ସ୍ବାଧୀନତା ତୁମେ କେଉଁଠି
ସୁଦର୍ଶନ ମହାପାତ୍ର
*******************
ସ୍ବାଧୀନତା ଥିଲା ପରା କୋଟି ଚିରକାମ୍ୟ
କେତେ ଥିଲା କୋଳାହଳ କେତେ ପ୍ରକମ୍ପନ
ସ୍ନିଗ୍ଧ ସମ୍ମୋହନ ଭରା ମଧୁର ପାର୍ବଣ
ଅୟୁତ ସ୍ବପ୍ନର ଖୁସି ଏବେ ମୁହ୍ୟମାନ ।।
ସ୍ବାଧୀନତାର ଉଚ୍ଛ୍ୱାସ ନୀରବ ନିସ୍ପନ୍ଦ
ବଞ୍ଚିବାର ପଥ ଆଜି ସତେ ଅବରୁଦ୍ଧ
ଏ ଜାତିର ଶୌର୍ଯ୍ୟ ଆଜି ରୁଗ୍ଣ ଅବସନ୍ନ
କଳ୍ପିତ ସେ ରାମରାଜ୍ୟ ପରାହତ ମ୍ଳାନ ।।
ସ୍ବାଧୀନତା ସ୍ବାଦ କାହିଁ ଲାଗେ କଟୁ ତିକ୍ତ
ପୀୟୂଷ ପିଆଲା ମଧ୍ୟେ ମୃତ୍ୟୁର ସଂଘାତ
ଛଦ୍ମବେଶୀ ଜହ୍ଲାଦଙ୍କ ରୂପ ଯେ ଅନେକ
ସମାଜରେ ନାରୀ ହୁଏ ଆଜି ବି ଲାଞ୍ଛିତ ।।
ସ୍ବାଧୀନତା ଶବ୍ଦ ଆଜି ଅବୋଧ୍ୟ ଅସାର
ଅସହାୟ ଅନ୍ତରାତ୍ମା କରୁଣ ଚିତ୍କାର
ଆସୁଅଛି ଆସୁଥିବ ଅଗଷ୍ଟ ପନ୍ଦର
କ’ଣ ବା ଫରକ୍ ଅଛି କାଲି ଓ ଆଜିର ??
ସ୍ବାଧୀନତା ଅର୍ଥ ଖୋଜେ ବିପନ୍ନ ହୃଦୟ
କେତେ ଦୂର ତା ଇପ୍ସିତ ମୁକ୍ତି ସୂର୍ଯ୍ୟୋଦୟ !!!
ସୁଦର୍ଶନ ମହାପାତ୍ର
I loved your post.Much thanks again. Great.
Awsome article and straight to the point. I don’t know if this is really the best place to ask but do you people have any thoughts on where to get some professional writers? Thank you
Hello there, just became aware of your blog through Google, and found that it’s really informative. I am going to watch out for brussels. I will be grateful if you continue this in future. Many people will be benefited from your writing. Cheers!