April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ରିକ୍ସାବାଲା – ତପନ ସାହୁ*

_କ୍ଷୁଦ୍ରଗଳ୍ପ:-_
♦️ *ରିକ୍ସାବାଲା* ♦️

 

ତପନ ସାହୁ
**************************
ମୁଠାଏ ପଖାଳ ଓ ବେଲାଏ ବାସି ତୋରାଣି, ଏଇତକ ହିଁ ମନୁଆ ବୁଢାର ସମ୍ବଳ।ମାଳତୀ ଆଣି ବୁଢା ଆଗରେ ଥୋଇଦେଲା ପଖାଳ କଂସା,ମନୁଆ ବୁଢା ବଲବଲ କରି ଚାହିଁଲା ତା’ ସ୍ତ୍ରୀ ମାଳତୀ ମୁହଁକୁ,ପଚାରିଲା ଆଉ କିଛି ଭଲ ଦରବ ନାହିଁ ?ଅନେକ ଦିନ ହେଲାଣି ଆଇଁଷ ଟିକେ ପାଟିରେ ବାଜିନି,ଆଜି ପୁଣି ବୁଧବାର ଆଇଁଷ ବାରି,ପାଟିଟା ଟିକେ ସୁଆଦିଆ ଦରବ ଖୋଜୁଛି।ବୁଢୀ କହିଲା,ମଲା! ମୁଁ କ’ଣ ରାନ୍ଧି ବାଢି ଦବାକୁ ମନା କରୁଛି?ମୋତେ ଆଣି ଯାହାଦବ ମୁଁ ତାହା ରାନ୍ଧିବି।ପାଖରେ ତ କାଣି କଉଡିଟିଏ ନାହିଁ।ଭଲ ଦରବ ଖାଇବାକୁ ମନ କରୁଛ କାହିଁକି ବା? ମାଳତୀ କଥା ଶୁଣି ବୁଢା ମୁହଁଟା ଶୁଖିଗଲା।ଆଉ କିଛି ନକହି ପଖାଳ ଗଣ୍ଡାକ ପାଟିରେ ପୁରେଇ ଦେଇ ବେଲାଏ ବାସି ତୋରାଣିକୁ ଚଁ ଚଁ କରି ପିଇଦେଲା।ପେଟଟା ପୁରା ଟିଙ୍କ ହେଇଗଲା।ଖାଇବା ଜାଗାରୁ ଉଠିଲା ବେଳକୁ ବୁଢା ଦେହରେ ଶହେ ହାତୀର ବଳ।ଦେହଟା ସିନା ବୁଢା ହେଲାଣି,ହେଲେ ମନଟା ପୁରା ଯବାନ୍।ନିଇତି ରିକ୍ସା ଧରି ବାହାରିଯାଏ ବଜାର,ଦିନ ସାରା ରିକ୍ସା ଟାଣି ଯାହା ଦି ପଇସା କରେ,ସେତିକିରେ ବୁଢାବୁଢୀ କଷ୍ଟମଷ୍ଟେ ଚଳିଯାଆନ୍ତି।ଆଉ ଆଗଭଳି ମନୁଆ ବୁଢା ରିକ୍ସା ଟାଣିପାରୁନି।ଦିହରେ କ’ଣ ଆଉ ଯୁ ଅଛି?ଚମ ଧୁଡୁ ଧୁଡୁ ହେଲାଣି,ଆଖି ଡୋଳା ଦିଟାରେ ପରଳ ଘୋଟି ଗଲାଣି,କେରାଏ ଧଳା ଫରଫର ବାଳ ମୁଣ୍ଡରେ ଢେଉ ଖେଳୁଛି।ଅସିଆ କାଳର ମସିଆ ଗାମୁଛାକୁ ଭିଡିଦେଲା ମୁଣ୍ଡରେ ପୁରୁଣା ସାତସିଅଁ ଚିରା ଧୋତିକୁ ଗୁଡେଇ ପଡିଲା ଅଣ୍ଟାରେ।କଉ କାଳରୁ କିଣିଥିବା ପଞ୍ଜାବୀ କୁର୍ତ୍ତାକୁ ପିନ୍ଧି ବାହାରି ପଡିଲା ରିକ୍ସା ଧରି।
ମନୁଆ ବୁଢାର ପରିବାର କହିଲେ ସେ ବୁଢାବୁଢୀ ଦିହେଁ,ଆଉ ଗୋଟିଏ ୨୮ ବର୍ଷର ଭେଣ୍ଡିଆ ପୁଅ ଗୁଜୁରାଟରେ ଦାଦନ ଖଟୁଛି।ଖାଲି ମାସ ଶେଷରେ ଯାହା ଦି ପଇସା ପଠାଏ,ବୁଢା ତାକୁ କରଜ ସୁଝିବାରେ ସାରିଦିଏ।ସିଏ ପୁଣି କୋଉ ମାସରେ ପଠାଏ ତ କୋଉ ମାସରେ ପଇସା ହେଲାନି ଡ୍ୟୁଟି ନାହିଁ କହି ରହିଯାଏ।ଗାଁରେ ହଜାର ଲୋକଙ୍କୁ ଠୁ ଧାର ଉଧାର କରି ବୁଢାଟାକୁ କରଜରେ ବୁଡେଇ ଦେଇଛି।
ବୁଢା ରିକ୍ସା ଚଢିଲା।ବୁଢୀ କହିଲା, ଶୁଣ! ଏଟିଏମ୍ କାର୍ଡଟା ହାତରେ ନେଇଥା ପୁଅ କହିଥିଲା ଆଜି ପଇସା ପଠେଇବ।ତମେ କାହାକୁ ଗୋଟେ କହିବ ପଇସା ଉଠେଇ ଦବ ।ମାଳତୀ ମୁହଁରୁ ଏକଥା ଶୁଣି ବୁଢା ମନଟା ଭାରି ଖୁସି ହେଇଗଲା।ଗଲାବେଳେ କହିଦେଇଗଲା ମାଛ ବାଲା ଗାଁକୁ ଆସିଲେ ବାକିରେ ମାଛ ରଖିଦବ।ମୁଁ ଦ୍ବିପ୍ରହରକୁ ଆସିଲେ ପଇସା ଦେବି,ସିଏ ଯଦି ଫେରିଲା ବେଳେ ପଇସା ନବ ନବ ନହେଲେ ଆରପାଳିକୁ ଦେଇଦବା।
ବୁଢା ରିକ୍ସାଚଢି ବାହାରିଗଲା ବଜାର।ରିକ୍ସାଟାକୁ ରାସ୍ତା କଡରେ ସାଇଡ୍ କରି ଗଲା ଏଟିଏମ୍ ମେସିନ୍ ପାଖକୁ ,ଆଠ ଦଶ ଜଣ ଲାଇନ୍ ରେ ଅଛନ୍ତି।ବୁଢା ସବା ପଛରେ ଛିଡା ହେଲା।ଆଗରେ ଛିଡା ହୋଇଥିବା ଗୋଟେ ଲୋକକୁ ବୁଢା କାର୍ଡ ଟି ବଢେଇ ଦେଇ କହିଲା,ବାବୁ ! ମୋ ପୁଅ ପଇସା ପଠେଇଛି ଟିକେ ମୋର ଉଠେଇଦବ?ମୋତେ ପଇସା ଉଠା ଆସେନି।ଲୋକଟି ବୁଢାକୁ ସାହାଯ୍ୟ କଲା।ବୁଢା ପାଳି ପଡିଲାରୁ ସେ ଲୋକ ଜଣଙ୍କ ମନୁଆ ବୁଢାର ଏଟିଏମ୍ କାର୍ଡରେ ବାଲାନ୍ସ ଚେକ୍ କଲା।ଦେଖିଲା ମାତ୍ର ତିରିଶ ଟଙ୍କା ପଡିଛି ବୁଢା ଆକାଉଣ୍ଟରେ।
ମନୁଆ ବୁଢାର ମନଟା କୁନ୍ଦା କୁନ୍ଦା ହେଇଗଲା।ଭାରି ଦୁଃଖରେ ତା’ ରିକ୍ସା ପାଖକୁ ଗଲା।ଧୀରେ ଧୀରେ ମନକୁ ବୁଝେଇଲା ହଉ ଛାଡ ! ପୁଅ ଟଙ୍କା ନପଠେଇଲା ନାହିଁ,ରିକ୍ସା ଭଡାରେ ଯାହା ଦିପଇସା ହବ ,ଦେଖାଯାଉ।
ଏଥର ମନୁଆ ବୁଢା ନିଜ ରିକ୍ସା ଉପରେ ବସି ଗରାଖଙ୍କୁ ଅପେକ୍ଷା କଲା।ମନରେ ଖୁବ୍ ଆଶା ଆଠ ଦଶଟା ଭଡା ହେଇଗଲେ ମୋ ମଜୁରୀ ଉଠିଯାଆନ୍ତା।ସେମିତି ଅନେଇଛି ଲୋକଙ୍କୁ ଦେଖୁଛି ତା ଆଖି ସାମ୍ନାରେ ମାଳ ମାଳ ମଟର ଗାଡି,ଘୋ ଘା ଶବ୍ଦ,ବଜାରରେ ନାହିଁ ନଥିବା ଭିଡ।ହେଲେ ଜଣେ କେହି ଆସୁନାହାନ୍ତି ବୁଢାର ରିକ୍ସା ପାଖକୁ।ବୁଢା ପୁରା ଝାଉଁଳି ଗଲାଣି। ଗାଲରେ ହାତ ଦେଇ ରିକ୍ସା ସିଟ୍ ରେ ବସି ଆବୁର୍ ଟାବୁର୍ ଗପିବା ଆରମ୍ଭ କରିଦେଲା,ନିଜେ ନିଜ ସହ।ପୁରୁଣା କଥା ସବୁ ମନେ ପକେଇଲା।ବୁଢାର ବୟସ ଥିଲାବେଳେ ପଚାଶ ମାଇଲ୍ ଏହି ରିକ୍ସାରେ ଲୋକ ବୋହିଛି।ମନୁଆ ରିକ୍ସାର ଖୁବ୍ ଆଦର ସେତେବେଳେ।
ଏମିତି ଭାବୁ ଭାବୁ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ,ପ୍ରବଳ ଖରା ବୁଢାକୁ ଭୋକ ହେଲାଣି।ଆଉ ରହିପାରିଲାନି,ରିକ୍ସା ଧରି ବାହାରିଲା ଘରକୁ ।ଆଉ ଦିହରେ ବଳ ନାହିଁ ମନରେ ବି।କଷ୍ଟେ ମଷ୍ଟେ ଘରେ ପହଞ୍ଚିଲା।ଦାଣ୍ଡ ପିଣ୍ଡାରେ ଥମ୍ କିନା ବସିପଡିଲା।ବୁଢୀ ପାଣି ଢାଳ ଆଣି ଦେଲା।ବୁଢା ଏକା ନିଶ୍ବାସରେ ଢକ୍ ଢକ୍ କରି ପିଇଦେଲା।
ବୁଢୀ କହିଲା ଜାଣିଛ ଆଜି ପୁରା କିଲେ ଭାକୁର ମାଛ ରଖିଛି,ଲଙ୍କା ବାଟଣ ଦେଇ ରାଗୁଆ ରାଗୁଆ କରି ରାନ୍ଧିଛି।ତମେ ଯାଅ ଧୋଇଧାଇ ହେଇ ଆସ,ମୁଁ ବାଢୁଛି।ଆଚ୍ଛା ପୁଅ କେତେଟଙ୍କା ପଠେଇଛି?
ବୁଢୀ ପ୍ରଶ୍ନର ଉତ୍ତର ନଥିଲା ମନୁଆ ବୁଢା ପାଖରେ।
ଖାଲି ବଲବଲ କରି ବିକଳ ହେଇ ଚାହିଁରହିଲା ବୁଢୀ ମୁହଁକୁ।ମନୁଆ ବୁଢାର ନିରବତା ବୁଢୀ ର ଛାତିକୁ କୋରି ପକାଇଲା।ବୁଢୀ ଆଖିରେ ଲୁହ ଜକେଇ ଆସିଲା।ମନୁଆ ବୁଢା ସେମିତି କାଠଗଡଟା ପରି ଆଉଜି ପଡିଥିଲା ପିଣ୍ଡା ଉପରେ।ବୁଢା ବୁଢୀଙ୍କ ଅସହାୟପଣକୁ ଆଖି ତରାଟି ଚାହିଁ ରହିଥିଲା ମନୁଆ ବୁଢାର ରିକ୍ସା ଆଉ ନୁଆଣିଆ ଚାଳଘର ଭିତରେ ଅଟ୍ଟହାସ୍ୟ କରୁଥିଲା ମାଳତୀ ବୁଢୀ ରାନ୍ଧିଥିବା ମାଛ ତରକାରୀର ବାସ୍ନା……..।

✍️ ତପନ ସାହୁ

 

Loading

11 thoughts on “*ରିକ୍ସାବାଲା – ତପନ ସାହୁ*

  1. Remarkable challenges listed here. I’m extremely satisfied to discover your article.Many thanks a good deal and I am having a look forward to Get hold of you.Will you you should drop me a mail?

  2. Thanks , I have recently been looking for information approximately this subject fora long time skin care and acne yours is the greatest I’ve cameupon so far. However, what in regards to the conclusion? Are you certain about the supply?

Leave a Reply

Your email address will not be published. Required fields are marked *