କବିତା ଶୀର୍ଷକ – ଛାଇ ର ସମ୍ପର୍କ ଛିନ୍ନ
ନାମ – ପି.ପୁରବୀ ମହାନ୍ତି
ବଣାଇଁ ଗଡ଼ , ସୁନ୍ଦରଗଡ଼

” ଅଟ୍ଟାଳିକା ସବୁ ଗୋଛାମୟ ଦୃଶ୍ୟ
ସୂର୍ଯ୍ୟ ଏଠି ସତେ ଖେଳେ ଲୁଚକାଳି ,
ଭିଡ଼ ଭିତରରୁ ନିଜସ୍ୱ ସ୍ଥିତିର
ଅନୁଭବ ହୀନ ଅସ୍ତିତ୍ବ ମୋହରି ।
ରାଜରାସ୍ତା ଦେଇ ଅନେକ ପ୍ରାଣୀଙ୍କ
ମେଳ ଜମିଯାଏ ଖୋଜେ ମୁ ନିଜକୁ ,
ଅଙ୍ଗ ପ୍ରତ୍ୟଙ୍ଗର ସମାନତା ଏଠି
ଭିତରେ ଲୁଚିଛି ଭିନ୍ନତା ସବୁରି ।
ବତିଖୁଣ୍ଟ ତଳେ ଛିଡ଼ା ହୋଇ ଦେଖେ
ଛାଇ ଯେ ମୋହରି ଅଙ୍କିତ ହୁଅଇ
ବତିଖୁଣ୍ଟ ଯେବେ ଅନ୍ଧାର କରେ ସେ
ଛାଇ ମିଶି ମୋର ଦେହେ ଲାଗିଯାଇ ।
ଭଲ ପାଇ ବସେ ଅନ୍ଧାର ହେଲେ ସେ
ଯେତେ ଲୁଚାଛପା ଆଖିର ଭ୍ରମରେ ,
ହୃଦୟ ଗହୀର ନିଃଶ୍ୱାସ ବୋହୁଛି
ଅସ୍ତିତ୍ବ ହାଟରେ ଶସ୍ତା ସବୁ ସ୍ଥିତି ।
ହାତ ଉଠାଇଲେ ଧରେ ସେ ସ୍ନେହରେ
ଭଲପାଇବା ର ଥାଏ କି ବିକଳ ,
କେହି ଏଠି ନାହିଁ ପାଖରେ ବସିବ
ଛିଡ଼ା କିନ୍ତୁ ପାଖେ ଶରୀର ମୋହର ।
ପାଦ ବଢେ ସେ ଯେ ଟପ୍ ଟପ୍ ଶବ୍ଦ
ଧ୍ଵନିରେ ସ୍ନାୟୁ ର ହାଲୁକା ସ୍ଵଭାବ ,
ପାଦ ମୋର ରହି ଭାବେ ଅବିରତ
ଟପ୍ ଟପ୍ ତାଳେ ସ୍ନାୟୁ ସହଚର ।
ରାସ୍ତା କଡ ବତି ଧପ୍ ଧପ୍ ହୁଏ
ହୁଏ ଅନ୍ତର ର ଶିରା ଓ ପ୍ରଶୀରା ,
ଅନ୍ଧାରର ଏହି ସୁଯୋଗ ପାଇଁକି
ମାଡିବସି ବ କି ଫୁଙ୍ଗୁଳା ଅସ୍ତିତ୍ବ ।
ମଝି ରାସ୍ତା ଛିଡ଼ା ଅନ୍ଧାର ଭିତରେ
ବତିର ଆଲୁଅ କେତେ ବା ଜଳିବ ,
କେବେ ନା କେବେ ସେ କାଢ଼ିବ ମୁଖାକୁ
ତମସା ଗ୍ରାସିବ ସ୍ଥିର ଏ ଜଗତ ।
ଗଛ ପତ୍ର ଘନ ଲୁଚିବେ ପଛରେ
ପଛକୁ ପଛକୁ ନ ଆସି ଆଗରେ ,
ଛାଇ ତାଙ୍କ ପଡି ରାଜରାସ୍ତା ଦେଇ
ଅନ୍ଧାରକୁ ଆଣି ବିକନ୍ତି ରାସ୍ତାରେ ।
ଅଟ୍ଟାଳିକା ସବୁ ଗୋଛାମୟ ଦୃଶ୍ୟ
ସୂର୍ଯ୍ୟ ଏଠି ସତେ ଖେଳେ ଲୁଚକାଳି ,
ଭିଡ଼ ଭିତରରୁ ନିଜସ୍ୱ ସ୍ଥିତିର
ଅନୁଭବ ହୀନ ଅସ୍ତିତ୍ବ ମୋହରି । “

 237 total views,  1 views today

One thought on “ଛାଇ ର ସମ୍ପର୍କ ଛିନ୍ନ — ପି.ପୁରବୀ ମହାନ୍ତି”

Leave a Reply

Your email address will not be published. Required fields are marked *