📖 📖 *ପାଠ*📖 📖
ଭବେଶ ଚନ୍ଦ୍ର ବେହେରା
………………………………………….
ସୁନା ରୂପା ଠାରୁ ଅମୂଲମୂଲ
ଟଙ୍କା ଗାଡିଘୋଡା ହେବନି ତୁଲ
ଜାଗା ଜମି ବାଡି ରାଜ ଉଆସ
ପାଟ ମଠା ଧୋତି ଚନ୍ଦନ ବାସ
ପାଠ ବିନା ସବୁ ମାଟି
ହାଟକି ବଜାର
ବାଟରେ ଘାଟରେ
ଖୋଲି ପାରିବୁନି ପାଟି ।
***
କହିବାକୁ କଥା ଲାଗିବ ଡର
ଜାଣି ହେବନାହିଁ ଜର କି ଦର
ଗଣି ହେବନାହିଁ ଟଙ୍କା ପଇସା
କରିବୁ କେମିତି ବୃତ୍ତି ବେଉସା
ଚିଠି ପାରିବୁନ ଲେଖି
ଖବର କାଗଜ
ଭାଗବତ ପୋଥି
କିଛି ପାରିବୁନି ଦେଖି ।
***
ମାପି ହେବନାହିଁ ଡିବା ଗଉଣି
ପଳା କିଲପଲା ତେଲ ଲହୁଣୀ
ପଢି ପାରିବୁନି ନାଆଁ ଠିକଣା
ଅଜଣା ଜାଗାରେ ହୋଇବୁ ବଣା
ଜାଣି ପାରିବୁନି ବାଟ
କରି ପାରିବୁନି
ଦୋକାନ ସଉଦା
ସହର ବଜାର ହାଟ ।
…………………………………………
*ଭବେଶ ଚନ୍ଦ୍ର ବେହେରା*
169 total views, 1 views today