*ପୂର୍ଣ୍ଣଚ୍ଛେଦ*
*********
ନାରାୟଣ ଚନ୍ଦ୍ର ସେନାପତି
********************************
ଅକ୍ଷର ସହ ଅକ୍ଷର ମିଳନରେ
ଯେବେ ସୃଷ୍ଟିହୁଏ ଶବ୍ଦ
ଶବ୍ଦ ବିଭୋର ହୋଇ କରେ ଉନ୍ମାଦ
ଶବ୍ଦଙ୍କର ଶୃଙ୍ଖଳିତ ସରଳରୈଖିକ ଧାଡି
ନିଜ ଭିତରେ ରଖିଥାଏ ଶାରୀରିକ ଭେଦ
ମନର ମିଳନରେ ଅର୍ଥ ପରଶୁଥାଏ ଭାବ
କ୍ଳାନ୍ତ ଜୀବନଟା ଲଗାଇ କମା
ଦିଏ ବିଶ୍ରାମର ସମ୍ବାଦ
ବାକ୍ୟ ସ୍ଥିତପ୍ରଜ୍ଞ ପ୍ରାୟ ହୁଏ ଆବଦ୍ଧ
ଅନ୍ତରେ ବସାଏ ଟାଣେ
ଆନ୍ତରିକତାର ପୁର୍ଣ୍ଣଚ୍ଛେଦ।
ଦେଖା ସାକ୍ଷାତରୁ ହୁଏ ଚିହ୍ନାଜଣା
ଚିହ୍ନାଜଣାରୁ ହୁଏ ପରିଚୟ
ପରିଚୟରୁ ସୃଷ୍ଟି ହୁଏ ସମ୍ପର୍କ
ସମ୍ପର୍କ ନିବିଡ଼ତାରେ ତୋଳେ ସମ୍ବନ୍ଧ
ଯେବେ ବିଶ୍ୱାସଟା ଭରସା ତୁଟାଏ
ପ୍ରେମଟା ପ୍ରତାରଣା ପାଲଟିଯାଏ
କୃତଜ୍ଞଟା କୃତଘ୍ନ ଦୁଆରେ ବସି କରୁଥାଏ ଆର୍ତ୍ତନାଦ
ସ୍ନେହ ଆଦର ଭଲ ପାଇବାର ସମ୍ପର୍କଟାରେ
ଅବିଳମ୍ବେ ପଡ଼ିଯାଏ ପୁର୍ଣ୍ଣଚ୍ଛେଦ।
ଏନ୍ତୁଡ଼ିଶାଳରେ କଇଁ କଇଁ କାନ୍ଦରୁ ଆରମ୍ଭ ହୁଏ
ପ୍ରେମମୟ ଜୀବନ ଯାତ୍ରା
ଆଶା ଆକାଂକ୍ଷା ମାନ କୁରୁଳୁଥାନ୍ତି
ଗଢିବାକୁ ସଫଳତାର ପ୍ରାସାଦ
ବିଧିର ବିଧାନ ଭାଗ୍ୟ କର୍ମର ରାସ୍ତାମାନ
ସମ୍ମୁଖୀନ ହୁଅନ୍ତି ହସକାନ୍ଦ ଦୁଃଖ ସୁଖ ସମ୍ପଦ ବିପଦ
କିଛି ଅଲିଭା ଅଭୁଲା ସ୍ମୃତି ଅନୁଭୂତି ଭରି ଦିଅନ୍ତି ଜୀବନ ଡାଏରୀରେ
ଜୀବନର ସଞ୍ଜ ନଇଁ ଆସିଲେ ଶୁଣି କାନ୍ଦି କନ୍ଦାଇ ଯାଆନ୍ତି ସମାଜକୁ
ଆପେ ଆପେ ପଡ଼ିଯାଏ
ଜୀବନର ପୁର୍ଣ୍ଣଚ୍ଛେଦ।
ଜୀବନର ପ୍ରାରମ୍ଭରୁ ଅନ୍ତିମ ମୁହୂର୍ତ୍ତ ଯାଏ
ହାର ଜିତ୍ ର ନ ଥାଏ ପୂର୍ଣ୍ଣଚ୍ଛେଦ
କେବଳ ଆଗ ପଛ ଉଚ୍ଚ ନୀଚ୍ଚ ଉତ୍ଥାନ ପତନ ଅଵସ୍ଥାଗୁଡ଼ାକ
ନିଜ ଅହଂକାରରେ ପ୍ରତିଦ୍ବନ୍ଦୀ ସମ କରନ୍ତି ବିବାଦ
ଦର୍ଶାନ୍ତି ସମାଜରେ ସମୟ କେମିତି ସୃଷ୍ଟି କରେ ପ୍ରଭେଦ
ବିଭୁଙ୍କ ପାଖରେ କିନ୍ତୁ ଏସବୁ ଅଭେଦ
କାହାର ବାକ୍ୟ ସରୁ କି ନ ସରୁ
ତାଙ୍କ ଇଚ୍ଛାନୁସାରେ ପକାନ୍ତି
ଜୀବନ ବାକ୍ୟରେ
ଯେକୌଣସି ଜାଗାରେ କଠୋର ପୁର୍ଣ୍ଣଚ୍ଛେଦ।
ନାରାୟଣ ଚନ୍ଦ୍ର ସେନାପତି
👍👍👍
Its not my first time to pay a quick visit this web site,
i am browsing this website dailly and take fastidious facts from
here everyday.
It’s truly a great and useful piece of info. I’m
satisfied that you shared this helpful information with us.
Please stay us up to date like this. Thanks for sharing.
Greetings! Very useful advice in this particular post! It is the little
changes that produce the most significant changes.
Thanks a lot for sharing!
Touche. Sound arguments. Keep up the good spirit.