*ମା ଦୁର୍ଗା*
ଜି. ନନ୍ଦିନୀ ରାଓ
************************
ଜୟ ମାଁ ଦୁର୍ଗା ଜଗତ ଜନନୀ
ଜୟ ମାଁ ଦୁର୍ଗା ସିଂହ ବାହିନୀ
ଖଣ୍ଡା,ଖର୍ପରା,ତ୍ରିଶୁଳ ଧାରିଣୀ
ଜୟ ମାଁ ଦୁର୍ଗା ବିନାଶ କାରିଣୀ ।
ପୂଜା ମଣ୍ଡପ ଆଜି ମା ଗୋ ଖାଲି ପଡ଼ିଛି
ସଜାସଜି ମେଲଣ ଉତ୍ସବ କିଛି ଦିଶୁ ନାହିଁ ।
ଭକମାନେ ହୋଇଛନ୍ତି ମହାମାରୀ ରେ ବନ୍ଧା
ତୁମେ ଆସି ଗାଁ ଗୋ କରି ଦିଅ ଛନ୍ଦା
ସଂସାରେ ଯେବେ ପଡ଼ିଛି ସଙ୍କଟ
ସେତେବେଳେ ମାଁ ଗୋ ତୁମେ ହୋଇଛି ପ୍ରକଟ
ହେ ମା ଦୁର୍ଗା ଜଗତ ଜନନୀ
ହେ ର୍ମା ଦୁର୍ଗା ତ୍ରିପୁରା ବାସିନୀ
ଦେବଗଣଙ୍କୁ ତମେ ଉଧାର କରିଥିଲ
ମଣିଷଗଣଙ୍କୁ ଆସି ଉଧାର କର ମାଁ ଗୋ ।
କୃପା କର ମା ଗୋ ଏ ମହାମାରୀରୁ
ମହିଷାସୁର ମର୍ଦ୍ଦିନୀ ଦୁର୍ଗା ମାଁ ଗୋ ତୁମେ
ଏତିକି ଗୁହାରି ମାଁ ଗୋ ତୁମରି ପାଖେ
ବିଜୟୀ ହୋଇ ମାଁ ଗୋ ଦେଖାଅ ଦର୍ଶନ।
ମହାମାରୀକୁ ସାରା ସଂସାର ମୁକ୍ତ କରି
ବିଶ୍ବକୁ ରକ୍ଷା କର ମାଁ ଗୋ କରୁଣାମୟୀ ।
ବିନାଶକାରିଣୀ ମାଁ ଗୋ ଜଗଦମ୍ବା ତୁହି
ବିଶ୍ଵ କୁ ରକ୍ଷା କର ମାଁ ଗୋ ତୁହି ।
ହେ ମା ଜଗତ ଜନନୀ କୃପା କର ମାଁ ଗୋ
ତୁହି ।
ଜି. ନନ୍ଦିନୀ ରାଓ