ତୁମେ ଆଉ ମୁଁ–ସୁମିତ୍ରା ନାୟକ

**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ
**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ
ପଲ୍ଲୀବାଳ ପ୍ରଶ୍ୱାସେ ମୋ ପ୍ରଶମିତା,ପଲ୍ଲୀପ୍ରସ୍ଫୁଟିତା ପଲ୍ଲୀବାଳା ଶ୍ରେଷ୍ଠା ପ୍ରୀତି-ପ୍ରଦାତ୍ରୀ ପ୍ରେମାଳାପ-ପ୍ରିୟା! ପାହାନ୍ତି ପ୍ରହରର, ପ୍ରେଷ୍ଠା ତୁମଲାଗି ସଖୀ ପ୍ରକୃତି ପ୍ରସବେ, ମେଳା ଫଗୁଣର ଫଗୁଉଡା କଞ୍ଜପୁଷ୍ପ, କହ୍ଲାର-କମଳ-କୁମୁଦ,ସଜାନ୍ତି ତୁମ ଜୁଡ଼ା ।। କର୍ଣ୍ଣେ ଶୋହେ କର୍ଣ୍ଣଦୋଳ ସ୍ୱତନ୍ତ୍ର ସମ୍ଭାରେ,ପାଦ ଲାକ୍ଷାରସ ମନ,ମାନ ଅଙ୍ଗନ ଅନୁରଞ୍ଜନ କରେ ତୁମ କଟି ଦେଶ ମୁଖ ପଦ୍ମାନନେ ଶୈତ୍ୟପ୍ରଦା, ମନଲାଖି ପତ୍ରଛବି ଅଙ୍କା
❤️❤️ ” ମଦାଳସି ପ୍ରିୟେ.. ” ❤️❤️ ( ପ୍ରତ୍ୟେକ ପଙ୍କ୍ତି ର ଆଦ୍ୟ-ଶବ୍ଦ ‘ମ’ ଯୁକ୍ତ ) ମିଠା-ମିଠା ଲାଗେ,ଶୀତଋତୁରେ ଯେ,ତୁମ ପ୍ରୀତି-ଅଭିଷେକ, ମଧୁରତା ଭରା, ତୁମ ଉଆସରେ , ସାଜିଛି ମୁଁ ଆଗନ୍ତୁକ। ମହୁଆ ମନଟା, କାହିଁ ମତୁଆଲା, ତୁମରି ଆଦର ପାଇଁ, ମଦନ ଶରରେ, କ୍ଷତାକ୍ତ-ଶରୀର, ତୁମେ କି’ବା ବୁଝ ନାହିଁ !!! ମଦାଳସି
ସେଇ ଶୂନ୍ୟ ରାସ୍ତା ********************* ଅତୀତର ସେଇ ଶୂନ୍ୟ ରାସ୍ତାରେ ଦେଖା ହୋଇ ଥିଲୁ ତୁ କେତେ ସ୍ବପ୍ନ ତୋତେ ଗଢ଼ି ଦେଇଥିଲି ନିଜ ହାତରେ ମୁଁ, ସେଇ ସ୍ବପ୍ନ ସବୁ ଭାଙ୍ଗି ଚାଲି ଗଲୁ ନିଜ ହାତରେ ତୁ ଭଙ୍ଗା ସ୍ବପ୍ନ ସବୁ ସାଇତି ରଖିଛି ସେ ଅତୀତରେ ମୁଁ।। କେତେ ପ୍ରତିଶ୍ରୁତି ଦେଇଥିଲୁ ମୋତେ ହାତ
ମନ ଲଳନା ସେ’ ମଞ୍ଜୁକେଶୀ ମେଘବର୍ଣ୍ଣା ମନୁଆ ମନୋଜ’ ମନ-ଲଳନା ମର୍ତ୍ତ୍ୟାଲୋକେ,”ମନସ୍ୱିନୀ” ଗିରି ମଞ୍ଜୁସାରୁ ହୋଇଛି ଉତ୍ପନା ଝିଅ ସେ ରୂପା ନଗରୀର ଆଶୀର୍ବାଦିତା ମେପଲର ତୋଡା ତା’ ଇଙ୍ଗିତରେ ବନ୍ଦହୁଏ ଏଠି, ପୌଷ ମାସର ପତ୍ରଝଡା।। ମାଗିପାରେ ସୁ-ମଘ,ମାଘ ମାସ ଆକାଶରେ ଭସା ମେଘକୁ ଇର୍ଷାରେ ଖତେଇ ହେଉଛି, ଜହ୍ନ ଅପେକ୍ଷାରେ ଥିବା କଇଁକୁ ଲକ୍ଷେ ହେନା
ଜୀବନ ମାନିନୀ କେହିଜଣେ ଜୀଵନ ମାନିନୀ,ଆସେ ମୋ’ ହା-ହୁତାଶ ବେଳାରେ ଯାଚିବାକୁ ମୁଠାଏ ଉଷୁମ ପ୍ରେମ, ପ୍ରୀତି-ଵୋଳା ସୋହାଗରେ ଶିଖାଏ ପ୍ରୀତିମନ୍ତ୍ରେ, କ୍ରୁଶବିଦ୍ଧ ହେବାକୁ ଛାତିରେ ତାହାର ଏବେଳେ ଦେହ ଦେଉଳୁ ଛୁଟେ ପ୍ରଣୟ ପ୍ରଣବ ଓଁ କାର ।। ପ୍ରୀତିମୟ ବେଳ, ପ୍ରେମ ପାର୍ବଣରେ ପ୍ରୀତିସିକ୍ତ ହେବା ପରେ ନାଚନ୍ତି ମୋ’ ପ୍ରତିଟି ରକ୍ତକଣା, ତା’ ପ୍ରତିଟି
ଯୌବନ ଜାନ୍ ଜାଉ ଶୋଇଥାଏ ଯେବେ,ନିଦ ମାଉସୀର ଘନନୀଳ ଜରାୟୁରେ କେହି ଆସେ ବାଟ ଭୁଲି,ପାହାନ୍ତି ତିନିଟା ପଇଁଚାଳିଶରେ ପ୍ରୀତି ବାଢେ ତା’ର ପଦ୍ମମୁଖ, ବିମ୍ବ ଉଠ ତଳ କଳାଯାଇ ମୋ ରୁକ୍ଷ ଫଣ୍ଡରୁ ଜନ୍ମେ ଉତ୍କଣ୍ଠାରେ ଭର୍ତ୍ତି, ଚିରସ୍ରୋତା ନଈ।। ମୁଁ ଅଜଣା ରାଇଜର ସବୁ ଅସୁନ୍ଦର ପଣର ସାରାଂଶ ଡହଡହ ବାଲି, ଆୟୁଷ ହଜା ମୁଠାଏ
ସେରେନା ଏବେ ତୁମକୁ ହିଁ ଭାବୁଥିଲି ମୁଖେ ସ୍ମିତହସ ବାଢି ପିଲିସଜ ଫୁଲ ଝାଉଁଳି , ପଡୁଥିଲା ଯେବେ ଝଡି ତୁମେ କିମ୍ପା ମନେପଡ ନିଦ୍ରାବତ ଅସୁସ୍ଥ ବେଳାରେ ଚରିତ୍ର ଟେ ସାଜ ପୁଣି ମୋ ଆଲୁରୁ ବାଲୁରୁ ଗପରେ।। ତୁମେ’ତ କହିଥିଲ, କଇଁ ଯେବେ ଜହ୍ନକୁ ଖୋଜୁଥିବ ଗାଁ କାଂଶବାଂଶ ପଠା କାଶ ଫୁଲ ସମ୍ଭାରେ ଭର୍ତ୍ତି
ଅନ୍ୱେଷଣ- ଖୋଜି ଖୋଜି ତାକୁ ଆକୁଳେ ଅଧିର ହୁଅଇ ମନ କେତେ ଦିବା ଯାମିନୀ କଟିଲାଣି କରି, ଅନ୍ୱେଷଣ ଜ୍ୟୋତ୍ସ୍ନାରାତ୍ରେ, ପାହାନ୍ତି ପ୍ରହରରେ, ସବୁବେଳେ ମୋତେ ଯାଚି ଦିଅଇ ଦେହ ଢ଼ିହର ପ୍ରୀତି ଫସଲ ଯେତେ ।। ରୂପେ ଅପରୂପା ସେ , ମୋ ଭବିଷ୍ୟତ କୁଟୀର ରାଣୀ ସ୍ୱପ୍ନରେ ଆସେ, ଶୁଣାଇବାକୁ ଖଟା ମିଠା କାହାଣୀ ମନ
ସନେଟ -ପ୍ରେମ ହୃଦ ପ୍ରେମ ସରେ / ପ୍ରେମ ତାମରସ /ପୂର୍ଣ୍ଣ ପୀରତି ରସେ ଢାଳି ଅହରହ /ପ୍ରୀତିର ଫଲଗୁ /ମହମହ ମଧୁ ବାସେ । ପ୍ରେମ ମଧୁବନେ / ହରିତ ବନାନୀ /ଚୀର ସବୁଜିମା ଦିଶେ କାବ୍ୟ ଉପବନେ /କିରତୀ ମଣ୍ଡିତା /ଝଟକେ ଝଲସେ ହସେ । ମନ ମନ୍ଦିରରେ /ପ୍ରୀତି ଆରାଧନା /ସପନ
ସନେଟ – ସପନର ନୀଳ ପରୀ ନିର୍ଜନ ନିଶୀଥ ସମୟ ପରେ ପ୍ରୀତିର ପିଆଲା ଧରି ବିଜନେ ଆସଇ ଚିର ଚାରୁମୟୀ ପ୍ରୀତି ପୁଷ୍ପକୁ ବରି । ଥିରି ଥିରି ଆସି ଅଙ୍କେ ଯାଏ ବସି ଗାଏ ସେ ମିଳନ ଗୀତ ଗୀତ ଗାଇ ଗାଇ ରୋମାଞ୍ଚିତ ତନୁ ପ୍ରେମ ଭରେ ଅପ୍ରମିତ । ନୀରବ
ସନେଟ୍ – ବିରହିଣୀ ରାଧିକା ନିର୍ଜନ ନିଶୀଥେ କୁଞ୍ଜ ଉପବନେ ପ୍ରେମିକ ଶ୍ୟାମଘନ ହୃଦ ଚିତ୍ରପଟ୍ଟେ କାନ୍ତ ମୋ ଶ୍ରୀକୃଷ୍ଣ କହ୍ନେଇ ଚକାଜହ୍ନ । ବିଜନ ବେଳାରେ ବିରହିଣୀ ସାଜି ସ୍ମରେ ସେହି ମୁହୂର୍ତ୍ତ ମନେପଡେ ସେ ପ୍ରୀତି ଭରା ରାତି କିଛି ପ୍ରତିଶ୍ରୁତି ସର୍ତ୍ତ । ପିପାସୀ-ଚାତକୀ ଚିତ୍ତ ମୋ ନିତି ଲୋଡ଼େ ତୁମ
ସନେଟ୍ – ମା’ ଚିର ପୂଜନୀୟା ମମତାମୟୀ ହୃଦେ କର ଅବସ୍ଥାନ, ସର୍ବସଂହା ତୁମେ ଧରିତ୍ରୀ ସମ ଅନ୍ତରୁ ତୁମକୁ ମାନ । ଗଗନ ଭେଦି ଦିଗବଳୟ ଛୁଏଁ ମମତା ବାରି ଧାରା, ବକ୍ଷ ଚିରି ଦେଇ ଅମୃତ ଝରାଏ ମା’ ଆମ ସିଏ ପରା । ବନ୍ଦନୀୟା ସେ ସାରା ବିଶ୍ୱେ ପ୍ରତି ସନ୍ତାନ
ସନେଟ୍ – ଜୀବନ ମରୁ ମରୀଚିକା /ଏ ଜୀବନ ପଥ /ସଂଘର୍ଷର ଯୁଦ୍ଧଭୂମି ସମୁଦ୍ର କୂଳରେ /ବାଲିଘର ଟିଏ /ଢ଼େଉକୁ ନ ପାରେ ଦମି । ଭୟ ବିଭୀଷିକା /ଜୀବନ ଜୀଇଁବା /କରିଦିଏ କ୍ଲାନ୍ତ, ଶ୍ରାନ୍ତ ମୋହ, ମାୟା, ପ୍ରେମେ /ଜର୍ଜରିତ ତନୁ /ଯନ୍ତ୍ରଣା ଜ୍ୱାଳାରେ ହତ । ଅକାତ ପାଣିରେ /ଆହୁଲା ଧରି ମୁଁ
ସନେଟ୍ – କବିତା କବିତା ଗୋ ତୁମେ /ନୀରବ ରାତିରେ / ଜହ୍ନ ରୂପେ ଦେଖା ଦିଅ କବି ଭାବନାରେ / କବି କଳ୍ପନାରେ / ଶବ୍ଦ ପରିଚିତି ଆଙ୍କ ଅଳସୀ ଆଖିରେ / ନିଦ ଭରିଦେଇ / ସପନ ଦେଶରେ ହଜ ପଶ୍ଚିମ ଆକାଶେ / ଲାଲ୍ ରଙ୍ଗ ଭରି / ବିରହୀ କବିଟେ ସାଜ
#ବାଳିକା ବଧୂ ସନେଟ୍_୬ ************************************** ବାଲ୍ୟପ୍ରେମର ବୋହୂଚୋରୀ ଖେଳ ବାଲିଘର ମୁକସାଖି ମିଛି ମିଛିକା ସେ ବରକନିଆର ହାତ ସଙ୍ଗେ ହାତ ରଖି l ଶୂନ୍ୟ ଜବାଧାରେ ଶ୍ରଦ୍ଧା ସୁମନରେ ରକ୍ତିମ ସିନ୍ଦୂର ବିନ୍ଦୁ ହୃଦୟ ବଦଳେ ହୃଦୟ ଦେଇ ତୁ ସାଜିଲୁ ବାଳିକା ବଧୂ l କୋମଳ ଅଳସ ପାଦରେ ଅଳତା ମୁଖେ ଚନ୍ଦନର ଟୋପା ସୁଗନ୍ଧରେ
#ପ୍ରଭାତ ଗୀତି_ ସନେଟ୍_୭ ************************************ ନବୋଦିତ ରବି ଚାରୁଚିତ୍ର ଛବି ପ୍ରାଚୀମୁଳୁ ମୁଦେ ହସି ସ୍ନିଗ୍ଧ କନକ କିରଣ ବିସ୍ତାରି ଚଉଦିଗେ ଉଠେ ଭାସି l ନବ ପଲ୍ଲବେ ତୃଣତଳପରେ ସୁରମ୍ୟ ଅବନୀ ଆହା ଶୈଳ ଶିଖରେ ପ୍ରଜ୍ବଳ ମିହିର ନିତ୍ୟ ପ୍ରକାଶୀ ଯାହା l ଉତ୍ତାଙ୍ଗ ଉଚ୍ଚାଟ ବିହଗ ପ୍ରଫୁଲ୍ଲେ ଅତଳେ ଧୂସର ମାଟି ସରସେ ସରସୀ
#ଚଷାଭାଇ (ସନେଟ୍_୧୩) ******************************** ବଳଦର ବଳଥାଇ ଚଷାଭାଇ ବୁଣିଛି ବିହନ କିଆରୀ କିଆରୀ ଚାରା ଚାହିଁଅଛି ବର୍ଷାର ବୁନ୍ଦାକୁ ବତୁରା ମାଟି ବାସ୍ନାରେ ବତୁରୁଛି ଆଶାର କିରଣ ଚାଷବାସ ଏକା ଯୋ’ଠି ଯୋଗାଡ଼ିଛି ଚୁଲିର ଜାଳକୁ l ବାରମାସୀ ମଣିଷ ତା’ ଖାତିର କି?ଝାଞ୍ଜି ବା ବତାସ ସଞ୍ଜବୁଡ଼ା ବେଳ ଯା’ର ନିତିକାର ବାସ ଲେଉଟାଣି ନଡ଼ା ଛପରରେ
#ଆଜି କାଲି (ସନେଟ୍_୧୪) ************************************* ଆଜିର ଦିନକୁ ଦିଅଟିକେ ରୋକି ରାତିଟେ ନଆସୁ ଚାଲି ଗତ ଆଗତର ବେଳକୁ ନିକାଶୀ ହସିବ ଆସନ୍ତା କାଲି l ଜହ୍ନ ଆଣିଦେବ ବଉଦ କଜ୍ୱଳ ତାରା ନେବ ହାତ ଠାରି ଦୁନିଆ କି ଦେବ ଦୁଇ ନାଁ ଧରି ସଅଳ ଆସିଲେ ଫେରି?? ଆଜିର ଦିନକୁ ଦିଅଟିକେ ମାଗି କାଲିକି ନଯାଉ
#ରେ_କାଠୁରିଆ (ସନେଟ୍_୧୫) *************************************** କୌ କୁରାଢ଼ୀର,କୌ ଧାରେ କୌ ତରୁ ତତ୍-କ୍ଷଣେ ତରେ ତତେ ଏକା ଜଣା,ରେ କାଠହଣା..!ମତେ କି ବୋଲିବୁ ଥରେ? କୌ କସି ଫୁଲ୍ କୌଠି କା ତୁଲ୍?କୌ ଡାଳେ ଯାଇ ଫଳେ ଯୌଠି ଅସରା ନୌ ଶାଖାସାରା ଦୌ ବି ଦି’ଚୋଟ୍ ଫାଳେ ! ଓଃ..କି ଆତୁର ଚିତ୍କାର୍ ତା’ର କୌ ଶୁଣା କାନେ