ପବିତ୍ରତା
ଏଡିଯାଅନା ବନ୍ଧୁ
ପ୍ରିୟାର ପ୍ରୀତି,
ସାଥୀର ଛାତି ତଳର ତାତିକୁ !
ପ୍ରତ୍ୟେକ ମୁହୂର୍ତ୍ତରେ ତମପାଇଁ
ଓଦା ହେଉଥିବା
ଆଖିପତାର ପବିତ୍ରତାକୁ !!
ଏବଂ
ଡେଇଁ ଯାଅନି
ଦରଦୀ କାନଭାସର
ଦୁଃଖଦ ପିରାମିଡକୁ !
ଫେରି ଚାହଁ
ସେଇ ନୀଳ ସମୁଦ୍ରକୁ,
ଏମିତି କେତେଯେ ଆଖିରୁ
ଗଡି ଗଡି ତ
ପାଲଟିଛି ସମୁଦ୍ର…….!
ଭୟ କରନି ସେ ନୀଳ ରଙ୍ଗକୁ !
ନିଳିମାର ସଙ୍ଗିନୀକୁ !!
ହାତ ପାପୁଲିରେ ମୁନ୍ଦେ ନେଇଆସ
ଦେଖିବ
କାଚ ପରି ସ୍ୱଚ୍ଛ ଓ ନିର୍ମଳ
ତାର ପବିତ୍ରତାକୁ !!!
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର-୧୮