ସ୍ବାଧୀନତା ତୁମେ କେଉଁଠି
– ବୁଲୁ ବିଷୋୟୀ
……………………………………
ଗରିବ ଲୋକଟେ ଓଳିଏ ଖାଇଲେ
ଓଳିଏ ଉପାସ ରହୁଛି
ଗାଁଆ ସାଉକାର ପେଟେ ଖାଇଦେଇ
ଦିନରେ ଘୁଂଘୁଂଡି ମାରୁଛି !!
ଯୋଜନା ଉପରେ ଯୋଜନା ଆସୁଛି
ଅଧାରୁ ହଡପ ହେଉଛି
ବଡବଡିଆଙ୍କୁ ସବୁତ ନିୟଣ୍ଟ
ଗରିବକୁ କିଏ ଦେଉଛି !!
ଅର୍ଣ୍ଣଦାତା ଏଠି ଅର୍ଣ୍ଣକୁ ଯୋଗାଇ
ଅର୍ଣ୍ଣ ପାଇଁ ନିଜେ ମରୁଛି
ନାମିଦାମୀ ପୁଅ ଅପରାଧ କଲେ
ଆଇନ ନିରବ ରହୁଛି !!
ନାରୀଟିଏ ଆଜି ସ୍ୱାଧୀନ ଭାବରେ
ବୁଲିବାକୁ ଭୟ କରୁଛି
ମଦ ପିଇ ପିଇ ମୋ ଯୁବ ସମାଜ
ଅକାଳରେ ଝଡି ପଡୁଛି !!
ଦିନ ଦୁଇଟାରେ ଉଷୁନା ଧାନ ବି
ଗଜାହୋଇ ଗଛଉଠୁଛି
ଅନ୍ଧ ରାଇଜକୁ ଦର୍ପଣ ଦେଖାଇ
ଲୁଟେରାଙ୍କ ରାଜ ଚାଲିଛି !!
ବୁଲୁ ବିଷୋୟୀ
577 total views, 1 views today
Great post but I was wondering if you could write a litte more on this topic? I’d be very grateful if you could elaborate a little bit further. Cheers!
Great post but I was wanting to know if you could write a litte more on this topic? I’d be very grateful if you could elaborate a little bit more. Kudos!
Thank you ever so for you blog article.Thanks Again. Will read on…