କବିତା ମିନାର ସାହିତ୍ୟ ଘର
ସାହିତ୍ୟ ସମାଜର ମେରୁଦଣ୍ଡ । ଏହା ସମାଜର ହିତସାଧନ କରିବା ସହ ଦେଶ ଜାତିର ଉନ୍ନତିରେ ସର୍ବଦା କର୍ମରତ । ଭାଷାର ଆଦାନ ପ୍ରଦାନ ସହ ମନର କଳ୍ପନା ଓ ହୃଦୟର ପରିଭାଷାକୁ ରୂପ ଦେବାରେ ସାହିତ୍ୟ ହିଁ ଉତ୍ତମ ମାଧ୍ୟମ । ସାହିତ୍ୟ ସଂସ୍କୃତିର ଏକ ପରିଚୟ କହିଲେ ଅତ୍ୟୁକ୍ତି ହେବନାହିଁ । ଯୁଗେ ଯୁଗେ ସାହିତ୍ୟ ବିପ୍ଳବ ଓ ପରିବର୍ତ୍ତନ ପାଇଁ ଅସ୍ତ୍ର ସାଜିଛି । ଯାହାର ପ୍ରଭାବ କୌଣସି ତରବାରୀ ଠାରୁ କମ୍ ନୁହେଁ । ଅଙ୍ଗାଙ୍ଗୀଭାବେ ସାହିତ୍ୟ ଆମ ଜୀବନର ଏକ ପ୍ରତିଫଳନ ।
ପୁରାତନ କାଳରୁ ଅନେକ କବି, ଲେଖକ, ଭାଷାବିତ୍, ସାହିତ୍ୟିକ ସାହିତ୍ୟର ଉନ୍ନତି କ୍ଷେତ୍ରରେ ଅନେକ ଅବଦାନ ଦେଇ ଆସିଛନ୍ତି । ଏବେ ସମୟକ୍ରମେ ସାହିତ୍ୟର ଆଧୁନିକୀକରଣ ହେବା ସହ ସାହିତ୍ୟର ପରିଭାଷା କିଞ୍ଚିତ ବଦଳିବାକୁ ଲାଗିଛି । ଯାହାକୁ ସଂପୂର୍ଣ୍ଣ ରୂପେ ୠଣାତ୍ମକ କହିବା ବି ଭୁଲ । ତେଣୁ ସାହିତ୍ୟକୁ ପରିପୁଷ୍ଟ କରିବା ନିମନ୍ତେ ଆମକୁ ଉଭୟ ପୁରାତନ ଓ ନୂତନ ପଦ୍ଧତିକୁ ନେବାକୁ ପଡିବ । ଲୁକ୍କୟିତ ଥିବା ପ୍ରତିଭାଙ୍କ ଅନ୍ବେଷଣ ଓ ସାମାଜିକ ସଚେତନତାର ବାର୍ତ୍ତା ବହନ, ଶିଶୁ ସାହିତ୍ୟ ଓ ଶିଶୁ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଖୋଜି ଲୋକଲୋଚନକୁ ଆଣିବା ଲକ୍ଷ୍ୟ ନେଇ କବିତା ମିନାର ଦୃଢ ପ୍ରତିଶ୍ରୁତିବଦ୍ଧ ।
ପ୍ରତିଷ୍ଠାତା/ସମ୍ପାଦକ – ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ
ଯୋଗାଯୋଗ-+91 90907 00601
Website∅ – http://kabitaminar.com/
2,779 total views, 1 views today