*****ଚିଲିକା*****
ନୀଳାମ୍ବୁ ଚିଲିକା ତୋତେ
ସହସ୍ର ପ୍ରଣାମ,
କ୍ଷୁଦ୍ର ହ୍ରଦ ହେଲେ ଯଥା
ସାଗରର ସମ।
ବିଶ୍ବ ମନୋରମା ତୁହି
ପ୍ରକୃତିର ପୁର,
କୈାମୁଦୀ କି ଘନ ହୋଇ
ବହିଛୁ ଶରୀର।
ଅହେତୁକ ମନୋରମ ଦୃଶ୍ୟ
ତୋର କୋଳେ,
ଗ୍ରଥିତ ହୋଇଛି କେତେ
ଅଦ୍ଭୁତ କୈାଶଳେ।
ତୋ ହୃଦୟ ଦରପଣ
ପ୍ରଶସ୍ତ ନିର୍ମଳ,
ମନ ମୋହି ଥାଏ ଶୁଣି
ତବ ଅବିରଳ।
ପ୍ରାବୃଟ ସମୟ ଆସି
ହେଲେ ସମଗତ,
ବିହଙ୍ଗମ ଦଳ ଦଳ
ହୁଅନ୍ତି ଆଗତ।
କ୍ରୀଡନ୍ତି ଗଭୀର ଜଳେ
କମ୍ପାଇ କାନନ,
ଯୂଥ ଯୂଥ ଜଳଚର
କେତେ ପକ୍ଷୀଗଣ।
ଜଳେ ଇନ୍ଦ୍ରଚାପ ପ୍ରତିବିମ୍ବ
ଯେବେ ଆସେ,
ମନେହୁଏ ତୁହି ମାତ ନବ
ଶାଢ଼ୀ ବେଶେ।
ପୂର୍ଣିମା,ଅମା ଅନ୍ଧାରେ
ହୋଇଣ ପ୍ରଖର,
ଘେନି ବୀଚି ପରମ୍ପରା-
କରୁ ନାଦ ଘୋର।
ବିବିଧ ପାଦପ ପ୍ରସ୍ବନେ
ଅତି ମନୋହର,
ପୂର୍ବ ଭାଗେ ଅବସ୍ଥିତ
କାଳିଜାଇ ଦ୍ବାର।
ଧନ୍ୟ ଶିଳ୍ପୀ ମହାଶୟ
ଚାରୁ ଚିତ୍ରପଟ,
କେମିତି ବର୍ଣ୍ଣୀଳ ଏହି
ଚିଲିକା ର ଠାଟ।
ପ୍ରଭାକର ଦାଶ
ପାଟଣାଗଡ଼,ବଲାଙ୍ଗୀର
ଦୂରାଭାଷ-୭୩୨୮୦୩୨୩୩୪
When someone writes an piece of writing he/she maintains the plan of a user in his/her brain that how a user can know it.Thus that’s why this paragraph is perfect. Thanks!
Wonderful blog! I found it while browsing on Yahoo News.Do you have any tips on how to get listed in Yahoo News? I’ve been tryingfor a while but I never seem to get there! Many thanks
I do believe all the ideas you have presented to your post. They are really convincing and can definitely work. Still, the posts are very short for newbies. May just you please prolong them a little from subsequent time? Thanks for the post.
You could certainly see your expertise within the article you write.The sector hopes for more passionate writers like you who are not afraid to mention how they believe.At all times go after your heart.