#ଅଶ୍ରୁ_ଅନୁରାଗ
*************
କଣ୍ଟାଘାତ ଜର୍ଜରିତ
ହାତର କଥା ବୁଝେ କିଏ…
ସ୍ବୀକାରୋକ୍ତି ଆଶାର ଗୋଲାପ
ହାତରେ ହିଁ ମଉଳିଯାଏ,
ଲୁହ ରକ୍ତର ରଙ୍ଗରେ
ପଦ୍ମବନର ପ୍ରିୟା
ବସନ୍ତ ଭିଜାଏ ।

କାନରେ
କହେ ପୁଣ୍ୟତୋୟା…
ଅଢେଇଦିନ ଫୁଲ ଜୀଏଁ
ପୁଣି ମଉଳିଯାଏ,
ସେ କେବେ ହୋଇନାହିଁ ମାଳିର
କେବେ ବଗିଚାର ବି ନୁହେଁ,
ହୃଦୟ ଖୋଜେନାହିଁ
ରଙ୍ଗ ଅଥବା ବାସ୍ନା
ଫୁଲର ସ୍ବୀକାରୋକ୍ତି
ନ’ଥାଏ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️

 381 total views,  1 views today

Leave a Reply

Your email address will not be published. Required fields are marked *