🌹ଜୀବନର ପୃଷ୍ଠା 🌹
ଡ଼ଃ ଲଷ୍ମୀକାନ୍ତ ଦାଶ
ଖୋଲା ବହି ସିନା ଜୀବନର ପୃଷ୍ଠା
କେତେ ସ୍ମୃତି ଥାଏ ଭରି
ଜୀବନ ଭୂଗୋଳ ଇତିହାସ ହୁଏ
ସମୟ ଚକ୍ରକୁ ଧରି ll
ପୃଷ୍ଠା କେବେ ପୂର୍ଣ୍ଣ ହୋଇଥାଏ ପୁଣି
ଦୁଃଖ ଶୋକ ଗଣିତରେ
କେବେ ପୂର୍ଣ୍ଣହୁଏ ପ୍ରେମ ପ୍ରଣୟରେ
ଜୀବନର ସାହିତ୍ୟରେ ll
ସମୟ ସ୍ରୋତରେ ଜର୍ଜରିତ ହୁଏ
ମାୟା ଜାଲେ ଛନ୍ଦି ହୋଇ
ଲେଉଟା ପବନ ବହେ କେତେବେଳେ
ଚିରିଦିଏ ଦୁଃଖ ଛାଇ ll
ଜର୍ଜରିତ ହୁଏ ଅନ୍ତର୍ରଦାହ ମନେ
ଭୋଗଲିପ୍ସା ପ୍ରାପ୍ତି ପାଇଁ
ସଂସାର ଜାଲରେ ଛଟପଟ ହୁଏ
ସମ୍ପତ୍ତିର ଲୋଭ ନେଇ ll
କେବେ ଦାରା ସୁତ ପ୍ରାପ୍ତିରେ ଅତୃପ୍ତ
ପ୍ରଗଳ୍ଭର ମନ ନେଇ
ବିଷୟା ପଙ୍କରେ ବାହାସ୍ପୋଟ ମାରେ
ସରଗ ଗଲାକି ପାଇ ll
କାମିନୀ କାଞ୍ଚନ ଅର୍ଥନ୍ୱେଷି ମନ
ସମୟର ପାଶେ ମିଛ
ଶମଶାନ ସିନା ଶେଷ ପୃଷ୍ଠା ତୋର
ଆଉ ସବୁ ପାଠ ମିଛ ll
ଡ଼ଃ ଲଷ୍ମୀକାନ୍ତ ଦାଶ
251 total views, 1 views today
What’s up, its pleasant post about media print, we all knowmedia is a enormous source of facts.
I don’t even know how I ended up here, however I thought this put up was once good. I do not recognize who you might be however certainly you are going to a famous blogger if you happen to are not already Cheers!