ବୁଝିଯା ରେ ମନ……
—————————-
✍️ସଞ୍ଜିତା ପ୍ରଧାନ ( ଶିକ୍ଷୟିତ୍ରୀ )

ବହୁଛି ଉତ୍ତରା ବାଆ
ମଙ୍ଗ ସଲଖି କି ଧରିଥା ରେ ମନ
ଜୀବନ ପୁରୁଣା ନାଆ ।

ଅଧିର ହେଉଛୁ ତୁହି
ଦୁଃଖରେ କାହିଁକି ଲୁହ ଝରାଉଛୁ
ନାଆ ରଖି ମଝି ନଈ ।

ଦୁଃଖ ଢେଉରେ ଡରୁଛୁ
ତାହା ଦିନେ ଟଳି ଯିବ ଧୀରେ ଧୀରେ
କାହିଁକି ବେଶି ଭାବୁଛୁ ।

ଚିତ୍ତ ରଖିକି ଲକ୍ଷରେ
ଜୀବନ ନାଆ କୁ ବଢ଼ିବାକୁ ଦିଅ
ସର୍ବସ୍ୱ ପ୍ରାପ୍ତ ଶେଷରେ ।

ଦିଗହରା ହେଇଯିବ
ଉତ୍ତରା ବାଆ ତୋର ସାହସ ଆଗେ
ଜୀବନ ତୋ ମହକି ଯିବ ।

ମଳୟ ବହିବ ଧୀରେ
ଖୁସି ଋତୁ ତତେ ଛୁଇଁ ହସୁଥିବ
ନାଚିଯିବୁ ଆନନ୍ଦରେ ।

* ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ ,ଲେଫ୍ରିପଡ଼ା,
ସୁନ୍ଦରଗଡ଼

 79 total views,  2 views today

Leave a Reply

Your email address will not be published. Required fields are marked *