ବୁଢ଼ୀ…
ପୁଷ ମାସର ସକାଳ
ଆଖିରୁ ଲେଞ୍ଜେରା ବାହାରୁଥିବ
ଗାଢ଼ ଲେଞ୍ଜେରା ବୁଢ଼ୀ ମା’ ଟିର
ଧୋଇଧାଇ ନାଲି ଚା’ ବସେଇବ
ପତର ଜାଳି ବାରି ଚୁଲିରେ
ପୁଅ ପାଇଁ …
ଅଧ ଗିଲାସେ ନାଲି ଚା’ କୁ ମୁଢ଼ି ..ବାସ୍
ବ୍ରେକଫାଷ୍ଟ କରି ପୁଅ ଯିବ କାମକୁ
ଖାଲି ପୁଅ ନୁହେଁ
ବ୍ରେକଫାଷ୍ଟ ଚଳେ
ନାତିଆ ବୋହୁ ଆଉ ତା’ର ବି
ପୁଅ ସ୍କୁଲ ପଡିଛି ଏଇଥିରେ
ନାତିଆ ବି ଚାଲିଛି ଏଇମିତି
ବୋହୁଟା ହୁଏ ତ
ଆଉ କୋଉ ପାଇଟି ରେ ବା
ଡେରିରେ ଶୋଇ ଉଠିନଥିବ କି
ଜର ଫର କି କ’ଣ ହେଇଥିବ
କାହିଁ ଦେଖା ଯାଉନି ତ ଏଯାଏଁ
ଏଇମିତି ଆରମ୍ଭ ହୁଏ
ନୂଆଣିଆ ଚାଳ ଘରଟିରେ
ବୁଢ଼ୀର ସକାଳ ଟା …।।।
ଜୁମର ନାଥ ପାତ୍ର
ମୋତିଗଞ୍ଜ
ବାଲେଶ୍ବର
9938368725