ଆଖିଏ ସପନ ଆଖିରେ ଆଖିଏ ସପନ ଦେଇଛ ଛୁଇଁ ଯାଏ ସେ ଗଗନ ଅସରନ୍ତି ଝିଲିମିଲି ତାରା ପରି ଝଲକାଇ ଦିଏ ମନ। ତୁମରି ସୃଷ୍ଟିର ପଟାନ୍ତର ନାହିଁ ଶୋଭାରେ ସେ ଭରପୁର ସଜଫୁଟା ଫୁଲ ସୁବାସିତ ବାସ୍ନା ସପନେ କରେ ବିଭୋର। ମଞ୍ଜିଟିଏ ଯେବେ ଚାରାଟିଏ ହୋଇ ଧିରେ ବଢ଼ି ବୃକ୍ଷ ହୁଏ ଫୁଲ ଫଳେ
Read More
61 total views
କବିତା କବିର କଳ୍ପନା ମନର ଭାବନା ଅନ୍ତ ସଲୀଳାର ଧାରା ସୁକୁମାର ଭାବ ମନର ଉଦବେଗ ପ୍ରାଣ ମନ୍ଦାକିନୀ ପରା। ପ୍ରୀତିମୟ ଭାବ ଗୀତିମୟ ସ୍ବର ଚେତନାର ଚୌହଦୀରେ ଉଦବେଳିତ ପ୍ରବାହିତ ଗୀତିକା ଭାବନାର ପ୍ରାଚୁର୍ଯ୍ୟରେ। କଳ କଲ୍ଲୋଳିନୀ ହେ ମଧୁଭାଷିନୀ ଶାଶ୍ବତ ପ୍ରେମର ଗାଥା କଳ୍ପନାର ଇନ୍ଦ୍ରଜାଲେ ଛନ୍ଦାୟିତ କବିର ମନର ବ୍ଯଥା। ମାଧୁର୍ଯ୍ୟ ମହକେ
Read More
57 total views
ସନ୍ଦେଶ ସଂଜୀବନୀ ଜୀବନ ଯୁଦ୍ଧ ନିଜର ଜୀବନ ଯୁଦ୍ଧ ହିଁ ତ ନିଜେ ନିଶ୍ଚେ ଲଢିବାର ଶକ୍ତି ମନୁଷ୍ୟ ତଥାପି ଇଚ୍ଛାକୁ ମାରେନା ଇଚ୍ଛା ବି ଦିଏନା ଶାନ୍ତି । *ଇଚ୍ଛାର ପୂର୍ତ୍ତି* ଇଚ୍ଛାର ପୂରଣ ନହେଲେ ମନରେ ବଢଇ କ୍ରୋଧଟି ପରା ଇଚ୍ଛାର ପୂର୍ତ୍ତିରେ ଲୋଭ ଅତିଶୟ ଜୀବନ ଯାପନ ଧାରା। *ଜରୁରତ୍* ଜୀବନ ସଂଗ୍ରାମେ
Read More
46 total views
ଫଗୁଣ ଫଗୁଣ ଫେଇଛି ପ୍ରୀତି ର ପସରା ବସନ୍ତ ର ପ୍ରତ୍ୟୁଷ ରେ, ମଳୟ ବଳୟେ ଅମିୟ ପ୍ରବାହ ସୃଷ୍ଟି ଆଉ ସମଷ୍ଟିରେ. ଲାଲୀମା ମଞ୍ଜୁଳ ଲାବଣ୍ୟ ଲାଳିତ୍ୟ ଶିମୁଳି ର ପରିପାଖ, ଲୋଭା ବନ ତୋଟା ସୁଦୃଶ୍ୟ ବିପଠା ପଳାଶ ଅଙ୍ଗେ ପାବକ. ରମଣୀୟ କାନ୍ତି ନବ ପଲ୍ଲଵନେ ବିମୁଗ୍ଧା ବିଭୋରା ଧରା, ମେଘାମ୍ବରୀ ପାଟେ
Read More
43 total views
ଚିଠିଟିଏ ଶୁଭ ସକାଳରେ ଶୁଭ ସକାଳରେ ଲେଖୁଛି ଏ ପତ୍ର ଶୁଣିମା ହେଉ ସାଆନ୍ତେ ଚାହୁଁଚି ଯୁଆଡେ ଜଞ୍ଜାଳ ସର୍ବତ୍ର ତୁମେ ରକ୍ଷାକର୍ତ୍ତା ଏଥେ ହେଇ ପାରିଵିନି ଦାସିଆ ବାଉରୀ ହେବିନି ବି ଜ୍ଞାନୀ ଅର୍ଜୁନ ଭାବୁଛି ତୁମକୁ ସକାଳରେ ଖାଲି ଦିଅ ସଂସାରର ଜ୍ଞାନ ଜ୍ଞାନ କୌଶଳର ତୁମଠୁ କୁଶଳୀ ଆଉ କିଏ
Read More
34 total views
ମଶାଣି ଗାଁ ମୁଣ୍ଡରେ ମୋ ଉପେକ୍ଷିତ ଅଗଣା ମଣିଷର ଶେଷ ଯାତ୍ରା ମୋ ଠିକଣା ଲୋକେ ଭୟ କରନ୍ତି ମୋ ସ୍ୱରୂପ ଦେଖି ଆଉ ଖାଁ ଖାଁ ଲାଗି ମାଡ଼ିପଡ଼େ ମୋ ଅଗଣା ….. ପିଲାଠୁ ବୁଢାବୁଢୀ ଯାଏଁ ସମସ୍ତେ ଆସନ୍ତି ଆଉ ସୋଇଥାନ୍ତି ନୀରବ ଚିତ୍ତରେ ବନ୍ଧୁ ପରିଜନ ସଜଡ଼ାନ୍ତି କୋକେଇ ଆଉ କେଇ
Read More
62 total views
ବିଦାୟ ଲଗନେ ବାଛି ନେଲୁ ତୋର ସୁଖର ସଂସାର ଜୀବନସାଥୀ ଟି ପାଇଲୁ ବୋଲି, ବନ୍ଧୁ ପରିଜନ କରି ବରଜନ ପରେ ବରି ଦୂରେ ଯାଉଛୁ ଚାଲି। ଜନ୍ମ କଲା ମାଆ ରହିଲା କି ନାଆଁ ଝିଅ ଥିଲୁ ଏବେ ହୋଇବୁ ବୋହୁ, ପର ଘର ତୋର ହେବ ଆପଣାର ପିତ୍ରାଳୟ ଦୂରେ ଚଳିବୁ
Read More
43 total views
ବିଧାତା ବିଧାନ ବିଧାତା ବିଧାନ କେ କରିବ ଆନ ବିଧିରେ କଦାପି ନ ରହେ ବାଧା, ସୃଷ୍ଟିର ନିୟମ ନୋହେ ବ୍ୟତିକ୍ରମ ପ୍ରକୃତି ପାଳନେ ଥାଏକି ଦ୍ୱିଧା? ସୂର୍ଯ୍ୟ କର ଦେଖ ପ୍ରକାଶେ ଆଲୋକ ସକଳ ଶକ୍ତିର ମୂଳ ଆଧାର, ଜ୍ୟୋତ୍ସ୍ନାସ୍ନାତ ରାତ୍ରୀ ପୁଲକେ ଧରିତ୍ରୀ କୂଳ ଲଙ୍ଘନ କି କରେ ସାଗର? ଜୀବ ଜୀବ-କ୍ରିୟା
Read More
41 total views, 1 views today
ରକ୍ତ ଦିଅ ମୋତେ ରକ୍ତଦିଅ ମୋତେ ଆହେଦେଶ ଭକ୍ତେ ମୁକ୍ତି ଚାହଁ ଯେବେ ଜନନୀ ପାଇଁ, ଶକ୍ତି କିବା ତବ ରହିଛି ଅଭାବ ନୀରବେ କିପାଇଁ ରହିଛ ଚାହିଁ। ଦରିଆ ସେପାରି ଫିରିଙ୍ଗି ବେପାରୀ କୁଟ ପଣେ ଲୁଟି ନେଲେଣି ଦେଶ, କରେ ଅତ୍ୟାଚାର ଅନୀତି ଆଚାର ଭ୍ରଷ୍ଟ ପଣେ ନଷ୍ଟ କରି ବିଶେଷ,
Read More
41 total views
ଆସ ମହାଲକ୍ଷ୍ମୀ ମୋଶୂନ୍ୟ ଦେଉଳେ ଆସ ମହା ଲକ୍ଷ୍ମୀ ଡାକେ ନିରିମାଖି ବିଜେକର ମୋର ଶୂନ୍ୟ ମନ୍ଦିରେ, ପୁଣ୍ୟେ ଦିଅ ଭରି ଦୁଃଖ ନିଅ ହାରି ଧନ୍ୟ ହେବି
Read More
36 total views
ଜନ୍ମଭୂମି ଜନ୍ମଭୂମି ମୋର ଅତି ଆପଣାର ସାକ୍ଷାତ ସିଏ ମୋ ମାଆଟି ପରି, ଦେଇଛି ଜନମ ଗଢ଼ିଛି ଜୀବନ କଢ଼ାଇଛି ବାଟ ହାତକୁ ଧରି। ତା’ ଦେହ ପବନ ମୋ ହୃଦ ସ୍ପନ୍ଦନ ଦାନା ପାଣି ପାଇ ଯାଏ ମୁଁ ବଢ଼ି, ସୁନ୍ଦର ପ୍ରକୃତି ଦେଇଛି ସ୍ବୀକୃତି ସତ୍ୟ ପାଇଁ ମର୍ତ୍ତେ ଯିବାକୁ ଲଢ଼ି, ପାଇଛି
Read More
39 total views
ମହକୁ ମହକ ରାଶି କବିତା ଦେହରୁ କବିତା କୁସୁମ ଫୁଟି ଉଠୁ ତୁମ ସାହିତ୍ୟ ଉଦ୍ୟାନେ ସୁଷମା ଧରି, ଜାଗି ଉଠ କବି କାବ୍ୟରେ ପୃଥିବୀ ପୂରି ଉଠୁ ଦିଅ ମହକ ଭରି! ରାଶି ରାଶି କାବ୍ୟ ଭବ ଜୀବ ଭାବ ରସ ମହକରେ ମହକୁ ଧରା, ଦିଅ ଦିବ୍ୟ ଜ୍ଞାନ ନିଖିଳ ଜୀବନ ମସୀମୁଖେ
Read More
39 total views
ଶିକ୍ଷାରୁ ଦୀକ୍ଷା ମାତୃ ଗର୍ଭୁ ରକ୍ତ, କରେ ଅନୁରକ୍ତ ମାତା ଗର୍ଭେ ଶିଶୁ ଆରମ୍ଭେ ଶିକ୍ଷା, ମାଆ ଶିକ୍ଷା ତା’ର ସ୍ନେହ ମମତାର ସେବା ସମର୍ପଣ ଶ୍ରଦ୍ଧା ତିତିକ୍ଷା । ଗୁରୁ ଗୁରୁଜନ ବନ୍ଧୁ ପରିଜନ ପରିବେଶ ଭାବ ପ୍ରଭାବେ ତା’ର, ଜୀବନରେ ଶିକ୍ଷା କରେ ପୁଣି ଦୀକ୍ଷା ଗତି ବୃତ୍ତି ଶକ୍ତି ସଂସ୍କୃତି ସାର,
Read More
38 total views, 1 views today
ତୁମକୁ ପାରୁନି ଭୁଲି ଭୁଲ୍ ଗଲେ କରି ଭାବ ଅପସରି ମମତା ମହଲ ଯାଏ ଦୋହଲି, ମଧୁର ଭାବରେ ସାଧୁ ସ୍ୱଭାବରେ ଜଣକୁ ଜଣେ କି ପାରିବ ଭୁଲି? ଶତ୍ରୁ ମିତ୍ର କେହି କାହାର ତ ନାହିଁ ଏକ ପରିବାର ସଂସାର ଏହି, ବ୍ୟବହାର ଘେନି ଶତ୍ରୁ ମିତ୍ର ବେନି ସୃଷ୍ଟି ହୁଏ ନର
Read More
33 total views
ସାଇତି ରଖିଛି ତୁମରି ସ୍ମୃତି ସମ୍ପର୍କର ଡୋରି ଗଲ ଛିନ୍ନ କରି ଅଧାବାଟେ ପ୍ରାଣ ଯାଏ ଅଟକି, ପ୍ରତିଶ୍ରୁତି ଦେଲ ପ୍ରତାରିତ କଲ ରଖିଛି ସାଇତି ତୁମରି ସ୍ମୃତି। ନଥିଲି ମୁଁ ଲୋଡ଼ି ଧନ କୋଠା ଗାଡ଼ି ଚାହିଁ ଥିଲି ଶୁଦ୍ଧ ସୁମନ ଟିଏ, ଦେଖେ ବିପରୀତ ହୁଏ ପ୍ରତାରିତ ଶାଶ୍ୱତ ପ୍ରେମ କି
Read More
36 total views
ସାଧାରଣତନ୍ତ୍ର ଦିବସ କୋଟି ଜନରୋଳ ହେଲା ଅସମ୍ଭାଳ ଫେରିଗଲା ଡରି ଫିରିଙ୍ଗି ଜାତି, ଉଣେଇଶ ସତ ଚାଳିଶି ଅଗଷ୍ଟ ପନ୍ଦର ଦିବସେ ଦେଲା ମୁକତି। ବରଷେ ଆଗରୁ ଛଇଆଳଶିରୁ ପଡ଼ିଲା ଭାଳେଣି ଶାସନ ପାଇଁ, ସଭାରେ ବାଛିଲେ ଗଣତନ୍ତ୍ର ଭଲେ ଦେଶର ମଙ୍ଗଳ କାମନା ନେଇ, ସଭା ଗଢ଼ି ଦେଲେ ସଭାପତି କଲେ ଆମ୍ବେଦକରଙ୍କୁ କଲେ
Read More
33 total views
ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି ଏଇଠି ଜନମ ଏଇଠି ମରଣ ଇଏ ଜନ୍ମଦାତ୍ରୀ ଜନନୀ ମୋର, ମୋଜୀବ ଜୀବନ ମୋହୃଦ ଚନ୍ଦନ ଏ ମାଟି ମୋ ପାଇଁ ସରଗ ପୁର! ଏ ମାଟିରୁ ଦାନା ସର୍ବ ସମ୍ଭାବନା ଦିଏ ସଞ୍ଜୀବନ ପାଣି ପବନ, ଏ ମାଟିରେ ବାସ
Read More
51 total views
କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ କର୍ମ ପାଇଁ ନର ଆସଇ ସଂସାର କରି ଚାଲେ ତା’ର ଜୀବନ ସାରା, ପରିବାର ଗଢ଼େ ସମାଜରେ ବଢ଼େ ତା’ବିନା କେ ଆଉ ଦେବ ଆଶରା! ସବୁରି ନିମନ୍ତେ କର୍ମ କରି ସତେ ସକଳ ଆଶାରେ ପାଏ ଆଲୋକ, ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ ଏକାଠି ଚଳନ୍ତି ଏଠି ଅନେକ,
Read More
41 total views
ସବୁ କିଛି ଭୁଲ୍ ହୋଇଗଲା ସବୁ କିଛି ଭୁଲ୍ ହୋଇଗଲା ବୋଲି କହି ରଖୁଛି ମୁଁ ତୁମକୁ ଏବେ, ଜାଣିବା ଆଗରୁ ଚାହିଁ ଦେଇ ଦୂରୁ ଭୁଲ୍ ବୁଝିଥିଲି ମିଥ୍ୟା ଆବେଗେ। ରୂପରଙ୍ଗ ଶୋଭା ଦେଖି ମନ ଲୋଭା ଟାଣି ହୋଇ ଗଲି ତୁମରି ପାଶ, ଭାବ ଭଙ୍ଗି ତୁମ ଜାଣିଲି ଉତ୍ତମ କାମନା ତୁମରି
Read More
45 total views
ହିସାବ ନିକାଶ କର୍ମ କରିବାର ଅଛି ଅଧିକାର ସଂସାରେ ଜନମ ଲଭିଛ ଯେବେ, ହିସାବ ନିକାଶ ହୋଇବ ଅବଶ୍ୟ ବିନା ହିସାବେ କେ ରଖିବ ଭବେ! ହିସାବ ନିକାଶ ନ ହେବାରୁ ଶେଷ ଆସ ବରାବର କରିବା ପାଇଁ, କର୍ମ ଫଳ ଭୋଗ କରିବ ଏ ଠାବ ଶେଷ ନହେଲେ କି ଛାଡ଼ିବ ସେହି? ସଞ୍ଚିଥିବା
Read More
44 total views