ବିଦଗ୍ଧ ପରାଣେ ଭରି ଯାଉ ଶାନ୍ତି
ବହିଯାଉ ସେନେହର ବାରୀ
ଆର୍ଦ୍ରହେଉ ସବୁ ବ୍ୟଥିତ ହୃଦୟ
ଲାଗିଯାଉ ମମତାର ଡୋରୀ ll
ଅଜ୍ଞାନ ଅନ୍ଧାର ଦୂରେ ହଟିଯାଉ
ଶିକ୍ଷା ଜ୍ଞାନାଲୋକ ଉଠୁଜଳି
ସବୁରି ଅନ୍ତରେ ଦୟା କରୁଣାର
ସ୍ରୋତ ମାଡ଼ିଯାଉ ଝଡ଼ ଭଳି ll
କପଟ ହିଂସାର ସରିଯାଉ ଆୟୁ
ମନେ ଜାଗୁ ନୂଆ ଜାଗରଣ
ସହଯୋଗ ଆଉ ଏକତାର ହାତ
କର୍ମପଥେ ହେଉ ବଳିୟାନ ll
ଶକତି, ସାହସ ଖେଳିଯାଉ ମନେ
ସୁସ୍ଥ ଦୁନିଆଁକୁ ଗଢିବାକୁ
ସମର୍ଥ ହୋଇବ ତେବେ ଏ ମାନବ
ପଙ୍ଗୁ ହୋଇ ଗିରି ଲଂଘିବାକୁ ll
କ୍ଷୁଧାର୍ତ୍ତ ମୁଖରେ ଭରି ଯାଉ ଅନ୍ନ
ନରହୁ ଦରିଦ୍ର ଦୁଃଖ ଶୋକ
ଆନନ୍ଦ ଉଲ୍ଲାସ ଭର ସବୁ ମୁଖେ
ହସ ଖୁସି, ପ୍ରଭୁ ପରକାଶ ll
କୃଷ୍ଣପ୍ରସାଦ, ପୁରୀ
432 total views, 1 views today
great as well as amazing blog site. I truly wish to thank you, for providing us far
better info.