ଚିଠିଟିଏ ଶୁଭ ସକାଳରେ
ଶୁଭ ସକାଳରେ ଲେଖୁଛି ଏ ପତ୍ର
ଶୁଣିମା ହେଉ ସାଆନ୍ତେ
ଚାହୁଁଚି ଯୁଆଡେ ଜଞ୍ଜାଳ ସର୍ବତ୍ର
ତୁମେ ରକ୍ଷାକର୍ତ୍ତା ଏଥେ
ହେଇ ପାରିଵିନି ଦାସିଆ ବାଉରୀ
ହେବିନି ବି ଜ୍ଞାନୀ ଅର୍ଜୁନ
ଭାବୁଛି ତୁମକୁ ସକାଳରେ ଖାଲି
ଦିଅ ସଂସାରର ଜ୍ଞାନ
ଜ୍ଞାନ କୌଶଳର ତୁମଠୁ କୁଶଳୀ
ଆଉ କିଏ ଅଛି କୁହ
ମର୍ତ୍ତ୍ୟରେ ଉଦ୍ଧାର ପାଇଁ ହୁଏ ଭାଳି
ଶୁଣ ଆହେ ପରଂବ୍ରହ୍ମ
ଏଡ଼େ ଭାଗ୍ୟ ମୋର ହେବ ଜଗନ୍ନାଥ
ଦେଖିବି ଏଥର ରଥ
ବସିଥିବ ତୁମେ ସାଥେ ଧରି ତୁମ
ଭଉଣୀ ସୁଭଦ୍ରା ଓ ବଳଭଦ୍ର
ଆଖି ପୁରେଇକି ଦେଖିବାର ନିଶା
ତୁମ ପାଇଁ ପ୍ରଭୁ ହୁଏ
ମନ୍ଦିର ଭିତରେ ହୁଏ ଠେଲାପେଲା
ଅଧା ଅଧା ଦେଖିହୁଏ
ଯାଇ ପାରୁନି ମୁଁ ତୁମ ଡୋରି ପାଇଁ
କାହିଁକି ଲଗାଅ ନାହିଁ
ସଂସାର ଜଞ୍ଜାଳ ବିଷମ ହେଲାଣି
ଦେଖ ସେ କଳାଗୋସେଇଁ
କି ଭାଗ୍ୟ ଲେଖିଛ କି ଦୋଷ କଲି ମୁଁ
ରୋଗ ହେଲା ମୋର ସଖା
ରମାକାନ୍ତ ଶୁଣ ଡାକେ ହୃଦୟରୁ
ଵନ୍ଧୁମହାନ୍ତି ପରି ଦିଅ ଦେଖା
ତୁମ ନୀଳଚକ୍ର ନୀତି ମୁଁ ଦେଖୁଛି
ପତିତପାବନ ବାନାକୁ କହେ
ଭଲରେ ରଖିଥା ସବୁ ଦେଶବାସୀ
ମୁଁ ପଛେ ଯେମିତି ଥାଏ
ମଝିରେ ମଝିରେ ଶ୍ରୀମନ୍ଦିର ଯିବି
ଏତିକି କରୁଣା ହେଉ
କରୁଣାକର ହେ ତୁମକୁ କହିବି
ତୁମେ ପରା ମହାବାହୁ
ତୁମ ଇଙ୍ଗିତରେ ମହାଭାରତ ଯୁଦ୍ଧ
ତୁମ ପାଇଁ ଏ ଜଗତ
ତୁମ ନାମ ତୁଣ୍ଡେ ଥାଉ ଜଗନ୍ନାଥ
ଦିଶୁଥାନ୍ତୁ ତୁମ ଭ୍ରାତ
କଳ୍ପନା ରାୟ,
ଲଇଡା, ସମ୍ବଲପୁର