ଟିପେ ପୃଥିବୀ ର ମୋହ…
ଗାୟତ୍ରୀ ମିଶ୍ର
🌹🌹🌹🌹🌹🌹
ଟିପେ ପୃଥିବୀ ର ମୋହ ପରିପୃଷ୍ଟ
ଲେଖନୀ ର ସ୍ୟାହିଗାରେ,
ଟିପେ ପୃଥିବୀ ର ସୋହାଗେ ବିପ୍ଲବୀ
ସଚେତନ ସର୍ବେ କରେ l
ଟିପେ ପୃଥିବୀ ରେ ଲେଖା ହୁଏ ଚିତ୍ର
ଏନ୍ତୁଡ଼ି ର ଷଠୀ ଘରେ,
ଟିପେ ମାଟିଗାର ମାତା ଲେପେ ଧୀରେ
ଭୟାତୁର ଶିଶୁ ଶିରେ l
ଟିପେ ପୃଥିବୀ ର ତିଳକ ସଜାଇ
ବୀର ଚଳେ ଦର୍ପ ଭରେ,
ଟିପେ ମାଟି ପାଇଁ ଯୁଦ୍ଧ ର ହୁଙ୍କାର
ଇତିହାସ ପୃଷ୍ଠା ପରେ l
ଟିପେ ମାଟି ଧରି ପରଖି କୃଷକ
ଶସ୍ୟ ବପନ କରେ,
ତୁଳସୀ ଚଉରା ଟିପେ ମାଟି ଭକ୍ତ
ବୋଳେ ଆନନ୍ଦେ ମଥାରେ l
ଟିପେ ପୃଥିବୀ ର ବାସ୍ନା ଦିଏ ମୋହ
ଶେଷ ଯାତ୍ରା ମାଟିପରେ,
ମାଟି ରେ ପ୍ରାରମ୍ଭ ମାଟିରେ ବିଲୟ
ପ୍ରଣତି ମାଟି ପୟରେ
ଟିପେ ପୃଥିବୀ ର ମୋହ…
🌹🌹🌹🌹🌹🌹
ଗାୟତ୍ରୀ ମିଶ୍ର…