ସମୁଦ୍ର କାନ୍ଦୁଛି
ଯା’ କୋଳ ମଣ୍ଡନ କରେ ସମ୍ପଦ ଅଜସ୍ର
ହୁଏ ସନ୍ତୁଳିତ ପାଣିପାଗ, ଜଳଚକ୍ର
କେତେ ଇତିହାସ ଲେଖା ଯାହାର ବକ୍ଷରେ
ଭାବିଛେ କି..! ଦୁଃଖ ଥାଇପାରେ ତା’ ଗର୍ଭରେ ?
ଯାତାୟାତ, ବାଣିଜ୍ୟ ଯା’ ପୁରାଣେ ବର୍ଣ୍ଣିତ
ଇସାରାରେ ଅଙ୍ଗାରକ ଚକ୍ର ନିୟନ୍ତ୍ରିତ
ପାପ ବିମୋଚନ କରେ ବିଶାଳ ହୃଦୟ
ସେ କି ଇଚ୍ଛିପାରେ ଦୁଃଖ, କୁହ ସତେ ହାୟ ?
ଅଶ୍ରୁ ଲୁଣିଆ କୁ ପରା ଲୁଣିଆ ଶରୀର
ସବୁ ମିଶି ଲବଣାକ୍ତ ହୁଏ ପାରାବାର
ମନୁଷ୍ୟର କର୍ମଫଳ ସମୁଦ୍ର ଭୋଗଇ
ଅନିଚ୍ଛାର ସତ୍ତ୍ୱେ ମଧ୍ୟ ଦାଉ ସେ ସାଧଇ ।
ଧୀରେ ଧୀରେ ଗୁମୁରି କାନ୍ଦଇ ପ୍ରତିକ୍ଷଣ
ଦୁଃଖରେ ସମୁଦ୍ର ସତେ କରଇ ରୋଦନ ।
©®ଅନୁପମା ଦାସ
କେଉଁଝର