ଟିପେ ପୃଥିବୀର ମୋହ
ସନ୍ଧ୍ୟା ରାଣୀ ଦାଶ
ହଜି ଯାଇଥିବା ପୃଥିବୀର ପୂର୍ଣ୍ଣତା…
ହୃଦୟହୀନର ଭାବାବେଗରେ ଜର୍ଜରିତା..
ପରିତ୍ୟକ୍ତା ବସନ ସମ
ଆଜି ଏ ସାରା ଧରିତ୍ରୀର ଅନ୍ତରାତ୍ମା…
ବିଳାପ କରୁଛି ବାରମ୍ବାର…
ଭଗ୍ନ ପ୍ରାୟ ଆଜି ଆଶାର ଵନ୍ଧଵାଡ..
ନିରାଶାର ମରୁଵାଲିରେ ଖୋଜା ଚାଲିଛି ଅଳ୍ପ କିଛି ପାରିଜାତର କ୍ଷୀଣାୟୁଷ…
ଜ୍ଞାଚ ସଭିଏଁ ଏ ତ ଅସୁମାରୀ ଆଶା
ଦୁଃଖ ପରେ ନିଶ୍ଚେ ଆସେ ସୁଖର ପରିଭାଷା
ସ୍ୱପ୍ନ ତ ଅସରନ୍ତି,
ଜୀଵନ ପ୍ରତି ମାନଵଵାଦୀ ଦୃଷ୍ଟିଭଙ୍ଗୀ
ସିଞ୍ଚନ କରେ ଜୀଵନରେ ଅଦ୍ଭୁତ ଓ ଅଲଭ୍ୟ ଅମୃତର ପରଶ..
ସେ ଅମୃତ ସ୍ପର୍ଶେ
ଜୀଇଁ ଉଠେ ବଞ୍ଚିବାର ଦୂର୍ଵାର ମୋହ..
ପୁଣି ଗଡିଥାଏ ଜୀବନର ଗାଡି ଅହରହ..
ଟିପେ ପୃଥିବୀର ମୋହ
ଭରିଦିଏ ମନେ ଅପୂର୍ବ ଉଚ୍ଛ୍ୱାସ
ଵଞ୍ଚିବାର ଉନ୍ମାଦନା ହିଁ ସତ୍ୟ
ପ୍ରାପ୍ତି ଓ ପୂର୍ଣ୍ଣତା
ଜୀବନର ପରିଵ୍ୟାପ୍ତତା
ଆଶ୍ୱାସନାର ସେ ଦୁଇ ପଦର ମଧୁରତା
ସତରେ!!!
ଏହା ହିଁ ତ ଦାନ କରେ
ଟିପେ ପୃଥିବୀକୁ ଭଲ ପାଇବାର
ଟିକେ ମୋହ…
ସନ୍ଧ୍ୟା ରାଣୀ ଦାଶ