**ମାନବିକତା**
।।ଜାନକୀ ମହାନ୍ତ।।
ମୋ’ଲେଖନୀରୁ ମାନବିକତା ଝରୁ
ଶୁଦ୍ଧ ମନ୍ଦାକିନୀ ଧାରା,
ମୋ କ୍ରାନ୍ତି କଲମ କରୁ ଧରା ଧାମ
ପୂଣ୍ୟତୋୟା ବସୁନ୍ଧରା ।।
ମାନବିକ ଗୁଣ ହେଉ ଜାଗରଣ
ସତ୍ୟ ନ୍ୟାୟ ଶାନ୍ତି ମୈତ୍ରୀ,
କାମ କ୍ରୋଧ ହିଂସା ଅହଂ ସ୍ୱାର୍ଥ ଈର୍ଷ୍ୟା
ଦୂର ହୋଇ ସିଞ୍ଚୁ ପ୍ରୀତି ।।
ହିନ୍ଦୁ ମୁସଲିମ ଭାରତ’ ସନ୍ତାନ
ରଖି ଭାତୃତ୍ବ ଭାବନା,
ତାଲିବାନୀ ଭୟ ଆତଙ୍କରୁ ଦୂର
ବିଶ୍ୱ ବନ୍ଧୁତ୍ୱ ଚେତନା ।।
ଜାତୀୟ ସୈନିକ ଦେଶର ରକ୍ଷକ
ସୁଦୃଢ କରିବା ସେନା,
ଶ୍ରେଷ୍ଠ ନାଗରିକ ଭାବେ ଗଣତନ୍ତ୍ର
ସୁରକ୍ଷା କରିବା ସିନା !!
ନାରୀ ନିର୍ଯାତନା ଶିଶୁ ଭୃଣ ହତ୍ୟା
ନାରୀ ଧର୍ଷଣ ଶୋଷଣ,
ନାରୀଙ୍କୁ ଦେଇଣ ସ୍ୱାଧୀନ ସମ୍ମାନ
ଫେରାଇ ଅସ୍ମିତା ଭୂଷଣ ।।
ମାନବର ସେବା ମାଧବଙ୍କ ସେବା
କର୍ମରେ ଆମେ ଆଚରି,
ଦୁଃଖୀଙ୍କୁ ସାହାଯ୍ୟ ପିଲାଙ୍କୁ ସଂସ୍କାର
ପିତା ମାତା ସେବା କରି ।।
ମାନବୀୟ ଗୁଣ ମନେ ଜାଗରଣ
କରିବି ମୁଁ ଲେଖନୀରେ,
ଲେଖନୀର ମୁନ ଖଣ୍ଡା ଠାରୁ ତୀକ୍ଷ୍ଣ
ବିଜୟୀ ହେବି ମହୀରେ ।।
ଜାନକୀ ମହାନ୍ତ
ଲହୁଣୀପଡ଼ା, ସୁନ୍ଦରଗଡ଼
Thank you for sharing your thoughts. I truly appreciate your
efforts and I will be waiting for your next write
ups thanks once again.
Review my website tracfone coupon
Greetings! Very useful advice in this particular post! It is the little changes that will make the biggest changes. Thanks a lot for sharing!
Very good information. Lucky me I found your blog by chance (stumbleupon).I have book marked it for later!
I wanted to thank you for this great read!! I certainly enjoyed every bit of it.I have you saved as a favorite to look at new things youpost…
I am not sure where you are getting your info, but great topic.I needs to spend some time learning much moreor understanding more. Thanks for wonderful info I was looking for this information for my mission.
I blog frequently and I genuinely thank you for your content. Your article has truly peaked my interest. I am going to bookmark your blog and keep checking for new information about once a week. I subscribed to your Feed too.
Hi, yeah this paragraph is really good and I have learned lot of things from it concerning blogging.thanks.
What’s up, after reading this amazing post i am as well delightedto share my experience here with colleagues.
Good stuff. Thanks.fast custom essay how to write an argument essay ghost writing service