ହେ… ଚକାନୟନ
ରୀକ୍ଷିରାମ ମେହେର
*******************
ତୁମ ନାମ ଜପି ଯାଉ ମୋ ଜୀବନ
କଣ୍ଠେ ଥାଉ ତୁମ ନାମ
ଭକତି ପ୍ରେମରେ ଯାଉ ମୋ ଜୀବନ
ଧ୍ୟାୟୀ ତୁମ ପାଦେ ମନ,
ହେ …. ଚକାନୟନ।।1।
ଭକ୍ତ ସାଳବେଗ ଧ୍ୟାୟୀ ତୁମ ପାଦ
ଆକୁଳେ ଡାକିଲା ନାମ
ଉଭା ହେଲ ଯାଇ ବାଲୁକା ରଥରେ
ଛାଡିଣ ଶ୍ରେକ୍ଷେତ୍ର ଧାମ
ହେ…. ଚକାନୟନ।।2।
ତରିଗଲା ସେ ମୀରାବାଇ ପାଗଳୀ
ଗାଇ ତୁମରି ଭଜନ
ନିତିଦିନ ରାଧାରାଣୀ ଖୋଜିହେଲା
ତୁମରି ବଂଶୀର ସ୍ଵନ
ହେ…. ଚକାନୟନ।।3।
ଗୋପ ଗୋପାଙ୍ଗନା ଝୁରିଝୁରି ମଲେ
ଡାକି ଡାକି ତୁମ ନାମ
କଂସ ମହାରାଜା ଦେହ ତ୍ୟାଗ କଲେ
ଦେଖି କଅଁଳ ବଦନ
ହେ…. ଚକାନାୟନ।।4।
ମାତା ଯଶୋଦା ଘାରି ହେଲା ହୃଦୟ
ଚାହିଁ ଚାହିଁ ତନମନ
ଗୋପପୁର ଛାଡି ମଥୁରାରେ ହେଲ
ରୁକ୍ମଣୀର ପ୍ରାଣଧନ
ହେ…. ଚକାନୟନ।।5।
ସଖା ସୁଦାମାର ମାଟି କୁଡ଼ିଆରେ
ଜପି ଜପି ଗଲା ଦିନ
ଦରଶନ ପାଇଁ ପ୍ରବେଶିଲା ନଗ୍ରେ
ପାଇଲେ ତୁମ ଦର୍ଶନ
ହେ…. ଚକାନୟନ।।6।
ରୀକ୍ଷିରାମ ମେହେର
267 total views, 1 views today