ମରିଯାଉଥିବା ଆଶା
ମନୋଜ କୁମାର ଦାସ
*******************
ଆଶା ଭରସାର ଦୋଛକିରେ
ଜୀବନର ଭାଗ୍ୟ ବାଟବଣା
ମନ ତଳ କୋହ ବିସ୍ପୋରିତ
ହୃଦୟର ଆବେଗ ମରିଯାଏ
ନୟନରୁ ଲୁହ ବୁହେ ଧାରଧାର
ସପନରେ ନିଦ ଭାଙ୍ଗିଯାଉଥାଏ l
ଦୀନଦରିଦ୍ରର ଅକୁହା କାହାଣୀ
ବୁଝିବାକୁ କିଏ ଅଛି ଏ ସଂସାରେ
ହୃଦୟ ଖୋଜେ ସ୍ନେହର ପରଶ
ବିଚିତ୍ର ଦୁନିଆରେ ତା’ ମିଳେନା
ନିଶ୍ୱାସକୁ ନାହିଁ ବିଶ୍ୱାସ ଯେଉଁଠିl
ଚାଲୁଛି ଚାଲୁଥିବି ଏଇ ଜୀବନେ
ଦୁଃଖ କଷ୍ଟ ଯନ୍ତ୍ରଣାକୁ ମୁଣ୍ଡେଇ
ଆଶାର ସଞ୍ଜ ସଳିତା ଜଳୁ ଥିବ
ଆଶା ବିଶ୍ୱାସ ହୃଦେ ଥିବାଯାଏ
ଈଶ୍ୱରଙ୍କ ଥିଲେ କୃପା ଆଶିଷ l
ଏ ମଣିଷ ସମାଜ ବଦଳି ଯାଉଛି
ଲୋଭମାୟା ପ୍ରତାରଣା ସ୍ୱାର୍ଥରେ
ଯେମିତି ଋତୁ ବଦଳେ ଇଛାରେ
ଭରସାନାହିଁ ସମୟାନୁବର୍ତ୍ତୀକାକୁ
ମରୀଚିକା ପଛେ ପଛେ ଦୌଡ଼ି l
ବଂଚିବାର ଆଶା ନେଇ ଧାଉଁଛି
ଜୀବନର ଶେଷ ସଂଗ୍ରାମ ଯାଏ
ପ୍ରତୀକ୍ଷାର ବସl ଘରଟି ଗଢୁଛି
ନିଜଗୋଡ଼ରେ ଠିଆହେବା ପାଇଁ
ମରିଯାଉଥିବା ଆଶା ବଞ୍ଚିଯାଉଛି
*************************
ମନୋଜ କୁମାର ଦାସ
391 total views, 1 views today