ବିଶ୍ୱାସ ରେ ଗଢା ସଂସାର
ଛୋଟିଆ ଗାଁ ଟିଏ ନା ତାର ରଣପୁର ସେଇ ଗାଁ ରେ ଥିଲେ ଜଣେ ଚାଷୀ ନାମ ତାଙ୍କର ଶଙ୍କର। ଗାଁ ରେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଥିଲା ଶଙ୍କର ନିଜର ସମ୍ପତି କହିଲେ ସେଇ ଛୋଟିଆ ଘର ବାଡ଼ି ଖଣ୍ଡିକ। ପରିବାରରେ ତିନି ପ୍ରାଣୀ ପତ୍ନୀ ଗୌରୀ ଆଉ ବୁଢ଼ୀ ମାଆ। ଗୌରୀ ଥିଲା ଭାରି ଭଲ ଲୋକଟି ଆଉ ଈଶ୍ୱବିଶ୍ୱାସୀ ଦୟାଳୁ ପ୍ରକୃତି ର । ଶଙ୍କର ର ଚାଷ ବାସ ରୁ ଯାହା ମିଳେ ଅଭାବ ଅନଟନ ଘର ଚଳି ଯାଉଥାଏ।କିନ୍ତୁ ସବୁଠାରୁ ବଡ ଦୁଃଖ ଥିଲା ବାହାଘରର ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ ଗୌରୀ ର କୋଳ ରେ ସନ୍ତାନ ଟିଏ ନଥାଏ। ସାହି ପଡ଼ିଶାଙ୍କ ଟାହିଟାପରା ସହିତ ଶାଶୁ ମାଙ୍କ କଷ୍ଟ ଦେବା ଭଳି କଥା ଗୌରୀକୁ ଭାରି ବାଧୁ ଥିଲା । ସାମ୍ନା ରେ କିଛି ନ କହି ଲୁଚି ଲୁଚି ଘୁମୁରି ଘୂମୁରି କାନ୍ଦେ ଗୌରୀ।କେତେ ଦିଅଁ ଦେବତା ପୂଜୁଚି ବଇଦଙ୍କ ଠୁ କେତେ ଔଷଧ ଖାଇ ସାରିବା ପରେ ମଧ୍ୟ କିଛି ଲାଭ ମିଳୁ ନଥାଏ। ତେଣୁ ଶଙ୍କର ର ଭଗବାନଙ୍କ ଠାରୁ ବିଶ୍ୱାସ ତୁଟି ଯାଇଥାଏ। କିନ୍ତୁ ଗୌରୀ ବହୁତ୍ ବିଶ୍ୱାସ କରୁ ଥାଏ ପ୍ରଭୁଙ୍କୁ। ଦିନେ ଶଙ୍କର ବିଲ କୁ ଯାଇଥାଏ ଗୌରୀ ଶଙ୍କର ପାଇଁ ଖାଦ୍ୟ ନେଇ ବାହାରି ପଡ଼ିଲା ବିଲ କୁ । ଗୌରୀ ର ମନରେ ସବୁ ବେଳେ ସନ୍ତାନ ଟିଏ ପାଇଁ ଚିନ୍ତା। ଶଙ୍କର କୁ ଖାଦ୍ୟ ଦେଇ ଫେରିବା ସମୟ ରେ ଗୌରୀ ଜଣେ ମହାପୁରୁଷ ସାଧୁ ବାବା ଙ୍କୁ ଦେଖିଲା ମୁଖ ରେ ତାଙ୍କର ଉଜ୍ଜଳତା ଭରି ରହିଥାଏ। ସେ ଗୌରିକୁ ଦେଖିବା ମାତ୍ରେ ଗୌରୀ ର ସବୁ ମନ କଥା ଜାଣି ପାରିଲେ। ଆଉ ମଧୁର ବଚନ ରେ କହିଲେ , ମା ମୋର କଥା ରଖିଲେ ତୁମ କୋଳ ରେ ଖୁବ୍ ଶୀଘ୍ର ସନ୍ତାନ ଟିଏ ଖେଳିବ। ମଣିଷ ର ସବୁ ଠୁ ବଡ ବଳ ହେଉଚି ବିଶ୍ୱାସ ବିଶ୍ୱାସ ଥିଲେ ବିଷ ବି ଆମ୍ବୃତ୍ ପାଲଟିଯାଏ। ଆନ୍ତରିକତା ର ସହିତ ଗୌରୀ ସେଇ ସାଧୁ ଙ୍କୁ ହାତ ଯୋଡ଼ି ସନ୍ତାନ ଟିଏ ପାଇଁ ପ୍ରାଥନା କଲା। ଗୌରୀ ର ଦୁଃଖ ଦେଖି ବାବା ଗୌରୀ କୁ ନିଜର ଏକ ପ୍ରିୟ ଜିନିଷ ଆଣି ଦେବାକୁ କହିଲେ। ଗୌରୀ ତତ୍କ୍ଷଣ ସେଠାରୁ ଫେରି ଘରେ ଅତି ଯତ୍ନ ରେ ଥିବା ତାର ଅତି ପ୍ରିୟ ର ଯାହା ବିବାହ ସମୟ ରେ ତାର ମାଆ ତାକୁ ଦେଇ ଥିଲେ ଗୋଟେ ପୁରୁଣା ରୂପା ମୁଦ୍ରା । ନିଜ ମାଆ ଙ୍କ ସ୍ମୃତି କହିଲେ ସେଇ ମୁଦ୍ରା ଟିଏ ଥିଲା ଗୌରୀ ପାଖ ରେ । ସେଇ ମୁଦ୍ରା କୁ ଦେଖି ଦୁଇଟୋପା ଲୁହ ଗଡି ଆସିଲା ଆଖି ରୁ। ଆଖିରୁ ଲୁହ ପୋଛି ମୁଦ୍ରା କୁ କାନି ରେ ବାନ୍ଧି ବାହାରିଗଲା ସାଧୁ ଙ୍କ ନିକଟ କୁ ଯାଇ ଦେଖେ ସାଧୁ ସେଠାରେ ନାହାନ୍ତି ଅନ୍ୟତ୍ର ଚାଲି ଗଲେଣି। ସାଧୁ ଙ୍କୁ ଖୋଜି ଆଗକୁ ଚାଲିଲା ଗୌରୀ କିଛି ବାଟ ଯିବା ପରେ ଉଛୁଳା ନଈ ଟିଏ ପଡ଼ିଲା ସେଠାରେ କୌଣସି ଡଙ୍ଗା କି ଡଙ୍ଗା କି ନାଉରୀ ର ଦେଖା ନଥିଲା ମନ ରେ ସାହାସ ବାନ୍ଧି ଭଗବାନ ଙ୍କୁ ସ୍ମରଣ କରି ନଈ ପାର ହେବା ପରେ ଶୁଣିବାକୁ ପାଇଲା ସାଧୁ କିଛି ଦୂର ଗୋଟେ ଗାଁ ରେ ଡେରା ପକାଇ ଛନ୍ତି । ପୁଣି ଥକି ନ ଯାଇ ଚାଲିଲା ଗୌରୀ ଆଗକୁ ଆଗକୁ। ଶେଷରେ ସାଧୁବାବାଙ୍କୁ ଦେଖା କରି ବାବା ଙ୍କୁ ମୁଦ୍ରା ଟି ପ୍ରଦାନ କଲା। ବାବା ଆଶ୍ରି ବାଦ ଦେଇ ସନ୍ତାନ ପ୍ରାପ୍ତି ର ବର ଦେଲେ ଗୌରୀ କୁ। ପ୍ରଫୁଲ୍ଲ ତା ର ସହିତ ଗୌରୀ ଘର କୁ ଫେରିଲା। କିଛି ଦିନ ପରେ ଗୌରୀ କୋଳ ରେ ପୁତ୍ର ସନ୍ତାନ ଟିଏ ଜାତ ହେଲା ନା ତାର ଗଣେଶ । ଶଙ୍କର ଆଉ ଗୌରୀ ମନରେ ଆନନ୍ଦ ଲହରୀ ଖେଳି ଗଲା।ନାତି କୁ ପାଇ ଜେଜେ ମାଆ ମଧ୍ଯ ଖୁସି। ଶଙ୍କର ର ଆର୍ଥିକ ଅବସ୍ଥା ମଧ୍ୟ ଧୀରେ ଧୀରେ ସୁଧୁରି ଗଲାଣି।
ଏଇ ଭିତରେ ବିତିଗଲାଣି ୧୦ ବର୍ଷ ଶଙ୍କର ର ମା ମଧ୍ୟ ଆରପାରିକୁ ଚାଲିଗଲେଣି। ଗଣେଶ ଏବେ ବଡ ହୋଇ ଗଲାଣି ଗାଁ ଠାରୁ ଅଳ୍ପ ଦୂର ରେ ଥିବା ବିଦ୍ୟାଳୟ ରେ ପାଠ ପଢୁଛି । ବୁଦ୍ଧିର ଜ୍ଞାନରେ ସବୁଥିରେ ବିଚକ୍ଷଣ ଥାଏ ଗଣେଶ। ଦୁଃଖୀ ରଖି ଙ୍କ ପାଇଁ ମନରେ ବହୁତ୍ ଦୟା।
ଦିନକର ଘଟଣା ଗଣେଶ ବିଦ୍ୟାଳୟ ରୁ ଫେରିବା ସମୟ ରେ ଗାଁ ର ଜଣେ ମହିଳା ଙ୍କୁ ପାଖ ରେ ଥିବା ପକୋଖରି ନିକଟ ରେ ବସି କାନ୍ଦୁ ଥିବାର ଦେଖି ଗଣେଶ ମନରେ ଦୟା ଭାବ ଜାତ ହେଲା ତାଙ୍କ ପାଖ କୁ ଗଲା। ଆଉ କାନ୍ଦିବାର କାରଣ ପଚାରିଲା। ମହିଳା ଙ୍କ ଠୁ ଜାଣିବାକୁ ପାଇଲା ସେ ସନ୍ତାନ ସନ୍ତତି କେହି ନାହାନ୍ତି ବୋଲି ତାଙ୍କ ଶାଶୁ ଘର ଲୋକ ନିର୍ଯାତନା ଦେଉଛନ୍ତି। ଗଣେଶ ନିଜ ମା ଙ୍କ ଠାରୁ ତାର ଜନ୍ମ ହେବା ଘଟଣା ଶୁଣି ଥିଲା। ସେ ସେଇ ମହିଳା ଙ୍କୁ କହିଲା …:*ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।”*
ଏହା ଶୁଣି ମହିଳା ଜଣ ଙ୍କ ଗଣେଶ ର ମୁଣ୍ଡ ରେ ହାତ ବୁଲାଇ ସାଧୁଙ୍କ ଦର୍ଶନ ପାଇଁ ବାହାରି ପଡିଲେ । ସତରେ ଏ ଦୁନିଆ ରେ ସବୁ ଠାରୁ ବଡ ହେଉଚି ବିଶ୍ୱାସ।
ମମତା ସାଉ
ରେମୁଣା,ବାଲେଶ୍ୱର