ବିସ୍କୁଟ
ସ୍ବର୍ଣ୍ଣରେଖା ପଣ୍ଡା
************
ପ୍ରଭାତେ ପ୍ରତ୍ୟୁଷେ ପିଲା କରଇ ଅଝଟ
ଖାଇବାକୁ ମାଗିଥାଏ ମାଆଙ୍କୁ ବିସ୍କୁଟ
ପ୍ରତି ଘରେ ତା’ ଆଦର ,,
ଆବାଳ, ବୃଦ୍ଧ, ବନିତା କରନ୍ତି ଆହାର ।
ଉଷ୍ନ ପାନୀୟ ଅଟଇ ତା’ର ସହୋଦର
ସାମୟିକ କ୍ଷୁଧା ହେଲେ ତାକୁ ଦରକାର
ନିତି ବେଳ ଅବେଳରେ ,,
ଶିଶୁର ଭୋକ ମେଣ୍ଟାଏ ସେ ଅନାୟସରେ ।
ଶୀତ ପ୍ରଭାତରେ ସିଏ ସଭିଙ୍କର ପ୍ରିୟ
କଫି ଅବା ଚା’ ଅଟେ ଚିର ସାଥୀ ତା’ର
ଭିନ୍ନ ଭିନ୍ନ ସ୍ବାଦ ତା’ର ,,
ବିଭିନ୍ନ ନାମରେ ଖ୍ୟାତ ଜନ ମାନସର ।
ସ୍ବଳ୍ପମୂଲ୍ୟ ହେଲେ ମଧ୍ୟ ଦିଏ ଆତ୍ମତୃପ୍ତି
ସଭିଙ୍କ ଉଦର କରେ ସାମୟିକ ଶାନ୍ତି
ଉଷା ରୁ ପ୍ରଦୋଷ ଯାଏ ,,
ଶିଶୁ, ବୃଦ୍ଧ, ଅତିଥିଙ୍କ ପାଇଁ ଲୋଡ଼ା ହୁଏ ।
ଜୀବନର ଶୈଳୀ ଆଜି ଗଲାଣି ବଦଳି
ବିଦେଶୀ ଖାଦ୍ୟ, ଚଳଣୀ ଅନୁସରେ ଖାଲି
ଶାଗ ପଖାଳକୁ ଭୂଲି ,,
ମଇଦା ତିଆରି ଖାଦ୍ୟେ ମନ ହୁଏ ଭାଳି ।
ସ୍ବର୍ଣ୍ଣରେଖା ପଣ୍ଡା
355 total views, 1 views today