ଆହେ ଗଣନାଥ
ଜିତେନ୍ଦ୍ର ଗିରି
ଶତ ପ୍ରଣିପାତ ଆହେ ଗଣନାଥ
ଅଗ୍ରପୂଜ୍ୟ ତୁମ୍ଭେ ଗଣପତି
ବିଘ୍ନ ନାଶକ ହେ ସକଳ ସୃଷ୍ଟିର
ତବ ପାଦେ ରହୁ ଆମ୍ଭ ମତି।
ବକ୍ରତୁଣ୍ଡ ଆହେ ମଙ୍ଗଳମୁରତି
କୋଟି ସୂର୍ଯ୍ୟ ସମ ତୁମ୍ଭ ତେଜ
ତବ ଦରଶନେ ପୂର୍ଣ୍ଣତ କାମନା
ଜୟ ଜୟ ପ୍ରଭୁ ବିଘ୍ନରାଜ।
ଲମ୍ବୋଦର ଆହେ ସଦା ଲଡ଼ୁ ପ୍ରିୟ
ତୁମ୍ଭେ ଗୌରୀପୁତ୍ର ଗଜାନନ
ଅଭିଷ୍ଟ ପୁରକ ଆହେ ସିଦ୍ଧି ଦାତା
ମୂଷିକ ଯେ ତୁମ୍ଭ ବାହାନ।
ଏକଦନ୍ତ ତୁମ୍ଭେ ଭାରି ଦୟାବନ୍ତ
ପ୍ରଭୁ ତୁମ୍ଭ ସମ କେହି ନାହିଁ
ଆହେ ବଳବନ୍ତ ଅଷ୍ଟ ବିନାୟକ
ଦୁଖହର୍ତା ତୁମ୍ଭେ ଗୋସାଇଁ।
ବିଦ୍ୟାଦାତା ତୁମ୍ଭେ ଆହେ ବୁଦ୍ଧି ଦାତା
ତୁମ୍ଭରି ଦୟାରେ ଚଳେ କଲମ
କୃପାଦୃଷ୍ଟି ତୁମ୍ଭ ମୋ ଉପରେ ଥାଉ
ଗୁହାରି କରୁଛି ଏ ଅଧମ।
ଜିତେନ୍ଦ୍ର ଗିରି
730 total views, 1 views today