ବସନ୍ତର ଆଗମନେ
ଯାଉଥିବ ପୁଣି ଆସୁଥିବ ଦିନ
ନୂଆଁ ନୂଆଁ ଆଶା ନେଇ
ଆଗତ ଦିନକୁ ଅନ୍ତରୁ ସ୍ଵାଗତ
ଆନନ୍ଦେ ବଞ୍ଚିବା ପାଇଁ ।।
ପ୍ରକୃତି ସାଙ୍ଗରେ ଆମର ଜୀବନ
ଅଙ୍ଗାଙ୍ଗୀ ଭାବେ ଜଡ଼ିତ
ଖରା,ବର୍ଷା,ଶୀତ,ଶରତ,ହେମନ୍ତ
ଋତୁ ରାଜ ଯେ ବସନ୍ତ ।।
ପ୍ରେମର ପୀୟୂଷ ବାଣ୍ଟି ଦିଏ ସିଏ
ହତାଶ ଆମ ଜୀବନେ
କୋଇଲିର ଗୀତ ମନ ମୋହିନିଏ
ତାର କୁହୁ କୁହୁ ତାନେ ।।
ସବୁଜ ପଲ୍ଲବ ଧରି ନବ ବେଶ
ହସୁଥା’ନ୍ତି ତରୁ ଲତା
ପଳାଶ ଗଛର କି ରୂପ ବର୍ଣ୍ଣିବା
କହିଲେ ନ ସରେ କଥା ।।
ଗୋଲାପ,ପଦୁଅଁ, ରଜନୀଗନ୍ଧାର
ରୂପରେ ହୋଇ ବିଭୋର
ଏ ଫୁଲ ସେ ଫୁଲ ପରଜାପତି ଟି
ଚୁମୁଥାଏ ନିରନ୍ତର ।।
ଆମ୍ରବଣର ସେ ମନଲୋଭା ଦୃଶ୍ୟ
ସର୍ବେ ଦେଖି ବିମୋହିତ
ସୁଯୋଗ ନଛାଡ଼ି ନାଚେ ଝୁଲି ଝୁଲି
ଆସି ହଳଦୀ ବସନ୍ତ ।।
ମିଳନ ପରବ ଭାବ ଯୋଡ଼ିଦିଏ
ମାରି ରଙ୍ଗ ପିଚକାରୀ
ମହତ ଉଦ୍ଦେଶ୍ୟ ପର୍ବ ପର୍ବାଣୀର
ରଖିଥିବା ହେତୁକରି ।।
ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା
106 total views, 1 views today