖି ମନରେ
ଅନ୍ୟକୁ ଜୀବନ ଦେବ (7)
ମଣିଷ ପାଖରେ ମଣିଷଟା ଆଜି
ନିଜେ ଅଛୁଆଁ ହୋଇଛି
ସମୟ ଗର୍ଭରେ କେବେ ଲୀନହୋଇ
ଏକାନ୍ତରେ ବଞ୍ଚିଅଛି(8)
ଡ଼ ଲଷ୍ମୀକାନ୍ତ ଦାଶ