ପରିବର୍ତ୍ତନ
ବନଲତା ଜାଲି
****************
ସମୟର ତାଳେ ଯାଇଛି ବଦଳି
ଶିକ୍ଷା, ସଂସ୍କାର ,ସଂସ୍କୃତି
ଯୌଥ ପରିବାର ବଦଳେ ହୋଇଛି
ଦୁଇ ଆମେ ଦୁଇ ନୀତି ।।
ଶିକ୍ଷାର ପ୍ରସାର ବଢିଣ ହୋଇଛି
ନୈତିକ ଅଧଃପତନ
ଆଧ୍ୟାତ୍ମିକ ଭାବ ,ଈଶ୍ବର ବିଶ୍ବାସ
ହେଲାଣି ସାତ ସପନ ।।
ଶିକ୍ଷା,ଜ୍ଞାନ ଦିଏ ଜୀବିକା,ବେଉଷା
ସଂସ୍କାର ଚରିତ୍ର ଗଢେ
ସଂସ୍କୃତି ସମ୍ପନ୍ନ ପରିବାର ସଦା
ନୀତି ,ଆଦର୍ଶକୁ ବାଢେ ।।
ଧନ ଦଉଲତ ବାହ୍ଯ ଆଭିଜାତ୍ଯ
ସଂସ୍କାର ଅମୂଲ୍ୟ ଧନ
ଲୋକ ଦେଖାଣିଆ ବଡିମାରେ କରୁ
ପାଶ୍ଚାତ୍ୟ ଅନୁଧାବନ ।।
ଯୁଗ ସାଥେ ପାଦ ଦେଇ ବଦଳଛି
ଆମର ଚାଲିଚଳଣି
ଆଧୁନିକତାର ମୋହରେ ଆମେ ତ
ଆତ୍ମୀୟତା ଭୁଲିଲୁଣି ।।
ଈଶ୍ବରଙ୍କ ପ୍ରତି ବିଶ୍ବାସ ତୁଟିଛି
କୁକୁର ହୁଏ ବିଶ୍ବସ୍ତ
ଅତିଥିଙ୍କ ପାଇଁ ଘରେ ସ୍ଥାନ ନାହିଁ
ପାର୍ଟି ପାଇଁ ସଂରକ୍ଷିତ ।।
ବଦଳି ଯାଇଛି ଜୀବନର ଚର୍ଯ୍ୟା
ହୁଏ ନୂଆ ସଂସ୍କରଣ
କୁକୁର ବଦଳେ ମଣିଷ ପ୍ରବେଶ
ହୁଏ ଗୃହରେ ବାରଣ ।।
ବିକାଶ ହୋଇଛି ଜ୍ଞାନ,ବିଜ୍ଞାନର
ନୈତିକତାର ସ୍ଫଳନେ
ସାନବଡ଼ ଆଉ ନାହିଁ ସବୁ କ୍ଷେତ୍ରେ
ଭକ୍ତି ନାହିଁ ଗୁରୁଜନେ ।।
ଆଖି ଦେଖାଣିଆ ସବୁ କଥା କେବେ
ସତ ନୁହେଁ ବାସ୍ତବରେ
ପିତା ମାତା ଠାରୁ ଶିକ୍ଷିତ ସମାଜ
ପତ୍ନୀକୁ ଆଦରକରେ ।।
ମାନବର ସଂଖ୍ୟା ଦ୍ରୁତଗାମୀହୋଇ
କମିଛି ମାନବିକତା
ଭାଇ ବଦଳରେ ଶଳାକୁ ବିଶ୍ବାସ
ଏଇ ଆମ ଆତ୍ମୀୟତା ।।
ଘରେ ନାହିଁ ଆମ ଭାଗବତ ଟୁଙ୍ଗି
ଅଛି ଆଧୁନିକ ଯନ୍ତ୍ର
ଏକା ଏକା ବସି ତାହା ସମ୍ମୁଖରେ
ସର୍ବେ ନିଜ କାମେ ବ୍ଯସ୍ତ ।।
ଜଞ୍ଜାଳ ମୁକ୍ତିରୁ ପାରି ହେବା ପାଇଁ
ପିଲାଙ୍କୁ ଧରାଇ ଫୋନ
ନିଜ ଇଚ୍ଛା ନେଇ ଅୟସ କରିବା
ହେଲାଣି ଆମ ଫେଶନ ।।
ବିଳାସ ବ୍ଯସନ କି ରାଜ ପ୍ରାସାଦ
ମନେ ଆଣେ ନାହିଁ ଶାନ୍ତି
ନିଜ ଆଚରଣ ସ୍ନେହ ସୌହାର୍ଦ୍ଦରୁ
ମିଳେ ପରା ଆତ୍ମ ତୃପ୍ତି ।।
ଶିକ୍ଷା ସଭ୍ୟତାର ସାଥେ ତାଳ ଦେଇ
ସଂସ୍କାର,ସଂସ୍କୃତି ନେଇ
ମାର୍ଜିତ ବ୍ଯକ୍ତିତ୍ବ ସାର୍ଥକ ହୋଇବ
ଉତ୍ତମ ଚରିତ୍ର ପାଇଁ ।।
ବନଲତା ଜାଲି
190 total views, 2 views today
I used to be suggested this website by my cousin. I’m no longer positive whether this post is
written by means of him as nobody else know such precise about my problem.
You’re wonderful! Thanks!
Thanks for any other informative blog. Where else may I am getting
that kind of information written in such an ideal manner? I’ve a challenge that
I am just now working on, and I have been at the glance out for such information.
Your style is very unique in comparison to other folks
I’ve read stuff from. Thanks for posting when you’ve got the opportunity, Guess
I’ll just bookmark this blog.
Wow, superb blog layout! How long have you been blogging for?
you made blogging look easy. The overall look of your site is excellent, as well
as the content!
Stunning story there. What occurred after?
Thanks!
My brother suggested I might like this blog.
He was entirely right. This post actually made my day. You cann’t
imagine just how much time I had spent for this info!
Thanks!
It’s tough to occur by educated individuals With this distinct matter, however , you audio like you understand what you’re talking about! Many thanks orof.infoforwomen.be/map22.php lediga jobb bor??s