April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବିଷାଦୀ ସନ୍ଧ୍ୟା ର ଉପହାର–ସୁଭଦ୍ରା ସିଂହ*

-: ବିଷାଦୀ ସନ୍ଧ୍ୟା ର ଉପହାର :-
************************

ଧରିତ୍ରୀ ମାଆ ର ଶୃଙ୍ଗାର କରିବା ଦାୟିତ୍ୱ ନିବହନ କରିଥାନ୍ତି ଋତୁ ଶ୍ରେଷ୍ଠ ବସନ୍ତ। ତାଙ୍କର ପ୍ରଭାବରେ ପ୍ରକୃତି ର ଶୋଭା ରେ ଭରୁଥାଏ ନୂତନତା। ଏହି ଅବସରରେ ପ୍ରାଣୀ ଙ୍କ ମନରେ ମଧ୍ୟ ଫୁଟି ଉଠୁଥାଏ ରୋମାଞ୍ଚ ଭରି ଲାଳସା, ପ୍ରକୃତି ର ନବ କଳେବର କୁ ଉପଭୋଗ କରିବା ନିମନ୍ତେ। ବସନ୍ତ ର ମନ୍ଦ ମନ୍ଦ ମଳୟରେ ପ୍ରେମ ର ବାସ୍ନା ମନକୁ ଅତି ସୁନ୍ଦର ଭାବରେ ସ୍ପର୍ଶ କରିଚାଲିଯାଉ ଥାଏ। ଏହି ମନଲୋଭା ମୁହୂର୍ତ ର ସନ୍ଧ୍ୟା କୁ ଉପଭୋଗ କରୁଥିଲେ ବସି ରାଜ୍( ରାଜେଶ୍ୱରୀ)ଓ ସୀମା ।

ଠିକ୍ ଏହି ସମୟରେ ରାଜ୍ ର ଦୂରଭାଷ ଯନ୍ତ୍ର ଟି ହଠାତ୍ ବାଜି ଉଠିଲା। ସେ ତାହାକୁ ଗ୍ରହଣ କରି ଉତ୍ତର ଦେଲା।
ରାଜ୍ :- ହେଲୋ!
ଈଶ୍ବର :- ହଁ, କ’ଣ କରୁଥିଲ?
ଦୂରଭାଷ ଯନ୍ତ୍ର ର ବିପରୀତ ପାର୍ଶ୍ବରେ ଥାଏ ଈଶ୍ୱର, ଯିଏକି ରାଜ୍ ର ପ୍ରେମିକ। କିଛି ସମୟ ବାର୍ତ୍ତାଳାପ ରେ ସେମାନେ ନିମଗ୍ନ ଥିବାରୁ ସୀମା କୌଣସି ଏକ କାରଣରୁ ସେହି ସ୍ଥାନ ପରିତ୍ୟାଗ କରି ବାହାରକୁ ଚାଲିଯାଇଥାଏ। ସ୍ୱଳ୍ପ ମୁହୂର୍ତ୍ତ ର ବିରତିରେ ଯେବେ ସେ ରାଜ୍ ନିକଟକୁ ଆସି ବସେ, ଦେଖେ କି ରାଜ୍ ର ନଳିନାକ୍ଷୀ ରୁ ଅନବରତ ଛୁଟି ଚାଲିଛି ଲୋତକର ସ୍ରୋତ। ପ୍ରକମ୍ପିତ ଅଧରରୁ କେବଳ ଶୁଭୁଛି କେଇ ପଦ ଶବ୍ଦ – “ସାଥି, ମୋତେ ବିଶ୍ୱାସ କର, ମୁଁ ତୁମ ଛଡା ଆଉ କାହା ସହ କେବେ କଥା ହୋଇନାହିଁ। ” ନିଜ ଓଠକୁ ବିଶ୍ରାମ ନଦେଇ ବାଢି ଚାଲିଛି ନିଜର ମତ।

କିନ୍ତୁ ସନ୍ଦେହାଗ୍ନୀ ର ବଶରେ କବଳିତ ହୋଇ ମାନବୀୟତାକୁ ତିଳେହେଁ ସମ୍ମାନ ନଜଣାଇ ନିର୍ଦ୍ଦୟ ପ୍ରେମିକ ପରି ଈଶ୍ବର ଖୁବ୍ ଅଶ୍ଳୀଳ ଶବ୍ଦର ପ୍ରୟୋଗ କରି ଭର୍ତ୍ସନା କରିଚାଲିଛି ରାଜ୍ କୁ। ଈଶ୍ବର ର ଏହିଭଳି ବ୍ୟବହାର କେବଳ ସେହିଦିନ କାରଣରୁ ନଥାଏ। ଏହା ବିଗତ ଦୁଇ ବର୍ଷ ହେବ ଆରମ୍ଭ ହୋଇଥାଏ । ଯାହାଦ୍ବାରା କି ରାଜ୍ ବହୁ କ୍ଷୁବ୍ଧ ହୋଇ ପଡିଥାଏ। ମାତ୍ର “ସବୁ ପ୍ରାରମ୍ଭର ଶେଷ ଅଛି ” ଏହାକୁ ମନରେ ଚିନ୍ତା କରି ଏହିପରି ଦୁରାଚାରୀ, ଦୁବୁଦ୍ଧୀ, ଅତ୍ୟାଚାରୀ,ଅବିଶ୍ୱାସୀ, ସନ୍ଦେହୀ ପ୍ରେମିକର ପ୍ରକୋପ କୁ ରାଜ୍ ଆଉ ସହ୍ୟ ନକରିବାକୁ ମନସ୍ଥ କରିଛି।

ଏହାପରେ ସେହି ସନ୍ଧ୍ୟା ରେ ଈଶ୍ବର ର କୁତ୍ସିତ ବ୍ୟବହାର ର ଉତ୍ତର ଦେବାକୁ ଯାଇ, ଏହା ପ୍ରତିଜ୍ଞା କରି କହିଛି -” ଦେଖ ଈଶ୍ୱର, ମୁଁ କେବେ କାହା ସହ କଥା ହୋଇନଥିଲି ତୁମକୁ ଭଲ ପାଇବା ପର ଠାରୁ। ମାତ୍ର ତୁମେ ମୋତେ ସନ୍ଦେହ କରି କରି ବହୁ କିଛି ଅଲୋଡା ପରିସ୍ଥିତି ରେ ପକେଇଛ ।ସେସବୁ ପରିସ୍ଥିତି ରୁ ମୁଁ ବହୁ ସଂଯତ ର ସହ ନିଜକୁ ନିବୃତ୍ତ କରାଇଛି। କିନ୍ତୁ ଏହା ସତ୍ତ୍ବେ ବି ତୁମେ ମୋତେ ନିରର୍ଥକ ଭାବେ ସନ୍ଦେହ କରି, ବିଭିନ୍ନ ଘୃଣ୍ୟ ଦୋଷାରୋପ କରିଛ। ଯଦି ମୁଁ ଏତେ ଅବିଶ୍ୱାସୀ,ଚରିତ୍ରହୀନା ପ୍ରିୟସୀ ତେବେ ମୋ ଜୀବନ ରୁ ଏହି ମୁହୂର୍ତ୍ତ ରୁ ଦୂରେଇ ଯାଅ। ଆଉ ମୋତେ ଯେହେତୁ ଦୋଷ ନଥାଇ ଦୋଷୀ ସାବ୍ୟସ୍ତ କରିଛ, ମୁଁ ନିହାତି ଭାବେ ସେହିପରି ଭୁଲ କରିବି। ବଦନାମ୍ ଯଦି ମୋତେ ମୋ ସମ୍ପର୍କ କରୁଛି ,ତେବେ ସମାଜ ର କେଉଁ ପ୍ରଶ୍ନ ଟିକୁ ମୁଁ ଅଣଦେଖା କରିବି। ”

ଏତିକି କହି ରାଜ୍ ଦୂରଭାଷ ଯନ୍ତ୍ର ଟିକୁ ନିଜ ଶେଯ ଉପରେ ରଖି ଦେଇ ତକିଆ ରେ ମୁହଁ ମାଡ଼ି ଶୋଇପଡିଥାଏ। ଦୁଇ କମଳ ନୟନ ରୁ ଲୁହର ଧାରା ବୋହିବା ବନ୍ଦ ହେଉନଥାଏ। ଏହିପରି ପ୍ରତୀତ ହେଉଥାଏ ଯେପରି ଆଜି ଏହି ସମୟରେ ଏହି ସମ୍ପର୍କ ନାମ ରେ ଥିବା ସବୁଯାକ କୋହ ,ଆବେଗ ନେତ୍ର ଦ୍ବୟ ଦେଇ ବାହାରି ଯାଉଛି। ଈଶ୍ବର କୁ ସାଥୀ ରୂପେ ପାଇବା ଦିନଠାରୁ ରାଜ୍ ଯେପରି ହସିବା ଭୁଲି ଯାଇଛି। ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର ବାର୍ତ୍ତାଳାପ ମଧ୍ୟରେ କେବଳ ଶୁଣାଯାଏ ଅସଭ୍ୟ ଭାଷାର ସ୍ୱର। ସମ୍ପର୍କ ର ବୟସ ତାଙ୍କ ତିନି ବର୍ଷ ହୋଇଯାଇଥାଏ, ମାତ୍ର ଦୁଇ ବର୍ଷ ଧରି ଈଶ୍ବର ର ଏହିଭଳି ବ୍ୟବହାର ଦ୍ୱାରା ସେ ମର୍ମାହତ ହୋଇପଡୁଥାଏ। ରାଜ୍ ଟିକିଏ ସରଳ ବିଶ୍ୱାସୀ, ଖୁବ୍ ଶୀଘ୍ର ସଭିଙ୍କୁ ବିଶ୍ୱାସ କରି ନିଜର ଭାବିବାର ଫଳ ସ୍ୱରୂପ ତାକୁ ଏହିଭଳି ପରିସ୍ଥିତିର ସମ୍ମୁଖୀନ କରାଇଛି। ଏହି ସ୍ୱଭାବ ଯୋଗୁଁ କେବଳ ଈଶ୍ୱର ପାଖରେ ନୁହେଁ, ବହୁ କ୍ଷେତ୍ରରେ ସେ ସମାଲୋଚନା ର ସ୍ୱୀକାର ହୋଇଛି। ସେ ଯାହା ହେଉନା କାହିଁକି ସେଦିନ ସନ୍ଧ୍ୟାରେ ନିଜର ସମସ୍ତ ବେଦନା କୁ ଏକତ୍ର କରି ଖୁବ୍ ଜୋର୍ ରେ ସେ ଈଶ୍ୱର କୁ ସବୁଦିନ ପାଇଁ ଛାଡ଼ି ଦେବାକୁ କହିଥାଏ ।

କିଛି ସମୟ ର ବିଶ୍ରାମ ପରେ ପରେ ପୁଣି ଥରେ ସାମ୍ନା ରେ ପଡିଥିବା ଦୂରଭାଷ ଯନ୍ତ୍ର ଟି ବାଜି ଉଠିଛି ଏବଂ ସେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛି। ତା ଦୂରଭାଷ ଯନ୍ତ୍ର ଟିରେ ଏକ ଅଜଣା ନମ୍ବରରୁ କିଛି ବାର୍ତ୍ତା ଆସିଛି। ନିଜର ନିଃସନ୍ଦେହୀ ସ୍ୱଭାବ ତାକୁ ସେ ଅଚିହ୍ନା ବାର୍ତ୍ତା ର ଉତ୍ତର ଦେବାରେ ତତ୍ପର କରାଇଛି।
ଅଜଣା ଅତିଥି:- ହାଏ!
ରାଜ୍ :- ହେଲୋ!
ଅଜଣା ଅତିଥି :- କେମିତି ଅଛ?
ରାଜ୍ :-ହଁ, ଭଲ।
ଅଜଣା ଅତିଥି :- କ’ଣ କରୁଛ?
ରାଜ୍:- ଶୋଇଛି।
ଅଜଣା ଅତିଥି :- ତୁମ ନାଁ କ’ଣ?
ରାଜ୍ :- ମୁଁ “ରାଜ୍”।
ଅଜଣା ଅତିଥି :- ମୁଁ ” ସଞ୍ଜୁ “, ମୋ ଘର ପୁରୀ ସାକ୍ଷୀଗୋପାଳ, ମୁଁ ଆନ୍ଧ୍ରପ୍ରଦେଶ ରୁହେ, ମୋ ପରିବାର ଏହିଠାରେ କୋଡିଏ ବର୍ଷ ହେଲା ରହିଆସିଲାଣି ।
ରାଜ୍ :- ଆଚ୍ଛା!
ସଞ୍ଜୁ :- କ’ଣ ହେଲା?
ରାଜ୍ :- ନାହିଁ, କିଛି ନାହିଁ।
ସଞ୍ଜୁ :- ତୁମେ ଭାବୁଛ, ମୁଁ ତୁମ ନମ୍ବର କେମିତି ପାଇଲି?
ରାଜ୍ ତାହାହିଁ ଭାବୁଥାଏ ମନୋବିଜ୍ଞାନୀ ଭଳି ଯେମିତି ମନ କଥା ପଢିପାରୁଥାଏ ସଞ୍ଜୁ।
ରାଜ୍ :- ହଁ, କେମିତି ପାଇଲ?
ସଞ୍ଜୁ :- ଏମିତି ଗୋଟେ ଆପ୍ ରୁ।
ରାଜ୍:- ମିଛ କହିବା ବନ୍ଦ କର। କୁହ ମୋ ନମ୍ବର କିଏ ଦେଲା। (ସନ୍ଦେହ ଦୃଷ୍ଟିରେ )
ସଞ୍ଜୁ :-କହିଲି ତ ଗୋଟେ ଆପ୍ ରୁ ହିଁ ପାଇଛି। ସେଥିରେ କେବଳ ତୁମ ନମ୍ବର ନଥିଲା। ବହୁତ ଝିଅ ଙ୍କ ନମ୍ବର ଥିଲା। ମୁଁ ସେଥିରୁ ଦଶ ଜଣ ଙ୍କୁ “ହାଏ! ” ପଠେଇ ଥିଲି। ସେମାନେ କେହି ଉତ୍ତର ଦେଲେ ନାହିଁ, ତୁମେ ଦେଲ ଆଉ ମୋତେ ଭଲ ଲାଗିଲ ସେଥିପାଇଁ କଥା ହେଉଛି।
ରାଜ୍ :- ପୁଣି ମିଛ। ଯଦି ସତ କହୁଛ ,ତେବେ ସେ ଆପ୍ କ’ଣ କୁହ।
ସଞ୍ଜୁ :- ମୋ ସହ କଥା ହୁଅ ମୁଁ କହିବି।
ରାଜ୍ :- ଆଚ୍ଛା! ହେଉ, କୁହ କ’ଣ କହୁଛ।
ସଞ୍ଜୁ :- ତୁମେ କାହାକୁ ଭଲ ପାଇଛ କି?
ରାଜ୍ :- ହଁ, ମାତ୍ର ଏବେ ଆଉ ସମ୍ପର୍କ ରେ ନାହିଁ।
ସଞ୍ଜୁ :- କାହିଁକି?
ରାଜ୍ :- ସେ ମୋତେ ବହୁତ ସନ୍ଦେହ କରିଲେ, ଆଉ ସାଙ୍ଗ ସାଥି ଙ୍କ କଥା ରେ ପଡି ମୋତେ ବହୁତ ଖରାପ ବ୍ୟବହାର ଦେଖାଇଲେ। ମୋ ସମ୍ପର୍କ କୁ ତିନି ବର୍ଷ ହେଲାଣି ମାତ୍ର ତିନି ମିନିଟ୍ ବି ମୋ ସହ ସେ ଭଲ ରେ ଟିକେ ବି କଥା ହେଉନଥିଲେ।ଫୋନ୍ କଲା ଆରମ୍ଭ ରୁ କାଟିବା ପର୍ଯ୍ୟନ୍ତ ଖାଲି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ। ମୁଁ ଶୁଣି ଶୁଣି ସେସବୁ ବହୁତ ବିବ୍ରତ ହୋଇ ନିଜ ଆଡୁ ଫୋନ ରଖି ଦିଏ। ମାତ୍ର ସେ କହି କହି ଥକି ପଡନ୍ତି ନାହିଁ। କେମିତି ଜଣେ ନିଜ ଭଲ ପାଇବା କୁ ଏମିତି ଭାବେ କହିପାରେ?
(ଏହା କହି ରାଜ୍ ପୁଣି କାନ୍ଦି ବାକୁ ଲାଗେ, ସତରେ ସେ ଈଶ୍ୱର ର ବହୁତ ଖରାପ ବ୍ୟବହାର କୁ ସହି ଅଣଦେଖା କରି ଦେଇଛି। କେବେ ଭାବିନଥିଲା ତା ଠାରୁ ଦୂରେଇ ଯିବାକୁ। ସେଥିପାଇଁ ସବୁକିଛି ସହି ରହିଥାଏ। କିନ୍ତୁ ସହିଷ୍ଣୁତା ର ବି ତ ଭଗବାନ ସୀମା ନିର୍ଦ୍ଧାରଣ କରିଛନ୍ତି।)
ସଞ୍ଜୁ :- ଓଃ! ଏବେ ଏଥିପାଇଁ ତୁମେ ତା ସହ କଥା ହେଉନାହଁ।
ରାଜ୍ :- ହଁ, ଆଉ କେବେ ହେଁ କଥା ହେବାକୁ ଚାହୁଁନି।
ସଞ୍ଜୁ :- ହେଉ, ତେବେ ଗୋଟିଏ କଥା କହିବି ରଖିବ?
ରାଜ୍ :- ହଁ, କୁହ।
ସଞ୍ଜୁ :- ତାକୁ ବ୍ଲକ କରି ଦିଅ।
ରାଜ୍ :- ହଁ।
ସଞ୍ଜୁ :- ଏବେ ତୁମେ ବିଲ୍ କୁଲ୍ ଚିନ୍ତା କରିବନି। ସେ ଯଦି ଆଉ କେଉଁ ନମ୍ବର ରୁ ଫୋନ୍ କରେ ମୋତେ କହିବ।
ରାଜ୍ :- ହେଉ।
ସଞ୍ଜୁ :- ଏବେ ବହୁତ ରାତି ହୋଇଗଲାଣି ଶୋଇବା।
ରାଜ୍ :- ହଁ।
ସଞ୍ଜୁ :- ନିର୍ଭୟ ରେ ଶୋଇପଡ, ମୁଁ ଅଛି ସେ ତୁମର କିଛି ବି ଅସୁବିଧା କରିବନି। ବିଶ୍ୱାସ କର ମୋତେ। ସେ ଫୋନ୍ କରିଲେ ମୋତେ କହିବ। ଆଉ ଏହା ବି କହିବ ତୁମେ ସଞ୍ଜୁ କୁ ସହ କଥା ହେଉଛ ବୋଲି।
ରାଜ୍ :- ହେଉ।
ସଞ୍ଜୁ :- ହଁ, ଶୁଭ ରାତ୍ରି।
ରାଜ୍ :- ଶୁଭ ରାତ୍ରି।

ସେଦିନ ନିଝୁମ ରାତିର ବିଷାଦାଗ୍ନି କୁ ସଞ୍ଜୁ ର କେଇ ପଦ ଶବ୍ଦ ରାଜ୍ କୁ ବହୁ ଆଶ୍ୱସ୍ତି ଅନୁଭବ କରାଇପାରିଥାଏ। ତା ହୃଦୟ ରୁ ସମ୍ପର୍କ ପ୍ରତି ଆସିଥିବା ଘୃଣ୍ୟ ଭାବନାକୁ ସଞ୍ଜୁ ଙ୍କର ବ୍ୟବହାର ପ୍ରେମରେ ପରିଣତ କରିବାକୁ ସକ୍ଷମ ହୋଇଥାଏ । କୁଚିନ୍ତା, ଦୁର୍ବ୍ୟବହାର ର ନିଆଁ ରେ ଭସ୍ମ ହୋଇଯାଇଥିବା ଶ୍ମଶାନ ପ୍ରାୟ ରାଜ୍ ର ହୃଦୟରେ ପୁଣି ଥରେ ଗୋଲାପ ର ବାଟିକା ସୃଷ୍ଟି କରିବାକୁ ଚେଷ୍ଟିତ ଥା’ନ୍ତି ସଞ୍ଜୁ ଙ୍କ ବାର୍ତ୍ତା ସବୁ। ବହୁ ଦିନ ପରେ ସୀମା ସେଦିନ ରାତିରେ ଦେଖି ପାରୁଥାଏ, ରାଜ୍ ଆଖିରେ କିଛି ରଙ୍ଗୀନ୍ ସ୍ୱପ୍ନ ର ରେଣୁ। କିଛି ମୂହୁର୍ତ୍ତ ପୂର୍ବରୁ ଅଣନିଃଶ୍ୱାସୀ ହୋଇ ପଡୁଥିଲା ରାଜ୍ ଏକ ଅପବ୍ୟବହାର ର ବନ୍ଦୀଘରେ ରହି। ମାତ୍ର ଏବେ ସେ ନିଜକୁ ଏ ବିଶାଳ ଆକାଶ ତଳେ ଉଡି ବୁଲୁଥିବା ଏକ ମୁକ୍ତ ବିହଗର ରୂପ ଧାରଣ କଲା ପରି ପ୍ରତୀୟମାନ। ସତରେ ସଞ୍ଜୁ ଙ୍କର ସ୍ୱଳ୍ପ ଆଶ୍ୱାସନା ମହାମୃତ୍ୟୂଞ୍ଜୟ ମନ୍ତ୍ର ତୁଲ୍ୟ ମଲା ପିଣ୍ଡରେ ପ୍ରାଣ ଭରି ଦେଇଥାଏ। ସେଦିନ ରାତିରେ ରାଜ୍ ଖୁବ୍ ନିଶ୍ଚିନ୍ତ ହୋଇ ନିଜ ନୂଆସ୍ୱପ୍ନ ର ରାଇଜକୁ ଯିବାକୁ ଆଗଭର ଥାଏ। ଯେଉଁ ରାଜ୍ୟର ରାଜା ନିଜ ଅଧିକୃତ ଅଞ୍ଚଳ ର ମୁକ୍ତ ଗଗନ ବୁକୁ ଟିକୁ ସେ ରାଜ୍ କୁ ହସ୍ତାନ୍ତର କରି ଦେଇଛନ୍ତି ସ୍ୱାଧୀନ ଭାବରେ, ନିର୍ଭୟ ଚିତ୍ତ ରେ ଉଡିବୁଲିବା ପାଇଁ। ସତରେ ପ୍ରେମ ନିଜକୁ ହରାଇଲେ ହିଁ ମିଳିପାରେ। ରାଜ୍ ର ସ୍ୱପ୍ନ ରାଇଜର ଭଗ୍ନାବଶେଷ କୁ ଦେଖି ସଞ୍ଜୁ ନିଜ ଦୁନିଆର ସାମ୍ରାଜ୍ଞୀ କରାଇ ଦେଇଥାଏ ରାଜ୍ କୁ।

ସେଦିନ ର ଲୋତକ ର ବିନ୍ଦୁ ବିନ୍ଦୁ ଜଳ ରାଶିର ସଂଯୋଗ ରେ ସୃଷ୍ଟି ହୋଇଥିବା କୋହର ଅଧ୍ୱଗା ରେ ଧୋଇ ହୋଇଯାଇଥାଏ ନିରାଶତା, ଭୟ, କ୍ରୋଧ ଭଳି ଅନେକ ଘୃଣ୍ୟ ଆବେଗ। ଏହାପରେ ସେହି ଅଧ୍ୱଗାର ଉର୍ବର ମୃତ୍ତିକା ରେ ଗୋଲାପ ର ଚାଷ କରୁଥାଏ ପ୍ରେମ। ଏହା ହିଁ ତ ପ୍ରେମର ପ୍ରକୃତ ସ୍ୱାଦ ଯାହା ଏକ ଅସଜଡା ଜୀବନକୁ ଖାଲି ସଜାଡି ନଥାଏ । ତାକୁ ନିଜ ଜୀବନର ସର୍ବୋଉତ୍ତମ ସ୍ଥାନର ଉପହାର ଦେଇଥାଏ । ଯାହା କି ସଞ୍ଜୁ ଦେଇଥାଏ ରାଜ୍ କୁ। ଏହାପରେ ରାତି ହୋଇଗଲା ସୀମା ଆଉ ରାଜ୍ ଶୋଇ ପଡିଲେ, ଦେଖବାକୁ ଏକ ନୂଆ ସକାଳ । କାରଣ ରାଜ୍ ତ ଏବେ ନୂଆ କରି ପ୍ରେମ କ’ଣ ଜାଣିବାକୁ ଯାଉଥାଏ। ବାକି ଥାଏ ସଞ୍ଜୁ ଆଉ ରାଜ୍ ର ଅନେକ ବାର୍ତ୍ତା। ଶୁଭ ସକାଳ ଆଣିବାକୁ ଯାଉଥାଏ କେଉଁଭଳି ସ୍ମୃତି ଦେଖି ବାକୁ ବାକିଥାଏ। ଆଉ ଅପେକ୍ଷା ରେ ଥା’ନ୍ତି ,ରାଜ୍,ସଞ୍ଜୁ ଓ ସୀମା ।

ସୁଭଦ୍ରା ସିଂହ
ଆନନ୍ଦପୁର, କେନ୍ଦୁଝର
Subhadra Singh
Anandapur, Keonjhar

Loading

Leave a Reply

Your email address will not be published. Required fields are marked *