January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*କରିବ ନାହିଁ ଅଭାବ – ମୃତ୍ୟୁଞ୍ଜୟ ସାହୁ*

କରିବ ନାହିଁ ଅଭାବ

 

ମୃତ୍ୟୁଞ୍ଜୟ ସାହୁ

******************************

ଏ ଧରା ଶ୍ରାବଣେ ଆଖି ଶ୍ରାବଣୀରେ
ଧୋଇ ମୁଁ ତୁମ ପୟର,
ଆହେ ଭୋଳାନାଥ ହୋଇ ମଥାନତ
କରୁଛି ଗୁହାରି ମୋର |

ତୁମେ ପରା ପ୍ରଭୁ ଶ୍ମଶାନରେ ରହି
ବିଭୁତିକୁ ଅଙ୍ଗେ ଲେପ,
ସେଥିପାଇଁ ତୁମେ ମହାକାଳ ନାମେ
ଦେଖାଅ ତୁମ ପ୍ରକୋପ |

ମୋ ଦେହ ବିଭୂତି ତୁମ ଶ୍ରୀ ଅଙ୍ଗରେ
କେବେ ପ୍ରଭୁ ଲାଗି ହେବ,
ମିଛ ମାୟା ଏଇ ସଂସାର ମୋହରୁ
ମୁକ୍ତି ଦେବେ ମହାଦେବ |

ପ୍ରାଣୀଙ୍କ ମଙ୍ଗଳେ ଜଗତ କଲ୍ୟାଣେ
କରିଥିଲେ ପାନ ବିଷ,
ଆହେ ନୀଳକଣ୍ଠ ମୋ ପାପକୁ ଶୋଷି
କରିଦିଅ ମୋର ନାଶ |

ତାଣ୍ଡବେ ତୁମର କର ଥରହର
ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ,
ଆହେ ତ୍ରିଲୋଚନ ଖୋଲ ହେ ନୟନ
ଦେଖାଅ ତୁମର ଖେଳ |

ଆହେ ପଶୁପତି ତୁମ ବିନା ମୁକ୍ତି
ମୋ ପାଇଁ ନୁହେଁ ସମ୍ଭବ,
କରୁଣାର ବାରି ମାଗେ ହାତ ଯୋଡି
କରିବ ନାହିଁ ଅଭାବ |

ମୃତ୍ୟୁଞ୍ଜୟ ସାହୁ

 139 total views,  1 views today

Leave a Reply

Your email address will not be published. Required fields are marked *