March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

Mrs Sanjita Pradhan Member of Internal Core Committee of Suryodaya Literary Foundation (SLF.)

Mrs Sanjita Pradhan
Member of Internal Core Committee of Suryodaya Literary Foundation (SLF.)

ନାମ- ସଞ୍ଜିତା ପ୍ରଧାନ
ପିତାଙ୍କ ନାମ- ଦିବାକର ପ୍ରଧାନ
ମାତାଙ୍କ ନାମ- ସୁଶୀଳା ପ୍ରଧାନ

ସ୍ୱାମୀ/ପତ୍ନୀ ଙ୍କ ନାମ- ଜୟନ୍ତ କୁମାର ସିଂହ

ପୁତ୍ର: ସାଇ ସଂକେତ ସିଂହ
ମହୀସ୍ପର୍ଶ ତାରିଖ- ୦୩ .୦୭ . ୧୯୮୯
ଶିକ୍ଷାଗତ ଯୋଗ୍ୟତା- M.A. , B.ed
ବୃତ୍ତି- ଶିକ୍ଷକତା
ପ୍ରବୃତ୍ତି- ବିଭିନ୍ନ ବହି ପଢ଼ିବା , ଗଳ୍ପ ଓ କବିତା ଲେଖିବା , ଚିତ୍ର ଅଙ୍କିବା ।

ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟରତ ଅନୁଷ୍ଠାନ ର ନାମ ଏବଂ ନିଜର ପଦବୀ :- ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା , ସୁନ୍ଦରଗଡ଼ ରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ

ଯେମିତି ଦୀପ୍ତିମନ୍ତ ସୂର୍ଯ୍ୟଙ୍କୁ ଦେଖିଲେ ପଦ୍ମ ବିକଶିତ ହୁଏ, ମଧୁମୟ ଚଦ୍ରଙ୍କୁ ଦେଖି କୁମୁଦ ଲାଜରେ ଓଢଣା ଖୋଲି ଚାହିଁଥାଏ , ସେହିପରି କିଛି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେଖିଲେ ଛାତ୍ର ଛାତ୍ରୀ ଙ୍କ ଜ୍ଞାନର ପିପାସା ମେଣ୍ଟିଯାଏ। ଠିକ ସେହିପରି ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷୟତ୍ରୀ ହେଉଛନ୍ତି ଶ୍ରୀମତୀ ସଞ୍ଜିତା ପ୍ରଧାନ। ପ୍ରାତଃ କାଳରେ ସୂର୍ଯ୍ୟ ମହାପ୍ରଭୁ ଙ୍କୁ ନମସ୍କାର କରି ନିଜ କର୍ତ୍ତବ୍ୟ ର ବାରୁଣୀ ଧାରେ ସଦା ସର୍ବଦା ସେ ଚଳଚଞ୍ଚଳ ଥାଆନ୍ତି।

କାହା ମନ ତଳର ବ୍ୟଥା, କାହାର ଅକୁହା କଥା , କାହା ଶେଥା ଶେଥା ଆଖିର ବାଉଳା ସ୍ୱପ୍ନ, ହଜି ହଜି ଯାଉଥିବା ସୁନ୍ଦର ସମୟର ମିଞ୍ଜି ମିଞ୍ଜି ଦୀପରେ ଲିଭି ଲିଭି ଆସୁଥିବା ସାମାଜିକ ମୂଲ୍ୟବୋଧ ର ସଳିତା, ଏ ସବୁର ଛାପ ତାଙ୍କ ମନ ରେ ଆଞ୍ଜୁଳା ଆଞ୍ଜୁଳା ରଙ୍ଗବରଷି ଆଙ୍କୁଥାଏ ଇନ୍ଦ୍ରଧନୁ। ଏ ସବୁକୁ ନେଇ ସେ ଲେଖନ୍ତି କବିତା ଟିଏତ ପୁଣି କେବେ ଗଳ୍ପଟିଏ, ଯେଉଁଥିରେ ଥାଏ ତାଙ୍କ ଆତ୍ମାର ଉଚ୍ଚାରଣ ଯାହା ସମସ୍ତଙ୍କ ପାଇଁ ନିମନ୍ତ୍ରଣ କରୁଥାଏ ଶୁଭ ସକାଳ, ଯେଉଁଠି ଚହଟୁଥାଏ ଶାନ୍ତି, ପ୍ରୀତିଭରା ଶୁଭ ସମୟର ସଜଫୁଟା ଗୋଲାପ ଟିଏ।

ବିଦ୍ୟାଳୟ ରେ ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେବାକୁ ଯାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଶ୍ରଦ୍ଧା ବାଣ୍ଟନ୍ତି, ସେମାନଙ୍କ ହୃଦୟରେ ଶିକ୍ଷା, କର୍ତ୍ତବ୍ୟପରାୟଣତା, ସମାଜପ୍ରତି ଉତ୍ତର ଦାୟିତ୍ୱ ତଥା ସହିତ୍ୟାନୁରାଗର ବୀଜ ବପନ କରନ୍ତି। ଦେଶ ମାତୃକାର ସେବାରେ ନିୟୋଜିତ ବୀରପୁଙ୍ଗବ ମାନଙ୍କର ପଦାଙ୍କ ଅନୁସରଣ କରିବାକୁ ପ୍ରେରଣା ଦିଅନ୍ତି। ଅନୁରୂପ ଭାବରେ ଶିକ୍ଷକବର୍ଗରେ ମଧ୍ୟ ବନ୍ଧୁତ୍ୱ ସ୍ଥାପନ କରି ବିଦ୍ୟାଳୟ ର ମାନବୃଦ୍ଧିରେ ଦୃଢ଼ମନା ହେବାକୁ ଉପଦେଶ ଦେଇଥାନ୍ତି।

ତାଙ୍କ ଦ୍ୱାରା ରଚିତ ଗଳ୍ପ ଓ କାବ୍ୟ କବିତା ସମ୍ଭାର ଗୁଡ଼ିକ ପଢିଲା ବେଳେ ମନରେ ଛାଏଁ ଛାଏଁ ନାଚିଉଠେ ସେହିସବୁ ବର୍ଣ୍ଣିତ ଦୃଶ୍ୟ ଯାହା ଦେଖିଲା ଭଳି ,ଭୋଗିଲା ଭଳି ଲାଗେ। ତାଙ୍କ ଗପ ଏବଂ କବିତା ଗୁଡିକ ରେ ଛଳନା ନାହିଁ, କଳ୍ପନା ର ଅତି ରଞ୍ଜନ ନାହିଁ, ବୌଦ୍ଧିକତାର ଅହମିକା ନାହିଁ , ପାଣ୍ଡିତ୍ୟ ପ୍ରଦର୍ଶନ ର ଉଦ୍ଦେଶ୍ୟ ରେ ଝଅକମାରି ଖେଳ ନଥାଏ ତାଙ୍କ ସୃଜନୀ ଗୁଡ଼ିକ ରେ।ଅବିକଳ ଜୀବନକୁ  ଓ ଉପସ୍ଥିତ ଦୁନିଆ କୁ ଯେମିତି ଦେଖିଛନ୍ତି ଆଉ ମଜ୍ଜିଛନ୍ତି, ଅବିକଳ ସେମିତି କୌଣସି ଫନ୍ଦି ଫିକର ନକରି କାହାଣୀ କହିଲା ପରିକା ବଖାଣିଛନ୍ତି ଗଳ୍ପର କଥା ଭୂମିର କବିତା ର ପୃଷ୍ଠ ଦେଶରେ। ସେ ଭାରି ସହଜ ସ୍ୱଚ୍ଛନ୍ଦ ଓ ସାବଲୀଳ ,ତାଙ୍କ ଭାଷାର କାରିଗରୀ ଯାହା ସାଧାରଣ ପାଠକ ପାଇଁ ବିଲକୁଲ ଅବୁଝା ନୁହେଁ। ପ୍ରାଣକୁ ଛୁଇଁ ଯିବାରେ, ମନକୁ ଉଲ୍ଲସିତ କରିଦେବାର ସାମର୍ଥ୍ୟ ରଖେ ତାଙ୍କ ଦ୍ୱାରା ରଚିତ  ପ୍ରତ୍ୟେକ ଟି କବିତା।

ଆଜି ଆମେ ଏହି ଶତ ଶତ ବିରଳ ଯୁବ ସୁଲଭ ଗୁଣର ଅଧିକାରିଣୀ ହୋଇପାରିଥିବା ଶ୍ରୀମତି ସଞ୍ଜିତା ପ୍ରଧାନ ଙ୍କୁ ସୂର୍ଯ୍ୟୋଦୟ ପରିବାର ର ଆଭ୍ୟନ୍ତରୀଣ  ସମୀକ୍ଷା ଅଧିକାରୀଣୀ (Member Of Core Committee) ଭାବେ ନେତୃତ୍ୱ ଦେଇ   ଆମ ପରିବାର  ର ଉନ୍ନତି କଳ୍ପେ ସମସ୍ତ ପ୍ରକାର କାର୍ଯ୍ୟ ଦାୟିତ୍ୱ ର ସହିତ ନିଭାଇବେ ବୋଲି ସର୍ବଶକ୍ତିମାନ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଅଭିଷିକ୍ତ କରି ତାଙ୍କର କର୍ତ୍ତବ୍ୟ ର ଶପଥ ପାଠ କରାଇ ଅଛୁ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”

ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୂର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

 782 total views,  1 views today