Mrutyunjaya Sahoo
Member of Internal Core Committee of Suryodaya Literary Foundation (SLF.)
ନାମ :- ମୃତ୍ୟୁଞ୍ଜୟ ସାହୁ
ପିତାଙ୍କ ନାମ :- ଭରତ ସାହୁ
ମାତାଙ୍କ ନାମ :- କୁଞ୍ଜଳତା ସାହୁ
ମହୀସ୍ପର୍ଶ ତାରିଖ :- 01/06/1992
ଶିକ୍ଷାଗତ ଯୋଗ୍ୟତା :- +2ବିଜ୍ଞାନ, D. El. Ed (C. T.)
ବୃତ୍ତି :- ଶିକ୍ଷକ
ପ୍ରବୃତ୍ତି :- କବିତା ଲେଖିବା
ସକ୍ରିୟ ସଦସ୍ୟ :-
ପ୍ରତିଷ୍ଠାତା / ମୁଖ୍ୟ ସମ୍ପାଦକ
କବିତା ମିନାର ସାହିତ୍ୟ ଘର
ଗାଁ ପରିମଳ ରଜକ ତୁଠରୁ ଜଣାପଡିବା ଭଳି ଶ୍ରୀମାନ ମୃତ୍ୟୁଞ୍ଜୟ ସାହୁ ଙ୍କ ସର୍ଜନା ର କଳା ପାଟବତା ଜଣାପଡେ ତାଙ୍କ କବିତା ର ଆଦ୍ୟଶ୍ବର ପଢୁ ପଢୁ। ତାଙ୍କର ଅନେକ କାବ୍ୟକବିତା ରେ ନିଜର କିମ୍ବା ନିଜ ବ୍ୟକ୍ତିତ୍ୱ ର ପରିପ୍ରକାଶ ହୁଏ ନାହିଁ ବରଂ ସମଗ୍ର ମାନବ ସମାଜର ଚିନ୍ତା ଓ ଚେତନା ର ପୁଷ୍କଳ ପରିପ୍ରକାଶ ଘଟିଥାଏ।
ତାଙ୍କ ତରୁଣ ପ୍ରାଣର ଭାବାବେଗ ଖାଲ ଖମା ନମାନି ଅମନ୍ଦ ମନ୍ଦାକିନୀ ପରି ବହିଚାଲିଛି , ଭାତ ହାଣ୍ଡିରୁ ପେଜ ଉତୁରିଲା ପରି ତାହା ଉତୁରି ପଡେ ସଫେଦ କାଗଜ ର ପୃଷ୍ଠା ଉପରେ।
ପିଲା ବେଳୁ ସାରସ୍ୱତ ଉପଵନରେ ବିଚରଣ କରିବା ପାଇଁ ତାଙ୍କ ମନରେ ଲାଗିଥିଲା ପ୍ରଜାପତି ର ଡେଣା। ଫୁଲଫୁଟା ବୟସର ପଦଧ୍ଵନି ଧୂଳି ଧୂସରିତ ଗାଁ ଦାଣ୍ଡ ଠାରୁ ବିଲପ୍ରାନ୍ତର, ନଦୀ ନାଳ ଠାରୁ ମହାବିଦ୍ୟାଳୟ ଯାଏଁ ସବୁଠି ତାଙ୍କର କାବ୍ୟ କବିତା ଚିର ସବୁଜ ସଙ୍କେତ ପ୍ରଦାନ କରେ।
ଚଇତାଳିର ଶୀତଳ ଆଲିଙ୍ଗନ, କୋଇଲି ର କୁହୁତାନ, ଫୁଲେଇ ପୁନେଇ ଜହ୍ନର ଖିଲି ଖିଲି ହସ, ତାରାଙ୍କର ଆଖିମିଟିକା ସବୁ ତାଙ୍କୁ ବାଧ୍ୟ କଲା କାବ୍ୟ ସୁନ୍ଦରୀ ର ପ୍ରେମରେ ପ୍ରୀତିସିକ୍ତ ହେବା ପାଇଁ। ଦେହରେ ମନରେ ହୃଦୟରେ ଖେଳିଗଲା ଅସୁମାରୀ ନବ ଉନ୍ମାଦନା । କାହିଁକି କେଜାଣି ଭାରି ଆନମନା ହୋଇ ଉଠନ୍ତି ସେ ନିଜ ସୃଜନ ଶକ୍ତି ରେ। ଅନେକ ସମୟରେ ନିଜ କାବ୍ୟ କବିତା ର ନିଟୋଳ ଯୌବନ କୁ ଆଖି ଆଗରେ ଦେଖି ଲୋଭେଇ ଯାଆନ୍ତି ଟିକିଏ ସଳଖେଇ ଯାଇ ନିଆରା ଭାବ ଭାବନାରେ ଉବେଇ ତୁବେଇ ଯାଆନ୍ତି।
କାଳେ କିଏ କବିତା ସୁନ୍ଦରୀ କୁ ଅପହରଣ କରିନେବ ସେଥିପାଇଁ ସେ ନିଜର ଶକ୍ତି ସାମର୍ଥ୍ୟ ଲଗାଇ ତୋଳାଇଛନ୍ତି କବିତା ମିନାର, ଯେଉଁଠି ତାଙ୍କ କବିତା ର ପିତା ମାତା ମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିବା ରେ ତିଳେ ହେଲେ କୁଣ୍ଠାବୋଧ କରିନାହାନ୍ତି ସେ। କବିତା ମିନାର ତୋଳାଇ ଅନେକ କବି କବୟିତ୍ରୀ ଙ୍କୁ ଧମ୍ଭ ଭରା ସାହସ ପ୍ରଦାନ କରିବା ସହିତ ନିଜକୁ କରିଛନ୍ତି ସେମାନଙ୍କ ର ଆଶାବାଡି।
ସେ କେବେ ଆକାଶକୁ ଚାହାନ୍ତି ନାହିଁ , ଏଇଥି ପାଇଁ ଯେ ଏତେ ବଡ ଆକାଶ ଏତେ ବେଶୀ ଉଚ୍ଚତା , ଅଭାଵ ରେ ବିପଦରେ ପଡି ଚିତ୍କାର କଲେ ତାହା ପାଖରେ ପହଁଚି ପାରିବ ନାହିଁ ବରଂ ମିଳାଇଯିବ ଅଧାବାଟରେ , ତେଣୁ ସବୁବେଳେ ମାଟିକୁ ଚାହାନ୍ତି, କୁନି କୁନି ପିଲାମାନଙ୍କ ମୁଖକୁ ଚାହାନ୍ତି, ଯେଉଁଠୁ ସାଉଁଟନ୍ତି ଅସୀମ ଆତ୍ମୀୟତା।
କୌଣସି ଅନୁଷ୍ଠାନ ଗଢିବା ଓ ଅନୁଷ୍ଠାନ ସହିତ ଜଡିତ ହେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଅଟେ। ସରଳ ବେଶ ଭୁଷା ଭିତରେ ସରଳ ମଣିଷ ଟିଏ ସେ, ଆଖିରେ ଆପଣାର ଅଞ୍ଜନ ବୋଳି ଦିଅନ୍ତି। ମୁଖରେ ଆହ୍ଲାଦନର ପଦ୍ମ ବିକଶିତ କରାଇ ପାରନ୍ତି ସେ ସମସ୍ତଙ୍କୁ ଆପଣାର ଭାବି ଅମୃତ ର ଧାରା ପ୍ରବାହିତ କରନ୍ତି ସମସ୍ତଙ୍କ ପ୍ରାଣରେ।
ଆଜି ଆମେ ଏହି ଶତ ଶତ ବିରଳ ଯୁବ ସୁଲଭ ଗୁଣର ଅଧିକାରି ହୋଇପାରିଥିବା ଶ୍ରୀମାନ ମୃତ୍ୟୁଞ୍ଜୟ ସାହୁ ଙ୍କୁ ସୂର୍ଯ୍ୟୋଦୟ ପରିବାର ର ଆଭ୍ୟନ୍ତରୀଣ ସମୀକ୍ଷା ଅଧିକାରୀ (Member Of Core Committee) ଭାବେ ନେତୃତ୍ୱ ନେଇ ଆମ ପରିବାର ସହିତ ନିଜେ ଗଢିଥିବା କବିତା ମିନାର ପରିବାର ର ଉନ୍ନତି କଳ୍ପେ ସମସ୍ତ ପ୍ରକାର କାର୍ଯ୍ୟ ଦାୟିତ୍ୱ ର ସହିତ ନିଭାଇବେ ବୋଲି ସର୍ବଶକ୍ତିମାନ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଅଭିଷିକ୍ତ କରି ତାଙ୍କର କର୍ତ୍ତବ୍ୟ ର ଶପଥ ପାଠ କରାଇ ଅଛୁ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”
ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୂର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
169 total views, 1 views today