ଅଁଳା ନବମୀ
*******************
ସ୍ୱାଗତିକା ସାହୁ
†*****************
ଖୁବ ପ୍ରବର୍ତ୍ତାଇଛି ସେଇ ପଦଯୁଗଳ
ହଳଦୀ ଗୁରୁ ଗୁରୁ ଦିବ୍ୟ ଚନ୍ଦନ ବାସ
ମାଟିରୁ ଆକାଶ ସବୁ ସମ୍ମୋହନ
ବରଷକେ ଥରେ ରାଧା ପାଦ ଦର୍ଶନ
ଦୁଧ ଅଳତା ପଦ ଯୁଗଳର
ଝୁଣ୍ଟିଆ,ପାଉଁଜି ନିନାଦିତ ଝଙ୍କାର
ଅଦ୍ଭୂତ ଅଭିନବ ରାଗେ
କରୁଣ ରାଗିଣୀ ମାତାଙ୍କ ଅନ୍ତରୁ
ଦିଏ ଈଶ୍ୱରୀୟ ପ୍ରେମ ସମ୍ଭାଷଣ
ବାରମ୍ବାର ହୁଏ ମୁଁ ଚେତନାସ୍ଥ
ଦେଖି ସେ ଦେବ ଦୁଲ୍ଲଭ ଦୃଶ୍ୟ
ଯୁଗେ ଯୁଗେ ଅପେକ୍ଷାରତ
ଦେବ,ନର,ଯୋଗୀ,ମୁନି
ରାଧା ଭଳି ପ୍ରତୀକ୍ଷାରତ ଆତ୍ମାଟେ
ଭୀଷଣ ତ୍ୟାଗର ଚରିତ୍ରଟିଏ
ଦୁର୍ବାର ଆକର୍ଷଣ ଜନ୍ମ ଜନ୍ମାନ୍ତରରେ
ତୁମେ ହିଁ ତ ପ୍ରମାଣ ଏ ସୃଷ୍ଟି ସୁନ୍ଦରତାର
ତୁମ ଚକ୍ଷୁ ଠାରେ ଲୁହ ମୋ ଲାଗି
ତୁମ ଶବ୍ଦ ତାନରେ ବଶବର୍ତ୍ତୀ ହୁଏ ମୁଁ
କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି
କାର୍ତ୍ତୀକ ମାସର ପବିତ୍ର ଶ୍ରେଷ୍ଠ ବ୍ରତ
ବ୍ରହ୍ମାଙ୍କ ଆଖି ଲୁହରୁ ସୃଷ୍ଟି ଅଁଳା ବୃକ୍ଷ
ତାଲାଗି ପବୁତ୍ର ଅଁଳା ନବମୀ
ରୋଗ ମୁକ୍ତ କରେ ଅଁଳା ଗଛର ଛାୟା
ତା ମୂଳେ କଲେକ ଭୋଜିନ
ସଂସ୍କୃତି ପହଚେରେ ନାରୀ
ଶୁଦ୍ଧ ଜଳେ ସମର୍ପଣ କରି ମନ
ନାଲିସୂତା ନେଇ ଅଁଳା ଗଛଜୁ
ଅଷ୍ଟ ଥରେ କରେ ପରିକ୍ରମା
ଚନ୍ଦନ,ସିନ୍ଦୁର, ନାଲିଚୁଡ଼ି,ଲୁଗା ଅର୍ପଣ
ସମସ୍ତ ମଙ୍ଗଳ କାମନା ମନାସି
କରନ୍ତି ରନ୍ଧନ ଭୋଜନ ସେଇ ଗଛ ମୂଳେ
ବୈଶ ପତ୍ନୀ ହୋଇଥିଲେ ରୋଗ ମୁକ୍ତା
ପ୍ରାପ୍ତି କରିଥିଲେ ପୁତ୍ର ସନ୍ତାନ
ସ୍ୱୟଂ ଲକ୍ଷ୍ମୀ କରନ୍ତି ପୂଜନ
ଅଁଳା ମୂଳେ କରି ଭୋଜନ ପ୍ରସ୍ତୁତି
ଶ୍ରୀବିଷ୍ଣୁ ଙ୍କୁ ଦେଇ ଭୋଜନ….
ଚିର ପୂଜ୍ୟ ସେ ଅଁଳା ଗଛଟି
ଭରିଛି ରୋଗ ଚିକିତ୍ସାର ଗୁଣ
ଏ ଭବସାଗରରୁ ଲଙ୍ଘିବା ପାଇଁ
ସଂସ୍କୃତି, ପରମ୍ପରା ଜନିତ ପୂଜା ଅର୍ଚ୍ଚନା
ଯୁଗେ ଯୁଗେ ଅମର
ଖୁଣ୍ଟିବାକୁ ଅଗଣିତ ଅବଗୁଣ
କରିବାକୁ ଶୁଦ୍ଧ ଚୈତ ଚିତ୍ତ।
ସ୍ୱାଗତିକା ସାହୁ
376 total views, 1 views today