ଆଷାଢ଼ର ଆଗମନ
ଡ଼ ଲଷ୍ମୀକାନ୍ତ ଦାଶ
************************
ପ୍ରକୃତି ସମ୍ଭାରେ ନବ ପଲ୍ଲଵରେ
ଆଷାଢ଼ର ଆଗମନେ
ନିଦାଘ ଗ୍ରୀଷ୍ମଯେ ଶାନ୍ତ ପଡିଯାଏ
ଫଗୁଣର ଫୁଲବନେ (1)
ଶୁଷ୍କ ତରୁଲତା ଆନନ୍ଦ ହୁଅନ୍ତି
ଭସାବାଦଲର ସଙ୍ଗେ
ସୁମନର ବାସ୍ନା ଚତୁର୍ଦିଗେ ବାସେ
ହଜିଯାଏ ନନା ରଙ୍ଗେ (2)
ବିଜୁଳି ଚମକେ ଘଡଘଡି ମାରେ
ବର୍ଷାହୁଏ ବାରବାର
ପଶୁପକ୍ଷୀ ମନେ ପ୍ରଣୟ କରନ୍ତି
ସୁଶୀତଳ ବର୍ଷାଧାର (3)
ରମଣୀୟ ଦିଶେ ଦିଗବଳୟ ଛବି
ସାୟଂକାଳ ଆକାଶରେ
ନକ୍ଷତ୍ରପୁଞ୍ଜ ଯେ ଶୋଭନ୍ତି ଆକାଶେ
ଖଣ୍ଡ ଭସା ବାଦଲରେ (4)
କୋଇଲି କୁଜନ ଗୁଞ୍ଜରିତ ହୁଏ
ଝିଙ୍କାରି ଶବଦେ ମିଶି
କଟକଟ ସ୍ୱର ମଣ୍ଡୁକ ଗାଏଯେ
ସାରୁ ବୁଦାମୂଳେ ବସି (5)
ଶସ୍ୟ ଶ୍ୟାମଳା ହୁଅଇ ମହୀରେ
ଆନନ୍ଦରେ ପ୍ରାଣ ଭରେ
କୃଷକର ମନ ହୁଏ ଭରପୁର
ଉଲ୍ଲାସରେ ମନ ହରେ (6)
ମାଛଜାଲ ଧରି ଧୀବର ଭାଇଟା
ନଈକୂଳେ ଆସି ବସେ
ହଂସ ହଂସରାଳି ଖେଳନ୍ତି ଆନନ୍ଦେ
ପ୍ରୀତିରେ ଆଷାଢ଼ ମିଶେ (7)
ରଜ ପରବରେ ସଭେଁ ଆନନ୍ଦିତ
ପିଠା ପଣା ସବୁ ଖାଇ
ରଜସ୍ୱଳା ହୁଏ ମୋ ପ୍ରିୟ ଧରଣୀ
ଆନନ୍ଦରେ ମନ ମୋହି (8)
ଆମ୍ବଗଛ ଡାଳେ ଦୋଳି ପଡିଥାଏ
ବଉଳ ମିତଙ୍କ ପାଇଁ
ଝିଅ ବୋହୂମାନେ ଆନନ୍ଦ ହୁଅନ୍ତି
ବସୁମତୀ ସ୍ନାନ ଦେଇ (9)
ରଜ ପୋଡ଼ପିଠା ଭୋଗ ଲାଗିହୁଏ
ବଡ଼ଠାକୁରଙ୍କ ପାଶେ
ପ୍ରକୃତି ରାଣୀ ଯେ ନବ ବଧୂ ସାଜେ
ନବ ଦୀପ୍ତି ପରକାଶେ (10)
ଡ଼ ଲଷ୍ମୀକାନ୍ତ ଦାଶ
Thanks , I have just been searching for information about this subject for a long time and yours is the best I’ve found out tillnow. But, what in regards to the conclusion? Are you certain aboutthe supply?
Wow! At last I got a blog from where I know how to trulyobtain useful facts concerning my study and knowledge.
Article writing is also a excitement, if you be familiar with afterward you can write orelse it is difficult to write.
This is a topic which is near to my heart… Best wishes!Where are your contact details though?
Yeah bookmaking this wasn’t a bad decision outstanding post! .
Greetings! I’ve been following your blog for a while now and finally got the bravery to go ahead and give you a shout out from Huffman Tx! Just wanted to mention keep up the excellent job!
Nice replies in return of this difficulty with genuine arguments and describing everything about that.